ETV Bharat / state

୬୩ ପିଲାଙ୍କ ମାଆ କସ୍ତୁରୀ: ୩୯ ଝିଅଙ୍କୁ ବାହାଦେଲେଣି, ୧୭ ବୋହୂ ଆଣିଲେଣି - ଅନାଥଙ୍କ ଠିକଣା ଯଶୋଦା ଅନାଥ ଆଶ୍ରମ

ମାଆ ଯିଏ ନିଜ ପେଟରେ ଓଦା କନା ପକାଇ ଶିଶୁ ମୁହଁରେ ଆହାର ଦିଏ । ଦେହ ଖରାପ ହେଲେ ରାତି ରାତି ଅନିଦ୍ରା ରହେ । ମମତା ଓ କରୁଣାର ଜୀବନ୍ତ ମୂର୍ତ୍ତିଟିଏ । ଆଜି ମାତୃ ଦିବସରେ ଆମେ ଏମିତି ଜଣେ ମମତାମୟୀ ଦେବୀଙ୍କୁ ଭେଟାଇବୁ ଯାହାଙ୍କୁ ଏ ଯୁଗର ଯଶୋଦା ମାଆ କହିଲେ ଭୁଲ ହେବନି । ଯେତେବେଳେ ଜନ୍ମକଲା ମାଆ ପର କରେ, ସେତେବେଳେ ନିଜ ପଣତକାନି ଲମ୍ବାଇ ଦିଅନ୍ତି ସେ । ଜନ୍ମ ନଦେଇ ବି ୬୩ ଛୁଆଙ୍କ ଜନନୀ ପାଲଟିଛନ୍ତି । ପଢନ୍ତୁ ମାତୃ ଦିବସ ସ୍ପେଶାଲ ଏହି ରିପୋର୍ଟ

Kalahandi couple runs orphanage
Kalahandi couple runs orphanage
author img

By

Published : May 14, 2023, 6:33 PM IST

୬୩ ପିଲାଙ୍କ ମାଆ କସ୍ତୁରୀ

ଭବାନୀପାଟଣା: ମାଆ... ମମତା ଓ କରୁଣାର ଜୀବନ୍ତ ମୂର୍ତ୍ତିଟିଏ । ଇଶ୍ବରଙ୍କ ସବୁଠୁ ସୁନ୍ଦର ସୃଷ୍ଟି । ମାଆ ଯିଏ ଭୋକ ଲାଗିବା ଆଗରୁ ପେଟ ଚିହ୍ନେ । ଦେହ ଖରାପ ହେଲେ ରାତି ରାତି ଅନିଦ୍ରା ରହେ । ତା'ଠାରୁ ବଡ଼ ଦୁନିଆରେ କେହି ନାହିଁ । କେବଳ ସେ ଯେ ଗର୍ଭଧାରଣ ପାଇଁ ମହାନ ତାହା ନୁହେଁ, ଛୁଆ ପାଇଁ ତା' ମନରେ ଥିବା ମମତା, କରୁଣା ଓ ପ୍ରତିଟି ଭାବନା ପାଇଁ ସେ ମହାନ । ତା'ର ନିଃସ୍ବାର୍ଥପର ସ୍ନେହ, ପ୍ରେମ ଓ କ୍ଷମା ଆଗରେ ଏ ସୃଷ୍ଟିର ସ୍ରଷ୍ଟା ବି ସ୍ତବ୍ଧ । ଆଜି ସେ ସ୍ବର୍ଗୀୟ ଦାନର ଦିନ ଅର୍ଥାତ୍ ମାତୃ ଦିବସ । ପ୍ରତିବର୍ଷ ମେ' ଦ୍ବିତୀୟ ରବିବାର ସାରା ବିଶ୍ବରେ ଏହି ଦିବସ ପାଳନ କରାଯାଏ । ତେବେ ଏହି ମାତୃ ଦିବସରେ ଆମେ କଳିଯୁଗର ଏମିତି ଜଣେ ଯଶୋଦା ମାଆ ସହ ପରିଚିତ କରାଇବୁ ଯିଏକି ଜନ୍ମ ନଦେଇ ବି ୬୩ ଜଣ ଛୁଆଙ୍କ ଜନନୀ ପାଲଟିଛନ୍ତି ।

ଏପରି ଜଣେ ମାଆ ହେଉଛନ୍ତି କସ୍ତୁରୀ ଜାଲ । ଘର କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଞ୍ଚଳର ଗମ୍ବାରିଗୁଡାରେ । ସେ ଅନେକ ଶିଶୁଙ୍କୁ ଯଶୋଦା ମାଆ ପରି ଲାଳନପାଳନ କରି ସମାଜରେ ଉଦାହରଣ ସୃଷ୍ଟି କରିଛନ୍ତି । ଜନ୍ମ ନଦେଇ ବି ୬୩ ଜଣ ପିଲାଙ୍କ ଜନନୀ ପାଲଟିଛନ୍ତି । ଯେତେବେଳେ ଜନ୍ମକଲା ମାଆ ପର କରେ, ସେତେବେଳେ ନିଜ ପଣତକାନି ଲମ୍ବାଇ ଦିଅନ୍ତି କସ୍ତୁରୀ । ରାସ୍ତାକଡ଼ରୁ କଅଁଳ କଢିକୁ ଗୋଟାଇ ଆଣି ମଣିଷ କରନ୍ତି । ସବୁ ଅଳି ଅର୍ଦ୍ଦଳି ସହି ସୁନ୍ଦର ଭବିଷ୍ୟତ ଗଢ଼ନ୍ତି ।

