ETV Bharat / state

ପୁଣି ଭୁଶୁଡିଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ: ବୁଡିଲା ଜମି, ଘରେ ପସିଲା ପାଣି - ଜୟପାଟଣା ବ୍ଲକ ଡଙ୍ଗରିପଡା

ପୁଣି ଭୁଶୁଡ଼ିଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ । ଲଗାଣ ବର୍ଷା ଯୋଗୁ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲରେ ପ୍ରାୟ ୧୫ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ସହ ଗାଁରେ ପାଣି ପଶିଥିବା ଜଣାପଡିଛି । ଅଧିକ ପଢନ୍ତୁ

ପୁଣି ଭୁଶୁଡିଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ

author img

By

Published : Sep 12, 2022, 1:33 PM IST

Updated : Sep 12, 2022, 6:38 PM IST

ଭବାନୀପାଟଣା: ପୁଣି ଭୁଶୁଡ଼ିଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ(Indravati Canal Again Collapsed) । ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଜୟପାଟଣା ବ୍ଲକ ଡଙ୍ଗରିପଡା ଠାରେ ଭୁଶୁଡିବା ଫଳରେ ୧୫ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ସହ ଗାଁରେ ପାଣି ପସିଥିବା ଜଣାପଡିଛି । ଗତଦୁଇଦିନ ଧରି ବର୍ଷା ଲାଗିରହିବା ଫଳରେ କେନାଲରେ ପାଣି ବଢିବାରେ ଲାଗିଥିଲା ।

ପୁଣି ଭୁଶୁଡିଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ

ସୂଚନା ଅନୁଯାୟୀ, ଗତ ୩ ତାରିଖରେ କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଧର୍ମଗଡ଼ ବ୍ଲକ ବଗାଁଡ ଗାଁ ନିକଟରେ ଭୁଶୁଡ଼ିବା ଯୋଗୁଁ ଅନେକ ଚାଷ ଜମି ଜଳ ମଗ୍ନ ହୋଇଥିଲା । ତେବେ ସୋମବାର ପୁଣିଥରେ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଭୁଶୁଡ଼ିବାରୁ କେନାଲ ନିର୍ମାଣ କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ କେନାଲ ଭୁଶୁଡିବାରୁ ଡଙ୍ଗରିପଡା ଗାଁରେ କେନାଲ ପାଣି ପଶି ଯାଇଥିବା ବେଳେ ଲୋକଙ୍କ ଘରଭିତରେ ମଧ୍ୟ କେନାଲ ପାଣି ପାସିଯାଇଥିବା ଦେଖାଦେଇଛି । ଫଳରେ ହେକ୍ଟର ଚାଷ ଜମି ଜଳମଗ୍ନ ହେବା ସହ ଘରର ଆସବାବପତ୍ର ନଷ୍ଟ ହୋଇଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ବିଭାଗୀୟ ଅଧିକାରୀ କିମ୍ବା ଜିଲ୍ଲା ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହାସହ ଯଥାଶୀଘ୍ର ଇନ୍ଦ୍ରାବତୀ କର୍ତ୍ତୃପକ୍ଷ ମଙ୍ଗଳପୁର ଗେଟ ବନ୍ଦ କରି କ୍ଷୟକ୍ଷତି ଆକଳନ କରିବା ସହ ତୁରନ୍ତ ମରାମତି କାମ ଆରମ୍ଭ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଇନ୍ଦ୍ରାବତୀ କେନାଲ ଭୁଶୁଡିବା ଘଟଣା, କ୍ଷୟକ୍ଷତି ଆକଳନ କଲା ଜିଲ୍ଲା ପ୍ରଶାସନ

ଏହା ପୂର୍ବରୁ ଗତ ୩ ତାରିଖ ଦିନ ଭୁଶୁଡ଼ିଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ । ଏକର ଏକର ଜମି ଜଳମଗ୍ନ ହୋଇଥିଲା । ଫଳରେ ଚାଷୀ ବ୍ୟାପକ କ୍ଷତି ସହିଥିଲେ । ଏନେଇ ଭୁଶୁଡିଥିବା ସ୍ଥାନରେ ବାଲି ବସ୍ତା ଦେଇ ଏହାର ସୁରକ୍ଷା କରାଯିବା ସହ କ୍ଷୟକ୍ଷତିର ଆକଳନ କରିଥିଲା ପ୍ରଶାସନ । ରୁଆ ହୋଇଥିବା ଏକର ଏକର ଚାଷ ଜମିରେ ପାଣି ମାଡି ଯିବା ଫଳରେ ଫସଲ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଥିଲେ । ଓଭର ଫ୍ଲୋ ପାଣି କେନାଲ ଦେଇ ପ୍ରବାହିତ ହେଉଥିବା ସମୟରେ କେନାଲବନ୍ଧ ଭାଙ୍ଗିଯାଇଥିଲା । ଚାଷଜମି ଜଳମଗ୍ନ ହେବାରୁ ଚାଷୀ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ କରି ତୁରନ୍ତ କେନାଲ ମରାମତି ସହ କ୍ଷତିପୂରଣ ପାଇଁ ଦାବି କରିଥିଲେ ।

ଇଟିଭି ଭାରତ, କଳାହାଣ୍ଡି

Last Updated : Sep 12, 2022, 6:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.