ETV Bharat / state

ଦୃତ ସଫେଇ ପାଇଁ ଜାତୀୟ ସ୍ତରରେ ଜୁନାଗଡ଼ ଏନଏସି ପୁରସ୍କୃତ

author img

By

Published : Oct 7, 2022, 6:19 PM IST

ସ୍ୱଚ୍ଛ ପରିମଳ ଆମ ସହର ଏହି ସ୍ଲୋଗାନ କୁ କଥାରେ ନୁହେଁ କାମରେ କରିକି ଦେଖାଇଛି ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ । ଯାହାର ଫଳ ସ୍ୱରୂପ ଆଜି ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି ସହର । ଅଧିକ ପଢନ୍ତୁ

ଜାତୀୟ ସ୍ତରରେ ଜୁନାଗଡ଼ ଏନଏସି ପୁରସ୍କୃତ
ଜାତୀୟ ସ୍ତରରେ ଜୁନାଗଡ଼ ଏନଏସି ପୁରସ୍କୃତ

କଳାହାଣ୍ଡି: ଜାତୀୟ ସ୍ତରରେ ଜୁନାଗଡ ଏନଏସି ପୁରସ୍କୃତ । 'ସ୍ୱଚ୍ଛ ପରିମଳ ଆମ ସହର' ଏହି ସ୍ଲୋଗାନକୁ କଥାରେ ନୁହେଁ କାମରେ କରି ଦେଖାଇଛି ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ । ଯାହାର ଫଳ ସ୍ୱରୂପ ଆଜି ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି ଜୁନାଗଡ ସହର । ଏହାକୁ ନେଇ ସହରରେ ଏକ ଭବ୍ୟ ଶୋଭାଯାତ୍ରା ଆୟୋଜିତ ହୋଇଛି ।

ଜାତୀୟ ସ୍ତରରେ ଜୁନାଗଡ଼ ଏନଏସି ପୁରସ୍କୃତ

୧୪ଟି ଓ୍ବାର୍ଡ ବିଶିଷ୍ଟ ଜୁନାଗଡ଼ରେ ପ୍ରତ୍ୟେକ ୱାର୍ଡରେ ସଫେଇ କର୍ମଚାରୀ ତଥା ସ୍ୱଚ୍ଛ ସାଥି ପ୍ରତ୍ୟେକ ଦିନ ଘରକୁ ଘର ବୁଲି ଅଳିଆ ଆବର୍ଜନା ସଂଗ୍ରହ କରିବା ସହ ଲୋକଙ୍କୁ ସଚେତନ ମଧ୍ୟ କରି ଆସୁଛନ୍ତି । ଜନସାଧାରଣ ମଧ୍ୟ ସଫେଇ କର୍ମଚାରୀଙ୍କ କଥା ମାନି ଅଳିଆ ଆବର୍ଜନାକୁ ଏଣେତେଣେ ନ ଫିଙ୍ଗି ଆବର୍ଜନା ସଂଗ୍ରହ ଗାଡ଼ିରେ ହିଁ ଅଳିଆ ଦେଇଥାନ୍ତି । ଯାହାଦ୍ୱାରା ଜୁନାଗଡ଼ ସହର ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି ।

ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ସ୍ଵଚ୍ଛ ସର୍ବେକ୍ଷଣ 2022 କାର୍ଯ୍ୟକ୍ରମରେ ପୂର୍ବ ଭାରତର 15ରୁ 25 ହଜାର ଜନସଂଖ୍ୟା ବିଶିଷ୍ଟ ଦୃତ ସଫେଇ ସହର ଭାବେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ NACକୁ ପୁରସ୍କୃତ କରାଯାଇଛି । ଏହାକୁ ନେଇ ଜୁନାଗଡ଼ବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଆଜି ଜୁନାଗଡ଼ ଏନଏସି ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନରୁ NAC କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏଥିରେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ନଗରପାଳ ମୁକେଶ ଅଗ୍ରୱାଲ, ଉପାଧ୍ୟକ୍ଷା ହିମାଦ୍ରୀ ନାଏକ ସମେତ NACର ସମସ୍ତ କର୍ମଚାରୀ, ସଫେଇ କର୍ମଚାରୀ, ସ୍ୱଚ୍ଛ ସାଥି ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ- ଦଶହରାରେ ପାଳିତ ହେଲା ମା' ଭଣ୍ଡାର ଘରେନଙ୍କ ଛତର ଯାତ୍ରା

ଏନେଇ ଜୁନାଗଡ ନଗରପାଳ ମୁକେଶ ଅଗ୍ରୱାଲ କହିଛନ୍ତି, "୨୦୨୨ ସ୍ୱଚ୍ଛ ସର୍ବକ୍ଷେଣ ସର୍ବ ଭାରତୀୟ ସ୍ତରରେ ଜୁନାଗଡ NACକୁ ୧ନମ୍ବର ସହର ଭାବରେ ପୁରସ୍କୃତ କରାଯାଇଛି । ଏଥିପାଇଁ ସମସ୍ତ ସ୍ୱଚ୍ଛ କର୍ମଚାରୀ ଓ ଜୁନାଗଡବାସୀଙ୍କୁ ଏହି ଶ୍ରେୟ ଦେଉଛି ।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.