ETV Bharat / state

ନୂତନ ଜିଲ୍ଲାପାଳଙ୍କ ରଥଯାତ୍ରା ବୈଠକ

author img

By

Published : Jun 28, 2022, 10:17 AM IST

କଳାହାଣ୍ଡି ଜିଲ୍ଲାର ନୂତନ ଜିଲ୍ଲାପାଳ ରଥଯାତ୍ରା ପାଇଁ ବୈଠକ କରି ରଥଯାତ୍ରା ଓ ବାହୁଡା ଯାତ୍ରାର ପୂର୍ବ ପ୍ରସ୍ତୁତି ବିଷୟରେ ଅନୁଷ୍ଠିତ ବୈଠକରେ ଆଲୋଚନା । ଅଧିକ ପଢନ୍ତୁ

kalahandi collector reviews preparation for Rath Yatra
ନୂତନ ଜିଲ୍ଲାପାଳଙ୍କ ରଥଯାତ୍ରା ବୈଠକ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ଦାଇତ୍ଵ ଗ୍ରହଣ କରିଛନ୍ତି ପି ଅନ୍ବେଷା ରେଡ୍ଡି । ଦାଇତ୍ବ ଗ୍ରହଣ ପରେ ପରେ ଜିଲ୍ଲାରେ ପ୍ରଥମ କରି ରଥଯାତ୍ରା ପାଇଁ ବୈଠକରେ ସମୀକ୍ଷା କରିଛନ୍ତି । ରଥଯାତ୍ରା ଓ ବାହୁଡା ଯାତ୍ରାକୁ ନେଇ ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡିଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ଓ ବାହୁଡା ଯାତ୍ରାର ପୂର୍ବ ପ୍ରସ୍ତୁତି ବୈଠକ ସମ୍ପୂର୍ଣ୍ଣ ହୋଇଛି । ଯେଉଁଥିରେ ଜିଲ୍ଲାର ସମସ୍ତ ରଥଯାତ୍ରା କମିଟି ସହିତ ଦେବୋତ୍ତର ବିଭାଗ, ପୋଲିସ ପ୍ରଶାସନ ସମେତ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

ନୂତନ ଜିଲ୍ଲାପାଳଙ୍କ ରଥଯାତ୍ରା ବୈଠକ

ଆସନ୍ତା ରଥଯାତ୍ରା ଓ ବାହୁଡା଼ ଯାତ୍ରା ପାଇଁ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଯେଉଁଥିରେ ପହଣ୍ଡି ଏବଂ ରଥ ପରିଚାଳନା ଦାୟିତ୍ବ ବଣ୍ଟନ, ପହଣ୍ଡି ସମୟ ନିର୍ଘଣ୍ଟ, ବିଦ୍ୟୁତ ସେବା, ପାନୀୟଜଳ ବ୍ୟବସ୍ଥା କିଭଳି ଭାବେ ସୁରୁଖୁରୁରେ ହେବ ସେ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା ।

ସେହିଭଳି ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ଆଶୁ ଚିକିତ୍ସା ବ୍ୟବସ୍ଥା, ଅଗ୍ନିଶମ ବିଭାଗର ସହାୟତା ଓ ଶାନ୍ତି ଶୃଙ୍ଖଳାରେ ରଥଯାତ୍ରା ତଥା ବାହୁଡା ଯାତ୍ରା କରିବା ପାଇଁ ସହରରେ ଟ୍ରାଫିକ ଓ ପୋଲିସ ବ୍ୟବସ୍ଥା ସୁଦୃଢ଼ କରିବା ଭଳି ବିଭିନ୍ନ ବିଷୟରେ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଥିଲା । ସେପଟେ ଜିଲ୍ଲା ପ୍ରଶାସନ ନିଜର ସବୁ ପ୍ରସ୍ତୁତି ସାରିଥିବା ବେଳେ ରଥଯାତ୍ରା ଓ ବାହୁଡା ଯାତ୍ରା ଶାନ୍ତି ଶୃଙ୍ଖଳାରେ ହେବା ନେଇ ଆଶା ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.