କଳାହାଣ୍ଡି: କଳାହାଣ୍ଡିବାସୀଙ୍କ ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଶନିବାର ଜୁନାଗଡ଼-ଭବାନୀପାଟଣା ଏକ୍ସପ୍ରେସ ଭୁବନେଶ୍ବର ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଜୁନାଗଡ଼ ରେଲୱେ ଷ୍ଟେସନରୁ ଏହି ଟ୍ରେନକୁ କଳାହାଣ୍ଡି ଏମପି ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ ଜୁନାଗଡ଼ ବିଧାୟକ ତଥା ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପତାକା ଦେଖାଇ ଏହି ଯାତ୍ରାର ଆରମ୍ଭ କରିଛନ୍ତି ।
ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ଦେହାନ୍ତ ପରେ ନିରାଡାମ୍ବର ଭାବେ ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଟ୍ରେନ ସେବା ଯୋଗୁଁ ଯୋଗାଯୋଗ କ୍ଷେତ୍ରରେ କଳାହାଣ୍ଡି ଆଉ ଏକପାଦ ଆଗକୁ ବଢିଥିବାରୁ ଲୋକଙ୍କ ମନରେ ଉତ୍ସାହ ଦେଖାଦେଇଛି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