ETV Bharat / state

କଳାହାଣ୍ଡିରେ ହାଥରସ ଝଡ, କାର୍ଯ୍ୟାନୁଷ୍ଠାନ ଦାବିରେ ପଦଯାତ୍ରା

author img

By

Published : Oct 7, 2020, 8:24 AM IST

କଳାହାଣ୍ଡିରେ ହାଥରସ ପୀଡିତାଙ୍କୁ ନ୍ୟାୟ ଦେବାକୁ ପଦଯାତ୍ରା । 50 କିମି ପଦଯାତ୍ରା କରି ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେଇଛନ୍ତି 3 ଜଣ ଯୁବକ । ଅଧିକ ପଢନ୍ତୁ...

କଳାହାଣ୍ଡିରେ ହାଥରସ ଝଡ
କଳାହାଣ୍ଡିରେ ହାଥରସ ଝଡ

ଭବାନୀପାଟଣା: କଳାହାଣ୍ଡିରେ ହାଥରସ ଝଡ । ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ପଦଯାତ୍ରା କରାଯାଇଛି । ସମାଜରେ ବଢୁଥିବା ପ୍ରତିବାଦରେ କଳାହାଣ୍ଡିର କେସିଙ୍ଗା ବ୍ଲକ ତୁର୍ଲାଖମନ ଗାଁର 3 ଜଣ ଯୁବକଙ୍କ ନେତୃତ୍ବରେ କେତେକ ଯୁବକ ଓ ଯୁବତୀଙ୍କୁ ନେଇ ଭବାନୀପାଟଣା ଯାଏଁ ପ୍ରାୟ 50 କିମି ପଦଯାତ୍ରା ଆସି ରାଷ୍ଟ୍ରପତିଙ୍କୁ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେମାନେ ହେଲେ ପ୍ରମୋଦ ସାହୁ, ସରୋଜ ସାହୁ ଓ ଯୋଶବନ୍ତ ରଣା ।

କଳାହାଣ୍ଡିରେ ହାଥରସ ଝଡ

ସମାଜ ଧୀରେ ଧୀରେ କଳୁଷିତ ହେଉଛି । ଦେଶର ବିଭିନ୍ନ ପ୍ରାନ୍ତରୁ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଛି । ଯେଉଁମାନେ ଏହି ବର୍ବର କାଣ୍ଡ ଘଟାଉଛନ୍ତି ସମସ୍ତଙ୍କ ଘରେ ମା’ ଭଉଣୀ ଅଛନ୍ତି । ତଥାପି ସେମାନେ ଏହି କାଣ୍ଡ ଭିଆଇଲାବେଳେ କିପରି ଭୁଲି ଯାଉଛନ୍ତି ବୋଲି ପ୍ରତିବାଦକାରୀ କହିଛନ୍ତି । ତେଣୁ ସେମାନଙ୍କର ପ୍ରଥମ ଦାବି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ସମାଜରେ ସଂସ୍କାର ଆଣିବାକୁ ଏ ପଦଯାତ୍ରା ବୋଲି କହିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.