ETV Bharat / state

କୋରୋନା କଟକଣା ପାଇଁ କଳାହାଣ୍ଡିରେ ଫିକା ଦଶହରା - କୋରୋନା କଟକଣା ଖବର

କୋରୋନା କଟକଣା ମଧ୍ୟରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା କେବଳ ନୀତିକାନ୍ତିରେ ହିଁ ସୀମିତ ରହିଛି। ଅଧିକ ପଢନ୍ତୁ...

kalahandi dussehra on Covid19 restriction
କୋରୋନା କଟକଣା ପାଇଁ ଫିକା ପଡିଛି ଦଶହରା
author img

By

Published : Oct 15, 2021, 10:42 PM IST

ଭବାନୀପାଟଣା: କୋରୋନା କଟକଣା ପାଇଁ ଫିକା ପଡିଛି ଦଶହରା। ମଣ୍ଡପରେ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା ହେଲେ କଟକଣା ପାଇଁ ଶ୍ରଦ୍ଧାଳୁ ଶୁନ୍ୟ ପୂଜା ମଣ୍ଡପ। ସବୁଠି କୋରୋନାର କରାଳ ଛାୟା।

କୋରୋନା କଟକଣା ପାଇଁ ଫିକା ପଡିଛି ଦଶହରା

ପରମ୍ପରା ଅନୁଯାୟୀ ନୀତି କାନ୍ତିରେ ଚାଲିଛି ମା’ ଦଶଭୁଜାଙ୍କ ଆବାହନ। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଳିତ ବର୍ଷ ଦୁର୍ଗାପୂଜା କେବଳ ନୀତିକାନ୍ତିରେ ହିଁ ସୀମିତ ରହିଛି। ଭବାନୀପାଟଣା ସହରର ନିକଟିଗୁଡା, ପରଦେଶୀ ପଡା, ରିଜର୍ଭ ପୋଲିସ ପଡିଆ,ବଜାର ପଡା ଓ ମନ୍ଦାର ବଗିଚା ପଡା ଆଦି ସ୍ଥାନରେ ମାଁ'ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛନ୍ତି। ତେବେ ନିକଟଗୁଡା ପୂଜା କମିଟି ଦୀର୍ଘ ଦିନ ଧରି ଧୁମ ଧାମରେ ପାଳନ କରାଯାଉଥିବା ଦୁର୍ଗାପୂଜା ଚଳିତ ବର୍ଷ ସମ୍ପୂର୍ଣ୍ଣ ଫିକା ପଡିଛି।

ଦର୍ଶନ ପାଇଁ ଭକ୍ତଙ୍କ ଅନାବିଳ ଆଗ୍ରହ ରହିଥିଲେ ମଧ୍ୟ ସେମାନେ ଏଥିରୁ ବଞ୍ଚିତ। ପୂଜା ମଣ୍ଡପକୁ ପରଦା ମଧ୍ୟରେ ଆବଦ୍ଧ କରାଯାଇଥିବାରୁ ଶ୍ରଦ୍ଧାଳୁ ଦୂରରୁ ଦର୍ଶନ କରୁଛନ୍ତି। ଆଉ କଟକଣାକୁ ଦେଖି ପ୍ରଶାସନିକ ନିଷ୍ପତ୍ତି ଅନୁଯାୟୀ ପୂଜା କମିଟି ମାନେ ମଧ୍ୟ ମଣ୍ଡପ ସାମ୍ନାରେ ବ୍ୟାରିକେଟ କରି କେବଳ ରୀତିନୀତି ଅନୁସାରେ ମାଁ ଙ୍କ ପୂଜାର୍ଚ୍ଚନା କରୁଛନ୍ତି। କହିବାକୁ ଗଲେ ପାର୍ବଣ ର ଉତ୍ସାହକୁ ନିରୁତ୍ସାହିତ କରିଛି କୋରୋନା।

କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.