ETV Bharat / state

ପରିମଳରେ ରାଜ୍ୟର 1ନଂ ଜିଲ୍ଲା ଭାବେ ପୁରସ୍କୃତ ହେଲା କଳାହାଣ୍ଡି - ପରିମଳ ବର୍ଗରେ ରାଜ୍ୟରେ ୧ ନମ୍ବର କଳାହାଣ୍ଡି

କଳାହାଣ୍ଡି ଜିଲ୍ଲା ରାଜ୍ୟରେ ୧ ନମ୍ବର । ଜିଲ୍ଲା ପରିମଳ ବର୍ଗରେ ଅର୍ଥନୀତି, ଭିତ୍ତିଭୂମି, କୃଷି, ଶିକ୍ଷା କ୍ଷେତ୍ରରେ ସବୁଠି ଆଗରେ କଳାହାଣ୍ଡି । ଅଧିକ ପଢ଼ନ୍ତୁ

କଳାହାଣ୍ଡି ଜିଲ୍ଲା ପରିମଳ ବର୍ଗରେ ରାଜ୍ୟରେ ୧ ନମ୍ବର

author img

By

Published : May 2, 2022, 7:23 AM IST

ଭବାନୀପାଟଣା: 'ଇଣ୍ଡିଆ ଟୁଡେ’ ପତ୍ରିକା ଦ୍ବାରା ଗତ ୫ବର୍ଷ ଧରି ସର୍ବେକ୍ଷଣ କରାଯାଇଛି । ଏଥିରେ ଅର୍ଥନୀତି, ଭିତ୍ତିଭୂମି, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳା, ସାମାଜିକ ସୁରକ୍ଷା, ନାରୀ ଶିକ୍ଷା ଉଦ୍ୟୋଗ, ଦକ୍ଷତା ବିକାଶ, ଡିଜିଟାଲ କଭରେଜ ଓ ପରିମଳ ବ୍ୟବସ୍ଥା ଆଦି ବିଭିନ୍ନ ବର୍ଗ ରହିଛି । ଏସମସ୍ତ ବର୍ଗ ଗୁଡିକରେ ବିଚାର କରି ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲାକୁ ପୁରସ୍କୃତ କରାଯାଇଛି ।

ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । କଳାହାଣ୍ଡି ଜିଲ୍ଲା ପରିମଳ ବର୍ଗରେ ରାଜ୍ୟରେ ୧ ନମ୍ବର ଜିଲ୍ଲା ଭାବେ ପୁରସ୍କୃତ କରାଯାଇଛି । ଭୁବନେଶ୍ବର କିଟ୍ ପ୍ରେକ୍ଷାଳୟରେ ଏହି ପତ୍ରିକା ଦ୍ବାରା ଆୟୋଜିତ ଷ୍ଟେଟ ଅଫ୍ ଦି ଓଡ଼ିଶା ଷ୍ଟେଟ କନକ୍ଲେଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ଅନ୍ୟତମ ଅତିଥି ଭାବେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ଯୋଗଦେଇ କଳାହାଣ୍ଡି ଜିଲ୍ଲାପାଳ ଡ.ଗାଭାଲି ପରାଗ ହର୍ଷଦଙ୍କୁ ପୁରସ୍କୃତ କରିଥିଲେ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.