ETV Bharat / state

ରେଣ୍ଡୋ ମାଝୀଙ୍କ ଶହୀଦ ଦିବସ ପାଳନ, ପାରମ୍ପାରିକ ଅସ୍ତ୍ରଶସ୍ତ୍ର ସହ ନାଚଗୀତରେ ଝୁମିଲା କଳାହାଣ୍ଡି

author img

By ETV Bharat Odisha Team

Published : Dec 10, 2023, 7:54 PM IST

Rendo Majhi Death Anniversary: ରେଣ୍ଡୋ ମାଝୀଙ୍କ ସହିଦ ଦିବସ ଉପଲକ୍ଷେ, କଳାହାଣ୍ଡି ଜିଲ୍ଲାରେ ଆଦିବାସୀ ଦିବସ ପାଳନ । ଆଦିବାସୀ ସଂଘ ପକ୍ଷରୁ ସହିଦ ରେଣ୍ଡୋଙ୍କ ୧୬୮ ତମ ସହୀଦ ଦିବସ ପାଳନ କରାଯାଇଛି । ଆଗକୁ ପଢ଼ନ୍ତୁ

ରେଣ୍ଡୋ ମାଝୀଙ୍କ ୧୬୮ ତମ ସହୀଦ ଦିବସ
ରେଣ୍ଡୋ ମାଝୀଙ୍କ ୧୬୮ ତମ ସହୀଦ ଦିବସ
ରେଣ୍ଡୋ ମାଝୀଙ୍କ ୧୬୮ ତମ ସହୀଦ ଦିବସ

ଭବାନୀପାଟଣା: ପାରମ୍ପାରିକ ଅସ୍ତ୍ରଶସ୍ତ୍ର ସହ ନାଚଗୀତରେ ଝୁମି ଉଠିଥିଲା କଳାହାଣ୍ଡି । ରେଣ୍ଡୋ ମାଝୀଙ୍କ ଶହୀଦ ଦିବସ ଉପଲକ୍ଷେ, କଳାହାଣ୍ଡି ଜିଲ୍ଲାରେ ଆଦିବାସୀ ଦିବସ ପାଳନ । ଆଦିବାସୀ ସଂଘ ପକ୍ଷରୁ ସହିଦ ରେଣ୍ଡୋଙ୍କ ୧୬୮ ତମ ଶହୀଦ ଦିବସ ପାଳନ କରାଯାଇଛି । ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟା ଅର୍ପଣ କରିବା ସହ ଟାଉନ ହଲ ଠାରେ ଶହୀଦ ସଭା ଅନୁଷ୍ଠିତ ହୋଇଯାଇଛି ।

ମାଟି ମା' ପାଇଁ ଶହୀଦ ଏହି ବୀର ଯୋଦ୍ଧାଙ୍କ ସମ୍ମାନ ପାଇଁ ଆଦିବାସୀମାନେ ଆଜିର ଦିନରେ ଆଦିବାସୀ ଦିବସ ପାଳନ କରିବା ସହ ରେଣ୍ଡୋ ମାଝୀଙ୍କ ଶହୀଦ ଦିବସ ପାଳନ କରି ଆସୁଛନ୍ତି । ଦେଶମାତୃକା ପାଇଁ ଜୀବନକୁ ଜଳାଞ୍ଜଳି ଦେଇଥିବା ଆଦିବାସୀ ସର୍ଦ୍ଦାର ରେଣ୍ଡୋ ମାଝୀଙ୍କ ଶହୀଦ ଦିବସକୁ ନେଇ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ସହିଦ ରେଣ୍ଡୋଙ୍କ ୧୬୮ ତମ ଶହୀଦ ଦିବସ ପାଳନ କରାଯାଇଛି ।

ଭବାନୀପାଟଣା ଟାଉନ ହଲ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ ଆଦିବାସୀ । ପାରମ୍ପାରିକ ଅସ୍ତ୍ରଶସ୍ତ୍ର ସହ ନାଚଗୀତରେ ବାହାରି ସହର ପରିକ୍ରମା କରିବା ସହ ଜେଲ ଛକ ଠାରେ ଥିବା ଶହୀଦ ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟା ଅର୍ପଣ କରିବା ସହ ଟାଉନ ହଲ ଠାରେ ଶହୀଦ ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ଧର୍ମଗଡ ବିଧାୟକ ମୌଷଧି ବାଗ, ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ, ଚନ୍ଦ୍ରକାନ୍ତ ମାଝୀ ପ୍ରମୁଖ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....ବୀର ପୁଅ ରେଣ୍ଡୋ ମାଝୀ, ଆଜି ବି ମିଳିନି ସ୍ବାଧୀନତା ସଂଗ୍ରାମୀର ମାନ୍ୟତା

