ETV Bharat / state

ଜୁନାଗଡ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣା: ପୁଣିଥରେ ହେବ ପୀଡିତାଙ୍କ ବୟାନ ରେକର୍ଡ - ପୁଣି ଥରେ ପୀଡ଼ିତାଙ୍କ ବୟାନ ରେକର୍ଡ

କଳାହାଣ୍ଡି ଜୁନାଗଡ଼ରେ ଗଣଦୁଷ୍କର୍ମ ମାମଲା । ପୁଣି ଥରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Sep 27, 2019, 10:24 PM IST

କଳାହାଣ୍ଡି: କଳାହାଣ୍ଡି ଜୁନାଗଡ଼ରେ ଗଣଦୁଷ୍କର୍ମ ମାମଲା । ପୁଣିଥରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବ । ପୀଡିତା ଲଳିତେନ୍ଦୁ ଶବରଙ୍କୁ ଭାଇରାଲ ଭିଡିଓରେ ମୁଖ୍ୟ ଅଭିଯୁକ୍ତ କହିଥିଲେ । ମାତ୍ର ଲଳିତେନ୍ଦୁ ଦୁଷ୍କର୍ମ କରିଥିବା କଥା ପୀଡିତା ଏତଲାରେ ଦର୍ଶାଇନଥିଲେ । ତେଣୁ ତାଙ୍କୁ ରାଜସାକ୍ଷୀ କରାଯାଇଥିଲା । ଏଥିପାଇଁ ପୀଡିତାଙ୍କ ଭାଇରାଲ ଭିଡିଓ ପରେ ପୁଣି ଥରେ ପୀଡିତାଙ୍କ ଅଭିଯୋଗକୁ ରେକର୍ଡ କରାଯିବ ଓ ତଦନ୍ତ ପରିସର ଭୁକ୍ତ କରାଯିବ । ତଦନ୍ତ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସ୍‌ପି ବାତୁଲା ଗଙ୍ଗାଧର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଏହି ଘଟଣା ପରେ ରାଜନୀତି ତେଜିବାରେ ଲାଗିଛି । ବିଜେପି ଅଭିଯୁକ୍ତ ଲଳିତେନ୍ଦୁଙ୍କୁ ଖଲାସ କରିବାକୁ ନେଇ ବିଜେଡିକୁ ଟାର୍ଗେଟ କରିଛି । ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଦୁଷ୍କର୍ମକାରୀ ସହିତ ରହିଛି ବିଜେଡି ନେତାଙ୍କ ଲିଙ୍କ୍ ରହିଥିବା ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ଏବେ ବିରୋଧୀ ଦଳ ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ ତଦନ୍ତ ପ୍ରକ୍ରିୟା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଖୁବଶୀଘ୍ର ପୀଡିତାକୁ ନ୍ୟାୟ ପ୍ରଦାନ ପାଇଁ ସେ ଦାବି କରିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ଚାରି ଦିନ ତଳେ ଜଣେ କଲେଜ ଛାତ୍ରୀଙ୍କ ସହ 10 ଜଣ ଗଣଦୁଷ୍କର୍ମ କରିଥିଲେ । ଏହାପରେ ଖୋଦ ପୀଡିତା ଯାହାକୁ ମୁଖ୍ୟ ଅଭିଯୁକ୍ତ କହୁଛି ତାକୁ ପୋଲିସ ଛାଡି ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏଥିସହ ଲଳିତେନ୍ଦୁ ଓ ଅନ୍ୟ ୬ ଦୁଷ୍କର୍ମକାରୀଙ୍କୁ ଫାଶୀ ନ ଦେଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି ପୀଡିତା ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:କଳାହାଣ୍ଡି ଜୁନାଗଡ଼ ଗଣଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ ମାମଲାରେ ପୋଲିସ ର ରାଜସାକ୍ଷୀ କୁ ପିଡିତାଙ୍କ ମୁଖ୍ୟ ଅଭିଯୁକ୍ତ ଅଭିଯୋଗ ମାମଲା।ଗଣମାଧ୍ୟମ ରେ ପିଡିତାଙ୍କ ବୟାନ ପରେ Body:କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ପିଡିତାଙ୍କ ଅଭିଯୋଗ କୁ ରେକର୍ଡ କରାଯିବ ଓ ତଦନ୍ତ ପରିସର ଭୁକ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି। Conclusion:ତେବେ ଏହି ଘଟଣା ଏବେ ରାଜନୈତିକ ମୋଡ ନେବାରେ ଲାଗିଛି। ବିରୋଧୀ ଦଳ ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ ତଦନ୍ତ ପ୍ରକ୍ରିୟା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଏହି ଘଟଣାରେ ପୀଡିତା କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି।
ବାଇଟ-ବାତୁଲା ଗଙ୍ଗାଧର(ଆରଖିଅଧକ୍ଷକ କଳାହାଣ୍ଡି)
ବାଇଟ-ପ୍ରଦୀପ୍ତ ନାଏକ(ବିରୋଧୀଦଲ ନେତା)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.