ETV Bharat / state

ଇନ୍ଦ୍ରାବତୀ କେନାଲ ଭୁଶୁଡିବା ଘଟଣା, କ୍ଷୟକ୍ଷତି ଆକଳନ କଲା ଜିଲ୍ଲା ପ୍ରଶାସନ - ମରାମତି ହେବ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ

ମରାମତି ହେବ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ । କ୍ଷୟକ୍ଷତିର ଆକଳନ କରିଛି ଜିଲ୍ଲା ପ୍ରଶାସନ । ଅଧିକ ପଢ଼ନ୍ତୁ

ଇନ୍ଦ୍ରାବତୀ କେନାଲ ଭୁଶୁଡିବା ଘଟଣା, କ୍ଷୟକ୍ଷତିର ଆକଳନ କଲା ଜିଲ୍ଲା ପ୍ରଶାସନ

author img

By

Published : Sep 5, 2022, 7:45 AM IST

ଭବାନୀପାଟଣା: ଗତ ଶନିବାର ଭୁଶୁଡ଼ି ପଡ଼ିଥିଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ । ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ହେଉଥିବାରୁ ପାଣିର ସ୍ରୋତ ସମ୍ଭାଳି ନପାରି ବଗାଡ ଗାଁରେ ଆଡ଼ି ବନ୍ଧ ଭୁଶୁଡି ପଡିଥିଲା । ଏନେଇ ରବିବାର ଇନ୍ଦ୍ରାବତୀ କେନାଲର ମରାମତି କାର୍ଯ୍ୟ ଆରମ୍ଭ ସହ କ୍ଷୟକ୍ଷତିର ଆକଳନ କରିଛି ଜିଲ୍ଲା ପ୍ରଶାସନ।

ଗତ ଶନିବାର ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଭୁଶୁଡି ପଡିଥିଲା । ଏକର ଏକର ଜମି ଜଳମଗ୍ନ ହୋଇଥିଲା । ଫଳରେ ଚାଷୀ ବ୍ୟାପକ କ୍ଷତି ସହିଛନ୍ତି । ଏନେଇ ଭୁଶୁଡିଥିବା ସ୍ଥାନରେ ବାଲି ବସ୍ତା ଦେଇ ଏହାର ସୁରକ୍ଷା କରାଯିବା ସହ କ୍ଷୟକ୍ଷତିର ଆକଳନ କରିଛି ପ୍ରଶାସନ । ସୂଚନାନୁସାରେ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲରେ ଘାଇ ସୃଷ୍ଟି ହୋଇଛି । ହୁଡା ଭାଙ୍ଗି ଯିବା ଫଳରେ ପାଣି ମାଡି ଆସିଛି । କେନାଲ ସଂଲଗ୍ନ ଅନେକ ବିଲ ଜଳମଗ୍ନ ହୋଇ ପଡ଼ିଛି ।

ଇନ୍ଦ୍ରାବତୀ କେନାଲ ଭୁଶୁଡିବା ଘଟଣା, କ୍ଷୟକ୍ଷତିର ଆକଳନ କଲା ଜିଲ୍ଲା ପ୍ରଶାସନ

ରୁଆ ହୋଇଥିବା ଏକର ଏକର ଚାଷ ଜମିରେ ପାଣି ମାଡି ଯିବା ଫଳରେ ଫସଲ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଓଭର ଫ୍ଲୋ ପାଣି କେନାଲ ଦେଇ ପ୍ରବାହିତ ହେଉଥିବା ସମୟରେ କେନାଲବନ୍ଧ ଭାଙ୍ଗିଯାଇଥିବା ଜଣାପଡିଛି । ଚାଷଜମି ଜଳମଗ୍ନ ହେବାରୁ ଚାଷୀ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ କରି ତୁରନ୍ତ କେନାଲ ମରାମତି ସହ କ୍ଷତିପୂରଣ ପାଇଁ ଦାବି କରିଛନ୍ତି । ସେପେଟେ ଲୋକେ ବର୍ଷା ପାଣି କମିବାରୁ ବନ୍ଧ ଉପରେ ବାଲି ବସ୍ତା ରଖୁଛନ୍ତି । ଯେପରି ପାଣି ଆଉ ଗାଁ ଭିତରକୁ ନପଶିବ । ଗତବର୍ଷ ଇନ୍ଦ୍ରାବତୀ ଉଠାଜଳସେଚନ ପ୍ରକଳ୍ପ ଆଡିବନ୍ଧ ଭାଙ୍ଗି ଯାଇଥିଲା । ଏହି ଘଟଣାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ଦାବିରେ ଘଟଣାସ୍ଥଳରେ ପହଞ୍ଚିଥିଲା କଳାହାଣ୍ଡି ଜିଲ୍ଲା ବିଜେପିର ସ୍ଵତନ୍ତ୍ର ଟିମ୍ ।

ବନ୍ୟାଜଳ ନିଷ୍କାସନ ସମୟରେ ଓଭର ଫ୍ଲୋ ପାଣି ଆସି କୋକସରା ବ୍ଲକ ମାଝୀଗୁଡା ନିକଟରେ କେନାଲ ଆଡ଼ିବନ୍ଧ ଭାଙ୍ଗିବାରୁ ୨୦ ଫୁଟର ଘାଇ ହେବା ଫଳରେ ଶହ ଶହ ହେକ୍ଟର ଜମିରେ ପାଣି ମାଡି ବ୍ୟାପକ ଚାଷ କ୍ଷତି ହୋଇଥିଲା । ଯାତାୟତ ପାଇଁ ଅସୁବିଧା ଥିଲେ ବି ଭୟ ନକରି ବାଲି ବସ୍ତା ରଖୁଛନ୍ତି । ବର୍ଷା ପ୍ରଖରରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.