ETV Bharat / state

ରାଜନୀତି ପଶାପାଲିରେ ସରକାରୀ ମେଡିକାଲ କଲେଜ, 19 ବର୍ଷ ପ୍ରତୀକ୍ଷାର ଅନ୍ତ କେବେ ?

author img

By

Published : Apr 28, 2022, 4:22 PM IST

ରାଜନୀତିର ପଶାପାଲିରେ କଳାହାଣ୍ଡି ସରକାରୀ ମେଡିକାଲ କଲେଜ । ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ୧୯ ବର୍ଷ ହେଲା ମେଡିକାଲ କଲେଜ ଅପେକ୍ଷାରେ ଜିଲ୍ଲାବାସୀ । ଅଧିକ ପଢନ୍ତୁ

ରାଜନୀତି ପଶାପାଲିରେ ସରକାରୀ ମେଡିକାଲ କଲେଜ
ରାଜନୀତି ପଶାପାଲିରେ ସରକାରୀ ମେଡିକାଲ କଲେଜ

ଭବାନୀପାଟଣା: ରାଜ୍ୟ ସରକାରଙ୍କ ରାଜନୀତିର ପଶାପାଲିରେ କଳାହାଣ୍ଡି ସରକାରୀ ମେଡିକାଲ କଲେଜ । ୧୯ ବର୍ଷ ପରେ ମଧ୍ୟ ଜିଲ୍ଲାରେ ମେଡିକାଲ କଲେଜ ନିର୍ମାଣ ମରୀଚିକା ପାଲଟିଛି । ଜାରିଙ୍ଗି ଠାରେ ସର୍ଦ୍ଦାର ରାଜା ମେଡିକାଲ କଲେଜ କାମ ଅସମ୍ପୂର୍ଣ୍ଣ ରହିବା ପରେ ୨୦୧୬ରେ ଭଙ୍ଗାବାରିରେ ସରାକରୀ ମେଡିକାଲ କଲେଜ ପାଇଁ ଘୋଷଣା କରିଥିଲେ ସରକାର । ରାଜ୍ୟ ବଜେଟରେ ମେଡିକାଲ କଲେଜ ଓ ବେଦାନ୍ତ ଦ୍ଵାରା ହସ୍ପିଟାଲ ହେବାର ଘୋଷଣା କରି ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କଲେ । ଏଥିପାଇଁ ୧୩୦ କୋଟି ବ୍ୟୟ ଅଟକଳ ହୋଇଥିଲା । ବର୍ତ୍ତମାନ ଏହି ଅଟକଳ ରାଶିକୁ ୧୬୧ କୋଟିକୁ ବୃଦ୍ଧି କରାଯାଇଛି । ହେଲେ ଏ ସବୁ ପରେ ବି ସରକାରୀ ମେଡିକାଲ ଦେଖିବାର କାଳାହାଣ୍ଡିବାସୀଙ୍କ ଆଶା ଆଶାରେ ହିଁ ରହିଛି ।

ରାଜନୀତି ପଶାପାଲିରେ ସରକାରୀ ମେଡିକାଲ କଲେଜ

ଏପରିକି ୨୦୨୦ ମସିହାରେ ରାଜ୍ୟ ସରକାର ବେଦାନ୍ତ ସହ ନିଜର ଚୁକ୍ତି ମଧ୍ୟ ବାତିଲ କରିସାରିଛନ୍ତି । ରାଜ୍ୟ ସରକାର ମାଛ ତେଲରେ ମାଛ ଭାଜିବା ଭଳି କେନ୍ଦ୍ର ସରକାରଙ୍କ ଅନୁଦାନକୁ ବିନିଯୋଗ କରି ବାଃ ବାଃ ନେବାକୁ ଉଦ୍ୟମ କରିଛନ୍ତି । ଏଥିଯୋଗୁଁ ମେଡିକାଲ କଲେଜ ଆରମ୍ଭ ନେଇ ବିଳମ୍ବ ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି ।

୨୦୧୪ ମସିହାରୁ ପିପିପି ମୋଡରେ ମେଡିକାଲ କଲେଜ ହୋଇପାରିଲା ନାହିଁ । ୨୦୧୬ ମସିହାରେ ରାଜ୍ୟ ସରକାର ନିଜେ ଏହାକୁ କରିବା ପାଇଁ ତତ୍ପରତା ଦେଖାଇଲେ । ୨୦୧୯ ମସିହାରେ କେନ୍ଦ୍ର ସହାୟତା ସହିତ ଏହି ପ୍ରକଳ୍ପକୁ ଯୋଡ଼ିଦେଲେ । ରାଜ୍ୟ ସରକାର ୧୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ୬୫୦ ଶଯ୍ୟା ହସ୍ପିଟାଲ ନିର୍ମାଣ ପାଇଁ ଘୋଷଣା କରିଥିଲେ । ମାତ୍ର ୫ ବର୍ଷ ପରେ ପୁଣି ଆଉଥରେ ସେ ବ୍ୟୟ ଅଟକଳକୁ ୧୬୧ କୋଟି ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ।