ବ୍ରିଟିଶମାନଙ୍କ ଇଂରାଜୀ ଉଚ୍ଚାରଣ ଯୋଗୁ ସେ ରେଣ୍ଡୋ ମାଝୀ ନାମରେ ପରିଚିତ ହେଲେ । ବକେରକାୟା କନ୍ଧ ଡାବିଶ ମାଝିଙ୍କ ଔରସରୁ ଜନ୍ମିତ ଏହି ଆଦିବାସୀ ନିଜକୁ କନ୍ଧ ସମାଜର ସର୍ଦ୍ଦାର ଭାବେ ବେଶ ଭଲ ଭାବେ ପ୍ରତିପାଦିତ କରିଥିଲେ । ପିଲାଦିନରୁ ତୀର ଚାଳନା ଓ ନୌକା ଚାଳନା ଆଦିରେ ଦକ୍ଷତା ହାସଲ କରିଥିଲେ । ସେତେବଳେ ବ୍ରିଟିଶମାନଙ୍କ ଜନସ୍ବାର୍ଥ ବିରୋଧୀ ଭୂରାଜସ୍ବ ଆଇନ ବଳରେ ଚାଷ ଜମି ଉପରେ କର ବସାଯାଇଥିଲା । ବ୍ରିଟିଶ ସରକାରଙ୍କ ବିନା ଅନୁମତିରେ ଜଙ୍ଗଲ ସମ୍ପଦ ଆଦିବାସୀମାନେ ଛୁଇଁପାରିବେ ନାହିଁ ବୋଲି ସୂଚନା ଜାରି କରି ଇଂରେଜମାନେ କନ୍ଧମାନଙ୍କ ଉପରେ ନିର୍ଯ୍ୟାତନା ଆରମ୍ଭ କରିଦେଲେ । ଏହା ଫଳରେ ଆଦିବାସୀମାନେ ଏକପ୍ରକାର ଭୂମିହୀନ ହୋଇପଡ଼ିଲେ ।

୧୮୪୦-୫୦ ମଧ୍ୟରେ ଜମିଦାରୀ ପ୍ରଥା ବଦଳିଲା, ପରେ ଇଂରେଜ ଏବଂ ଆଦିବାସୀଙ୍କ ମଧ୍ୟରେ ବିଦ୍ରୋହର ସୂତ୍ରପାତ ହୋଇଥିଲା । ମାଝୀଙ୍କ ନେତୃତ୍ବରେ ୧୮୩୭ରୁ ୧୮୫୫ ପର୍ଯ୍ୟନ୍ତ କନ୍ଧମାନେ ଇଂରେଜ ସରକାର ବିରୋଧରେ ସଂଗ୍ରାମ ଜାରି ରଖିଥିଲେ । କନ୍ଧମାନେ ଅତ୍ୟନ୍ତ ନିଷ୍ଠା, ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରୁଥିବା ମେରିଆ ପୂଜା ବା ମଣିଷ ବଳିକୁ ଇଂରେଜ ସରକାର ଦମନ କଲାପରେ ଆଦିବାସୀମାନଙ୍କ ଏହି ସଂଗ୍ରାମ ନେଇଥିଲା ଉଗ୍ରରୂପ । ଇଂରେଜମାନେ ଆଦିବାସୀମାନଙ୍କ ଉପରେ ଜୁଲୁମ କରି ସେମାନଙ୍କ ଘର ଜାଳିଦେଇଥିଲେ । ଏହି ସମୟରେ ରେଣ୍ଡୋ ମାଝୀ ଆଦିବାସୀ ସମ୍ପ୍ରଦାୟକୁ ଏକତ୍ରିତ କରି ଇଂରେଜମାନଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇଥିଲେ ।

କନ୍ଧମାନେ ପ୍ରଥମେ ମଦନପୁର ରାମପୁର ରାଜାଙ୍କ ବିରୋଧରେ ଯାଇ ଲୁବେନଗଡ଼ଠାରେ ଆକ୍ରମଣ କରିବା ସହ ଧନୁ ତୀର ସାହାଯ୍ୟରେ ଅନେକ ଇଂରେଜ ସୈନ୍ୟଙ୍କୁ ହତ୍ୟା କରିଥିଲେ । ପ୍ରତିଶୋଧପରାୟଣ ଲେଫ୍ଟନାଣ୍ଟ ମ୍ୟାକନିଏଲ କନ୍ଧମାନଙ୍କୁ ଦୃଢ଼ ହସ୍ତରେ ଦମନ କରି ଏକ କାରାଗାରରେ ବନ୍ଦୀ କରିବା ସହ ରେଣ୍ଡୋ ମାଝୀଙ୍କୁ ୧୮୫୫ ମସିହା ଡିସେମ୍ବର ୧୦ରେ ଗୁଳି କରି ହତ୍ୟା କରିଥିଲେ । ତେବେ ତାଙ୍କ ସୃତିରେ ଏହି ଦିନକୁ ଆଦିବାସୀ ଦିବସ ପାଳନ ରୂପେ ପାଳନ କରାଯାଉଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.