ETV Bharat / state

ଶୁଣିଲାନି ପ୍ରଶାସନ, ପାହାଡ ଖୋଦି ‘ମା ପାଇଁ ରାସ୍ତାଟିଏ’ କଲେ ଗ୍ରାମବାସୀ - ଟୁରୀସେମେଲ ଗ୍ରାମବାସୀ

ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିବା ପରେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନାହିଁ । ଫଳରେ ବାଧ୍ୟହୋଇ ଏକାଠି ହୋଇ ପାହାଡ କାଟି ପ୍ରସସ୍ତ ରାସ୍ତା ନିର୍ମାଣ କରିଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଟୁରୀସେମେଲ ଗ୍ରାମବାସୀ । ଅଧିକ ପଢନ୍ତୁ...

kalahandi district
ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Feb 17, 2020, 3:09 PM IST

କଳାହାଣ୍ଡି: ଦୃଢ ଇଛାଶକ୍ତି ଆଗରେ ହାର ମାନିଛି ସବୁ ବାଧାବିଘ୍ନ । ଦୃଢ ମନୋବଳ ଯୋଗୁଁ ଅସମ୍ଭବ କାର୍ଯ୍ୟକୁ ମଧ୍ୟ ସମ୍ଭବ କରିଦେଖାଇଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଟୁରୀସେମେଲ ଗ୍ରାମବାସୀ । ଯେଉଁଠି ସମସ୍ତ ସରକାରୀ ଯୋଜନା ଫେଲ ମାରିଛି ସେଇଠି ନିଜର ଦମ ଦେଖାଇଛନ୍ତି ଗ୍ରାମବାସୀ । ଗାଁର ସମସ୍ତ ମହିଳା ଓ ପୁରୁଷ ଏକାଠି ହୋଇ ପାହାଡ କାଟି ନିର୍ମାଣ କରିଛନ୍ତି ପ୍ରସସ୍ତ ରାସ୍ତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଗାଁକୁ ଚାଲ ଗାଁ ଗଢ ନାରା ନେଇ ସରକାର ପ୍ରସ୍ତୁତ କରୁଛନ୍ତି ଅନେକ ଯୋଜନା । ଏଥିପାଇଁ ଅନେକ ଅନୁଦାନ ମଧ୍ୟ ଆସୁଛି । କିନ୍ତୁ ବିଡମ୍ବନାର କଥା ଯେ ସ୍ବାଧୀନତାକୁ ଏମଧ୍ୟରେ 73ବର୍ଷ ପୁରିଯାଇଥିଲେ ମଧ୍ୟ ଆଜି ବି ଓଡିଶାରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ଅଛନ୍ତି ଟୁରୀସେମେଲ ଗ୍ରାମବାସୀ । ନାଁ କୌଣସି ମୌଳିକ ସୁବିଧା ପାଇପାରୁଛନ୍ତି ନାଁ ସରକାରୀ ସୁବିଧା । ଗ୍ରାମଞ୍ଚଳକୁ ସହରର ମୁଖ୍ୟ ସଡ଼କ ସହିତ ଯୋଡିବା ପାଇଁ ରାସ୍ତାଟିଏ ନାହିଁ । ପାହାଡିଆ କଚ୍ଚା ରାସ୍ତାରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି ଗ୍ରାମବାସୀ । ଖାସକରି ଗର୍ଭବତୀ ମହିଳା ଓ ତାର ପରିବାର । ଡାକ୍ତରଖାନା ଯିବା ସମୟରେ ଅନେକ ଜୀବନ ମଧ୍ୟ ଯାଇଛି । ସେପଟେ ଗାଁକୁ ପାଠ ପଢାଇବାକୁ ଆସିବାକୁ ହେଲେ ଗମନାଗମନ ଅସୁବିଧା ଯୋଗୁଁ ଶିକ୍ଷକଙ୍କୁ ବି ଚାଲିବାକୁ ପଡେ 4 କିମି ।

ଗାଁ ଠାରୁ ଲାଞ୍ଜିଗଡ ବ୍ଲକ ମଧ୍ୟର ଦୂରତା ପ୍ରାୟ ୫୦ କିମି ହୋଇଥିବା ବେଳେ ପୂର୍ତ୍ତ ବିଭାଗର ରାସ୍ତା ଠାରୁ ଗାଁ ପ୍ରାୟ ୭ କିମି ଦୂର । ଦୈନନ୍ଦିନ ଆସବାବ ପତ୍ର ପାଇଁ ମଧ୍ୟ ଅତିକ୍ରମ କରିବାକୁ ପଡେ ଅନେକ ବାଟ । ତେବେ ବାରମ୍ବାର ଏନେଇ ପ୍ରଶାସନ ନିକଟରେ ଗୁହାରି କରିବା ପରେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନାହିଁ । ଶେଷରେ ବାଧ୍ୟ ହୋଇ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡିଛନ୍ତି ଖୋଦ ଗ୍ରାମବାସୀ । ଆଉ ଆରମ୍ଭ କରିଛନ୍ତି ‘ମା ପାଇଁ ରାସ୍ତା ଟିଏ’ ଅଭିଯାନ । ହାତରେ କୋଡି କୋଦାଳ ଧରି ଜଙ୍ଗଲ କାଟି ନିଜ ଦମରେ ରାସ୍ତା ତିଆରି କରୁଛନ୍ତି ଗ୍ରାମବାସୀ ।

ଏହି ଅପହଞ୍ଚ ଗାଁରେ ନେତା ମନ୍ତ୍ରୀଙ୍କର ଭିଡ ଜମେ କିନ୍ତୁ କେବଳ ଭୋଟ ସମୟରେ । ସେପଟେ ଏହି ସମସ୍ୟାସମ୍ପର୍କରେ ଜିଲ୍ଲାପାଳ କ୍ୟାମେରା ସାମନାରେ କୌଣସି ପ୍ରତିକ୍ରିୟା ଦେବାକୁ ନାରାଜ ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.