ଓଡ଼ିଶା ସରକାର ପଶ୍ଚିମ ଓଡିଶା ବିକାଶ ପକ୍ଷରୁ ପିପିପି ଜରିଆରେ ୨୦୦୩-୦୪ ମସିହାରେ ବଲାଙ୍ଗୀର ଓ ରାଉରକେଲାରେ ବେସରକାରୀ ମେଡିକାଲ କଲେଜ କରିବାକୁ ନିଷ୍ପତ୍ତି ନେଇଥିଲେ । ଶେଷ ମୁହୂର୍ତ୍ତରେ କଳାହାଣ୍ଡିର ନାମକୁ ତାଲିକାରୁ ବାଦ୍ ଦିଆଯାଇଥିବାରୁ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ରାସ୍ତାରୋକ ଓ ପ୍ରତିବାଦ ପରେ ପୂର୍ବତନ ଲୋକସଭା ସାଂସଦ ସ୍ବର୍ଗତ ବିକ୍ରମ କେଶରୀ ଦେଓ ଓ ଅନ୍ୟ ନେତାମାନେ ମୁଖ୍ୟମନ୍ତ୍ରୀଙ୍କୁ ଚାପ ପକାଇବାରୁ କଳାହାଣ୍ଡିର ଜାରିଙ୍ଗ ଠାରେ ପଶ୍ଚିମ ଓଡ଼ିଶା ବିକାଶ ତରଫରୁ ପିପିପି ମୋଡ଼ରେ ଏକ ଘରୋଇ ମେଡିକାଲ କଲେଜ ସ୍ଥାପନ କରାଯିବ ବୋଲି ଘୋଷଣା କରାଯାଇଥିଲା । ୨୦୦୪ ରୁ ୨୦୧୧ ମସିହା ମଧ୍ୟରେ ମନ୍ଥର ଗତିରେ ସର୍ଦ୍ଦାର ରାଜା ମେଡିକାଲ କଲେଜ ଚାଲିଥିବା ବେଳେ ଓଡିଶା ସରକାରଙ୍କ ଆନ୍ତରିକତା ଅଭାବରୁ ୨୦୧୫ ମସିହାରେ ଏମସିଆଇ କଲେଜରୁ ଅନୁମୋଦନ ପ୍ରତ୍ୟାହାର କରିନେଲା ।

ଏହାପରେ ଓଡ଼ିଶା ସରକାର ବାଧ୍ୟ ହୋଇ ୨୦୧୬ ମସିହାରେ କଳାହାଣ୍ଡିର ଭଙ୍ଗାବାରିରେ ବେସରକାରୀ ପରିବର୍ତ୍ତେ ଗୋଟିଏ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଘୋଷଣା କଲେ । ଓଡ଼ିଶା ସରକାରଙ୍କ ବଜେଟରେ ମେଡିକାଲ କଲେଜ ଓ ବେଦାନ୍ତ ଦ୍ଵାରା ହସ୍ପିଟାଲ ହେବାର ଘୋଷଣା କରି ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ହେଲେ ଦୀର୍ଘ ବର୍ଷ ହେଲାଣି କାମ ମନ୍ଥର ଗତିରେ ଚାଲିଛି । ୨୦୧୯-୨୦ ମସିହାରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ଆକାଂକ୍ଷା ଜିଲ୍ଲାମାନଙ୍କ ପାଇଁ ଉଦ୍ଦିଷ୍ଟ ମେଡିକାଲ କଲେଜରେ କେନ୍ଦ୍ର ସହାୟତାରେ ରାଜ୍ୟ ସରକାରଙ୍କ ସହିତ ୬୦:୪୦ ବଜେଟରେ ବଲାଙ୍ଗୀର ଓ କୋରାପୁଟ ଭଳି କଳାହାଣ୍ଡିରେ ବି ଏକ ମେଡିକାଲ କଲେଜ ପାଇଁ ଅନୁମୋଦନ କରିଥିଲେ ।

ମେଡିକାଲ କଜେଲଟି ବର୍ତ୍ତମାନ କେନ୍ଦ୍ର ସହାୟତାରେ ହେଉଛି । ତେଣୁ ନିର୍ବାଚନରେ କାଳେ କେନ୍ଦ୍ର ସରକାର ରାଜନୈତିକ ବାଜି ମାରିନେବ ଭାବି ଓଡ଼ିଶା ସରକାର ଜାଣିଶୁଣି ନିର୍ମାଣ କାର୍ଯ୍ୟ ବିଳମ୍ବ କରିଛନ୍ତି ବୋଲି ଅଭିଯୋଗ ହୋଇଛି । କଳାହାଣ୍ଡିରେ ହେବାକୁ ଥିବା ସରକାରୀ ମେଡିକାଲ କଲେଜ ନିମନ୍ତେ ଏ ପର୍ଯ୍ୟନ୍ତ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଓ ଅନ୍ୟାନ୍ୟ କର୍ମଚାରୀ ପଦବୀ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇନାହିଁ । ରାଜନୈତିକ ଫାଇଦା କେନ୍ଦ୍ର ନେଇଯିବା ଆଶଙ୍କାରେ କଲେଜକୁ ଜାଣିଶୁଣି ବିଳମ୍ବ କରିବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କଳାହାଣ୍ଡିରେ ଗୋଟିଏ ମେଡିକାଲ କଲେଜ ପାଇଁ ଓଡ଼ିଶା ସରକାର ୧୯ ବର୍ଷ ସମୟ ନେବା ସରକାରୀ କଳର ଦୁର୍ବଳତା ଓ ଅଞ୍ଚଳ ପ୍ରତି ଚରମ ଅବହେଳାକୁ ସୂଚାଉଛି ବୋଲି ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.