ETV Bharat / state

କଳାହାଣ୍ଡି ଜିଲ୍ଲା ଓକିଲ ସଂଘ ସଭାପତି ହେଲେ ସୁବ୍ରତ ବହିଦାର - ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନ

ସରିଲା ଜିଲ୍ଲା ଓକିଲ ସଂଘ ନିର୍ବାଚନ । କଳାହାଣ୍ଡି ଜିଲ୍ଲା ଓକିଲ ସଂଘ ସଭାପତି ହେଲେ ସୁବ୍ରତ ବହିଦାର । ଅଧିକ ପଢନ୍ତୁ

କଳାହାଣ୍ଡ ଜିଲ୍ଲା ଓକିଲ ସଂଘ ସଭାପତି ହେଲେ ସୁବ୍ରତ ବହିଦାର

author img

By

Published : Mar 27, 2022, 1:53 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବରେ ସୁବ୍ରତ ବହିଦାର ୨୨୪ ଭୋଟ ପାଇ ବିଜୟ ହୋଇଛନ୍ତି । ତାଙ୍କ ପ୍ରତିଦ୍ବନ୍ଦୀ ବଟ୍ଟକୃଷ୍ଣ ପାତ୍ର ୮୨ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ଉପସଭାପତି ଭାବରେ ନିମାଞ୍ଚଳ ନାଏକ ୧୭୨ ଭୋଟ ପାଇ ବିଜୟ ହୋଇଥିବା ବେଳେ ତାଙ୍କ ପ୍ରତିଦ୍ଵନ୍ଦୀ ଦିଲ୍ଲୀପ କୁମାର ପ୍ରହରାଜ ୧୩୭ ଭୋଟ ପାଇଛନ୍ତି ।

କଳାହାଣ୍ଡ ଜିଲ୍ଲା ଓକିଲ ସଂଘ ସଭାପତି ହେଲେ ସୁବ୍ରତ ବହିଦାର
କଳାହାଣ୍ଡ ଜିଲ୍ଲା ଓକିଲ ସଂଘ ସଭାପତି ହେଲେ ସୁବ୍ରତ ବହିଦାର

ସେହିପରି ସମ୍ପାଦକ ଭାବରେ ଅଶ୍ଵିନୀ କୁମାର ଦାସ ୧୬୬ ଖଣ୍ଡ ଭୋଟ ପାଇ ବିଜୟ ହୋଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ କମଳ ଲୋଚନ ଶତପଥୀ ୧୪୨ ଖଣ୍ଡ ଭୋଟ ପାଇଥିଲେ । ଯୁଗ୍ମ ସମ୍ପାଦକ ଭାବରେ ଯଶୋବନ୍ତି ଦେଇ ୧୭୧ ଭୋଟ ପାଇ ଜିତିଥିବା ବେଳେ ଭବାନୀ ଶଙ୍କର ସାହୁ ୧୩୮ ଖଣ୍ଡ ଭୋଟ ପାଇଛନ୍ତି । କୋଷାଧ୍ୟକ୍ଷ ଭାବରେ ପରମାନନ୍ଦ ପଣ୍ଡା ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ଭାବରେ ଯଶୋବନ୍ତ ନାଏକ ଓ ସହଯୋଗୀ ନିର୍ବାଚନ ଅଧିକାରୀ ଭାବରେ ଶୁଭ୍ରାଂଶୁ ସାହୁ ଓ ମନୋଜ ତାଣ୍ଡି ନିର୍ବାଚନ ପରିଚାଳନା କରିଥିଲେ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.