ଗମ୍ବାରିଗୁଡାଠାରେ ତାଙ୍କର 'ଯଶୋଦା ଅନାଥ ଆଶ୍ରମ' ରହିଛି । ଯାହା ଶହଶହ ଅସହାୟ ଶିଶୁଙ୍କ ଠିକଣା ପାଲଟିଛି । ଏହି ଅନାଥ ଆଶ୍ରମ କୋମଳମତି ଶିଶୁଙ୍କ ଭବିଷ୍ୟତ ଗଢିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏବେ ତାଙ୍କ ଆଶ୍ରମରେ ୬୩ ପିଲା ଅଛନ୍ତି । ସେଥିମଧ୍ୟରେ କେବଳ ୨୬ ଜଣ ଶିଶୁ ଅଛନ୍ତି । ଆଶ୍ରମର ଅନେକ ପିଲା ଭୁବନେଶ୍ବର, ସମ୍ବଲପୁର, ଭବାନୀପାଟଣାରେ ପାଠ ପଢୁଛନ୍ତି । ଅନେକ ଚାକିରି କରି ଘର ସଂସାର କରୁଛନ୍ତି । କସ୍ତୁରୀ ୩୯ ଜଣ ପାଳିତ ଝିଅଙ୍କୁ ବାହା ଦେଇ ସାରିଲେଣି ଓ ୧୭ ବୋହୂ ବି ଆଣିଲେଣି ।

ଗମ୍ବାରିଗୁଡାର ଶ୍ୟାମ ସୁନ୍ଦର ଜାଲ ଓ ତାଙ୍କର ପତ୍ନୀ କସ୍ତୁରୀ ଜାଲ କିଛି ଅସହାୟ ଶିଶୁଙ୍କୁ ସାହାର ଦେବା ପାଇଁ ୮୦ ଦଶକରେ ଯଶୋଦା ନାମରେ ଏହି ଅନାଥ ଆଶ୍ରମ ଗଢ଼ିଥିଲେ । ଆଜି ଏହି ଆଶ୍ରମ ଶହଶହ ଶିଶୁଙ୍କ ପରିଚୟର ଠିକଣା ପାଲଟି ଯାଇଛି । କେଉଁଠି ଶିଶୁଟିଏ କେହି ଫିଙ୍ଗି ଦେଇଥିବାର ଖବର ପାଇଲେ ଶ୍ୟାମ ତାକୁ ଆଶ୍ରମକୁ ନେଇ ଆସନ୍ତି । ଶିଶୁଙ୍କୁ ନିଜ ଜନ୍ମିତ ସନ୍ତାନ ଭଳି ଲାଳନ ପାଳନ କରନ୍ତି ମାଆ କସ୍ତୁରୀ । ଶିଶୁମାନଙ୍କ ଗାଧୁଆ, ଖାଇବା ପିଇବା ଓ ଶୁଆଇବା ଇତ୍ୟାଦି ସବୁ କାମ ନିଜେ କରିଥାନ୍ତି । କେବଳ ଯେ, ଜନ୍ମ ଦେଇଥିବା ମାଆ ହିଁ ଶିଶୁର ଲାଳନ ପାଳନ କରିଥାଏ ତାହା ନୁହେଁ କସ୍ତୁରୀଙ୍କ ଭଳି ମମତାମୟୀ ମାଆ କୁନିକୁନି ଶିଶୁ ପ୍ରତି ନିଜର ମାତୃତ୍ୱ ଓ ପ୍ରେମକୁ ଅଜାଡି ଦେଇ ଏମାନଙ୍କ ଭବିଷ୍ୟତ ଗଢ଼ିବାରେ ଲାଗି ପଡ଼ିଛନ୍ତି ।

ଯଶୋଦା ଅନାଥ ଆଶ୍ରମରେ ଏବେ ୬୩ ଜଣ ଅସହାୟ ପିଲା ଥିବାବେଳେ ସେଥିମଧ୍ୟରେ କେବଳ ୨୬ ଜଣ ଶିଶୁ ଅଛନ୍ତି । ଏହାରି ମଧ୍ୟରେ ଅନେକ ଝିଅକୁ ବାହା କରିସାରି ଥିବାବେଳେ ପାଳିତ ପୁଅମାନଙ୍କ ପାଇଁ ବୋହୂ ମଧ୍ୟ ଆଣି ସାରିଲେଣି । ଏବେ ବି ଅନେକ କଅଁଳ ଶିଶୁଙ୍କ ସେ ଲାଳନପାଳନ କରୁଛନ୍ତି । ଶିଶୁ ମଙ୍ଗଳ ବିଭାଗ ପକ୍ଷରୁ ଆଶ୍ରମର କେବଳ ୪୩ ଶିଶୁ ପାଇଁ ଆର୍ଥିକ ସହାୟତା ମିଳୁଛି । ବାକି ଶିଶୁମାନଙ୍କୁ ଯେନତେନ ପ୍ରକାରେ ଏହି ଦମ୍ପତି ଭରଣପୋଷଣ କରନ୍ତି । ଅସହାୟ ଶିଶୁଙ୍କ ବ୍ୟତୀତ ଆଶ୍ରମ ପରିସରରେ ୩୦ ଜଣ ବୃଦ୍ଧା ଓ ମାନସିକ ଅନଗ୍ରସରଙ୍କୁ ସ୍ଥାନ ଦେଇଛନ୍ତି ଏହି ଦମ୍ପତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.