ETV Bharat / state

ମାଓଗଡରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ପରଖିଲେ ସ୍ଥିତି - ଜିଲ୍ଲାପଳଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ମାଓଗଡରେ ପହଞ୍ଚିଲେ ଜିଲ୍ଲାପାଳ। ଲାଲଗଡ଼ ଭାବରେ ପରିଚିତ ନିୟମଗିରି ପାଦ ଦେଶରେ ଥିବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସରକାର ଙ୍କ ଯୋଜନା ର କାର୍ଯ୍ୟକରିତା ଉପରେ ସମୀକ୍ଷା କରିବା ସହ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ। ଅଧିକ ପଢନ୍ତୁ

ମାଓ ଗଡ଼ରେ ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡି
ମାଓ ଗଡ଼ରେ ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡି
author img

By

Published : Nov 11, 2022, 10:56 PM IST

ଭବାନୀପାଟଣା: ମାଓ ଗଡରେ ପହଞ୍ଚିଲେ ଜିଲ୍ଲାପାଳ । ଲାଲଗଡ ଭାବରେ ପରିଚିତ ନିୟମଗିରି ପାଦଦେଶରେ ଅଞ୍ଚଳର ସ୍ଥିତି ଓ ଚିତ୍ରକୁ ଦେଖିବା ପାଇଁ ଗାଁରେ ପହଞ୍ଚିଲେ ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ ।

ମାଓ ଗଡ଼ରେ ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡି

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକର ଦୁର୍ଗମ ଇଲାକା ଯାହା ଲାଲଗଡ଼ ଭାବରେ ପରିଚିତ। ସେଠାରେ ଥିବା ତ୍ରିଲୋଚନ ପୁର ପଞ୍ଚାୟତ ରୁ ୧୦ କିଲୋମିଟର ଦୂରରେ ଅବସ୍ଥିତ ଫୁଲଡୁମେର ଗାଁ। ଦିନ ଥିଲା ଯେଉଁ ଅଞ୍ଚଳ କୁ ଦିନେ ସରକାରୀ କର୍ମଚାରୀ ଯିବା ପାଇଁ ଭୟ କରୁଥିଲେ। ଫଳରେ ସରକାର ଙ୍କ ଅନେକ ଲୋକାଭିମୁଖୀ ଯୋଜନା ଏହି ଅଞ୍ଚଳ ପାଇଁ ଅପହଞ୍ଚ ହୋଇ ପଡିଥିଲା। ଏନେଇ ଅଞ୍ଚଳର ସ୍ଥିତି ପରଖିବାକୁ ହଠାତ ପହଞ୍ଚିଲେ ଜିଲ୍ଲାପାଳ।

ତେବେ ପ୍ରଥମ ଥର ପାଇଁ ଜଣେ ଜିଲ୍ଲାପାଳ ଏହି ଅଞ୍ଚଳକୁ ଗସ୍ତ କରିଥିବା ବେଳେ ଦୁର୍ଗମ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଥିଲା । ନିୟମଗିରୀ ପାହାଡ ଶିଖରରେ ବସବାସ କରୁଥିବା ହରିଡାଗୁଡା, କୁନାକାଡୁ ଓ ପାଲବେରୀ ଆଦି ଗାଁର ଆଦିବାସୀ ମାନେ ଫୁଲଡୁମେର ଠାରେ ଏକତ୍ରୀତ ହୋଇ ଜିଲ୍ଲାପଳଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସ୍ବାଧିନତାର ଦୀର୍ଘ ବର୍ଷ ପରେ ମଧ୍ୟ କୌଣସି ଜିଲ୍ଲାପାଳ ଏହି ମାଓପ୍ରବଣ ଅଞ୍ଚଳକୁ ପାଦ ପକାଇ ନ ଥିବା ବେଳେ ପ୍ରଥମ ଥର ପାଇଁ ଜିଲ୍ଲାପାଳ ପି.ଅନ୍ବେଷା ରେଡ୍ଡୀ ଏହି ଅଞ୍ଚଳକୁ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ପାଇଁ ଚେଷ୍ଟା କରିଛନ୍ତି ।

ଫୁଲ ଡୁମେରରେ ନିର୍ମାଣ ହେଉଥିବା ଗୋଟାରୀ ହଷ୍ଟେଲକୁ ମଧ୍ୟ ସେ ପରିଦର୍ଶନ କରିଥିବା ବେଳେ ଅଞ୍ଚଳର ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ପଚାରି ବୁଝିଥିଲେ । କିଭଳି ସରକାର ଙ୍କ ସମସ୍ତ ଯୋଜନା ଡଙ୍ଗରିଆ ଝରଣିଆ ଙ୍କ ନିକଟରେ ପହଞ୍ଚିବ ସେନେଇ ସ୍ଥାନୀୟ ବିଡ଼ିଓ ଙ୍କ ସହ ଆଲୋଚନା କରିବା ପରେ ଅଞ୍ଚଳରେ ବିକାଶ ପାଇଁ ଗ୍ରାମବାସୀ ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.