ଭବାନୀପାଟଣା: ଆକ୍ସନ ମୁଡରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ । ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ ପରେ ପ୍ରଥମେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଏକ ଲମ୍ବା ତାଲିକା ପ୍ରସ୍ତୁତ କରି ଗୋଟିଏ ପରେ ଗୋଟିଏ ଆକ୍ସନ ନେଉଛନ୍ତି । ପ୍ରଥମେ ପଞ୍ଚାୟତ ପିଓଙ୍କ ବଦଳି ପରେ ଏବେ ଆରଆଇ ଓ ଅମିନଙ୍କ ବଦଳି କରାଇଛନ୍ତି । ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି ନିଯୁକ୍ତ ରହିଥିବା ୪୦ ଜଣା ଆରଆଇ ଅମିନଙ୍କ ବଦଳି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
![ଆକ୍ସନ ମୁଡରେ କଳାହାଣ୍ଡି ଜିଲ୍ଲାପାଳ, ପିଓଙ୍କ ପରେ ଆରଆଇ ଓ ଅମିନଙ୍କ କଲେ ବଦଳି](https://etvbharatimages.akamaized.net/etvbharat/prod-images/od-kld-05-collector-order-dry-7203436_17072022221755_1707f_1658076475_761.jpg)
![ଆକ୍ସନ ମୁଡରେ କଳାହାଣ୍ଡି ଜିଲ୍ଲାପାଳ, ପିଓଙ୍କ ପରେ ଆରଆଇ ଓ ଅମିନଙ୍କ କଲେ ବଦଳି](https://etvbharatimages.akamaized.net/etvbharat/prod-images/od-kld-05-collector-order-dry-7203436_17072022221755_1707f_1658076475_11.jpg)
ପି. ଅନ୍ଵେଷା ରେଡ୍ଡୀ ଜିଲ୍ଲାପାଳ ଭାବେ ଯୋଗ ଦେବା ପରେ ପ୍ରଥମେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଏକ ଲମ୍ବା ତାଲିକା ବାହାରିଥିଲା, ଆଉ ସେଇ ତାଲିକାକୁ ନେଇ ବଦଳି ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଜିଲ୍ଲାପାଳଙ୍କ ଦ୍ୱିତୀୟ ପର୍ଯ୍ୟାୟର ବଦଳି ତାଲିକାରେ ଆରଆଇ ଅମିନ ମାନଙ୍କ ଏକ ଲମ୍ବା ତାଲିକା ପ୍ରସ୍ତୁତ କରାଯାଇଥିଲା । ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ ରେ ଦୀର୍ଘ ବର୍ଷ ଧରି ନିଯୁକ୍ତ ରହିଥିବା ୪୦ ଜଣ ଆରଆଇ ଅମିନ ମାନଙ୍କ ବଦଳି ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ଏହି ବଦଳି ନିର୍ଦ୍ଦେଶ ପରେ ଆରଆଇ ଅମିନଙ୍କ ମନରେ ମଧ୍ୟରେ ଭୟ ସଞ୍ଜାର ହୋଇଛି । ଏହା ଦ୍ବାରା ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଥିବା ଜମି କେଳେଙ୍କାରୀ ଉପରେ ରୋକ ଲାଗି ପାରିବ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର ଧରିଛି।
![ଆକ୍ସନ ମୁଡରେ କଳାହାଣ୍ଡି ଜିଲ୍ଲାପାଳ, ପିଓଙ୍କ ପରେ ଆରଆଇ ଓ ଅମିନଙ୍କ କଲେ ବଦଳି](https://etvbharatimages.akamaized.net/etvbharat/prod-images/od-kld-05-collector-order-dry-7203436_17072022221755_1707f_1658076475_933.jpg)