ETV Bharat / state

୮ ଦିନ ହେଲା ଫରେଷ୍ଟ ଗାର୍ଡ ନିଖୋଜ, ପୁଅର ଫେରିବା ବାଟକୁ ଚାହିଁ ରହିଛି ପରିବାର

author img

By

Published : Oct 29, 2020, 7:09 PM IST

କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ବନ ବିଭାଗ ଫରେଷ୍ଟ ଗାର୍ଡ ସୁହାଗ ରଞ୍ଜନ ପଣ୍ଡା ଗତ 8 ଦିନ ହେଲା ନିଖୋଜ ରହିଛନ୍ତି । ଏନେଇ ନର୍ଲା ଥାନାରେ ଅଭିଯୋଗ କରିଛନ୍ତି ସୁହାଗଙ୍କ ପରିବାର ଓ ବନ ବିଭାଗ। ଅଧିକ ପଢ଼ନ୍ତୁ...

୮ ଦିନ ହେଲା ଫରେଷ୍ଟ ଗାର୍ଡ ନିଖୋଜ, ପୁଅର ଫେରିବା ବାଟକୁ ଚାହିଁ ରହିଛି ପରିବାର
୮ ଦିନ ହେଲା ଫରେଷ୍ଟ ଗାର୍ଡ ନିଖୋଜ, ପୁଅର ଫେରିବା ବାଟକୁ ଚାହିଁ ରହିଛି ପରିବାର

ଭବାନୀପାଟଣା: 8 ଦିନ ହେଲା ନିଖୋଜ ରହିଛନ୍ତି କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ବନ ବିଭାଗ ଫରେଷ୍ଟ ଗାର୍ଡ ସୁହାଗ ରଞ୍ଜନ ପଣ୍ଡା। ଏନେଇ ସୁହାଗଙ୍କ ପରିବାର ଓ ବନ ବିଭାଗ ପକ୍ଷରୁ ନର୍ଲା ଥାନାରେ ଅଭିଯୋଗ ହୋଇଛି। ଗତ ଅକ୍ଟୋବର 21 ତାରିଖରେ ସୁହାଗ ନିକଟସ୍ଥ ଖିକସାଭଟା ବିଟର ଧାନ ବାହିଲିକୁ ଯାଇଥିଲେ। ତେବେ ସେହି ଦିନଠାରୁ ସୁହାଗ ଆଉ ଫେରି ନାହାନ୍ତି। ଫଳରେ ଚିନ୍ତାରେ ରହିଛନ୍ତି ସୁହାଗଙ୍କ ପରିବାର ଲୋକେ।

ଧାନ ବାହିଲିରେ ବନବିଭାଗର ନବନିର୍ମିତ ଅଫିସ ଘର ଫୋଟ ଉଠାଇ ଅଧା ଘଣ୍ଟା ଭିତରେ ଫେରିବି ବୋଲି କହିଥିଲେ ସୁହାଗ। ଏନେଇ ବିଶ୍ବନାଥପୁର ବନ ବିଭାଗ ଫରେଷ୍ଟରଙ୍କୁ ସେ ଜଣାଇଥିଲେ। ତେବେ ଫରେଷ୍ଟର ବହୁ ସମୟ ଅପେକ୍ଷା କଲା ପରେ ମଧ୍ୟ ସେ ଫେରି ନଥିଲେ। ଏହାପରେ ପୁନର୍ବାର ସୁହାଗଙ୍କୁ ଫୋନ ଲାଗାଇଥିଲେ ଫରେଷ୍ଟର। ହେଲେ ତାଙ୍କ ଫୋନ ବନ୍ଦ ଥିବା ନେଇ ସୂଚନା ମିଳିଥିଲା। ଏନେଇ ଫରେଷ୍ଟର ଜଣକ ତୁରନ୍ତ ବିଶ୍ବନାଥପୁର ରେଞ୍ଜ ଅଫିସକୁ ଆସି ସେ ରେଞ୍ଜରଙ୍କୁ ଜଣାଇଥିଲେ।

ଏନେଇ ବନ ବିଭାଗ ପକ୍ଷରୁ 21 ତାରିଖ ସନ୍ଧ୍ୟାରେ ବନ ବିଭାଗ କର୍ମଚାରୀ ଓ ସ୍କ୍ବାଡ ଟିମ ମିଶି ଜଙ୍ଗଲରେ ସୁହାଗଙ୍କୁ ଖୋଜାଖୋଜି କରିଥିଲେ। ତେବେ ତାଙ୍କର କୌଣସି ଖୋଜଖବର ମିଳିନଥିଲା। ଶେଷରେ ଉଭୟ ବନ ବିଭାଗ ଓ ସୁହାଗଙ୍କ ପରିବାର ପକ୍ଷରୁ ସିକେରକୁପା ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଛି। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ନର୍ଲା ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

8 ଦିନ ହେଲା ସୁହାଗ ନିଖୋଜ ରହିଥିବାରୁ ଚିନ୍ତାରେ ରହିଛନ୍ତି ତାଙ୍କ ପରିବାର ଲୋକେ। ସୁହାଗଙ୍କ କୌଣସି ଖୋଜଖବର ମିଳୁନାହିଁ। ଏନେଇ ବନ ବିଭାଗ ମଧ୍ୟ ହତାସ ସାଜିଛି। କେଉ ପରିସ୍ଥିତିରେ ସୁହାଗ ନିଖୋଜ ହୋଇଛନ୍ତି ସେନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳିପାରୁନାହିଁ। ସେପଟେ ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ସୁହାଗଙ୍କ ପରିବାର।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.