ETV Bharat / state

ETV BHARAT IMPACT; ଆରମ୍ଭ ହେଲା ଅଟକି ଥିବା ରାସ୍ତାକାମ - road problem

ଭବାନୀପାଟଣା ପୌରପରିଷଦ ସହରାଞ୍ଚଳ ରାସ୍ତାର ଅବସ୍ଥା କହିଲେ ନ ସରେ । ବର୍ଷେ ତଳେ ରାସ୍ତା କାମ ଆରମ୍ଭ ହୋଇ ମଧ୍ୟ ଅଧାବାଟରେ ଅଟକିଛି ନିର୍ମାଣ କାର୍ଯ୍ୟ । ବର୍ଷା ଦିନ ଆସିଲେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ସହରବାସୀ । ଏ ନେଇ ‘ଇଟିଭି ଭାରତ’ରେ ଖବର ପ୍ରସାରଣ ପରେ ଚେତିଛି ପ୍ରଶାସନ । ଆରମ୍ଭ ହୋଇଯାଇଛି ରାସ୍ତା ନିର୍ମାଣ କାର୍ଯ୍ୟ । ଅଧିକ ପଢନ୍ତୁ...

ଆରମ୍ଭ ହେଲା ଅଟକି ଥିବା ରାସ୍ତାକାମ
ଆରମ୍ଭ ହେଲା ଅଟକି ଥିବା ରାସ୍ତାକାମ
author img

By

Published : Jun 28, 2021, 7:53 AM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ପୌରପରିଷଦ ସହରାଞ୍ଚଳ ରାସ୍ତାର ଅବସ୍ଥା ଥିଲା ଅତ୍ୟନ୍ତ ଶୋଚନୀୟ । ରାସ୍ତାରେ ବଡ ବଡ ଖାଲ ସହିତ ଧୂଳିଧୂସରରେ ହନ୍ତସନ୍ତ ହେଉଥିଲେ ଲୋକ । ଇଟିଭି ଭାରତରେ ଖବର ପ୍ରସାରଣ ଚେତିଛି ପ୍ରଶାସନ । ଗଣମାଧ୍ୟମର ପ୍ରୟାସ ପାଇଁ ଆରମ୍ଭ ହୋଇଛି ରାସ୍ତା କାମ ।

ଆରମ୍ଭ ହେଲା ଅଟକି ଥିବା ରାସ୍ତାକାମ

ଭବାନୀପାଟଣା ସହର ବହୁ ପୁରଣା ସହର । ହେଲେ ସହର ପୌରପରିଷଦ ରାସ୍ତା ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି । ଦୁଇପାଖରେ ବଡ ବଡ ଖାଲ ସହିତ ଗାଡି ଗଡିବା ମାତ୍ରେ ଧୂଳି ଧୂସରରେ ଧୂଆଁମୟ ନାକେଦନ ହେଉଥିଲେ ସହରବାସୀ । ଏହାଛଡା ରାସ୍ତା ଖରାପ ଥିବାରୁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ହୋଇଛି ।

ପୂର୍ତ୍ତ ବିଭାଗ ତରଫରୁ ଦୁଇ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ବର୍ଷେ ହେବ ଆରମ୍ଭ ହୋଇଥିଲେ ମଧ୍ୟ ଶେଷ ଏ ଯାଏଁ ଶେଷ ହୋଇନାହିଁ । ସହରର ମୁଖ୍ୟ ରାସ୍ତା କଲେଜ ଛକଠାରୁ ନକଟି ଗୁଡା ଯାଏଁ ପ୍ରାୟ ୩ କିଲୋମିଟର ରାସ୍ତା ଅର୍ଧ ନିର୍ମିତ ଅବସ୍ଥାରେ ପଡିରହିଥିବାରୁ ସହରବାସୀ ନାହିଁ ନଥିବା ସମସ୍ୟ ର ସମ୍ମୁଖୀନ ହେଉଥିଲେ । ଏ ନେଇ ଇଟିଭି ଭାରତରେ ଖବର ପ୍ରସାରଣ ହେବା ପରେ ପ୍ରଶାସନର ନିଦ ଭାଙ୍ଗିଛି ।

ପ୍ରଶାସନ ପକ୍ଷରୁ ଜୋରଦାର ହୋଇଛି ରାସ୍ତା ନିର୍ମାଣ କାର୍ଯ୍ୟ । ରାସ୍ତା ନିର୍ମାଣ ହେବା ପରେ ସହରବାସୀ ଏବେ ନିତିଦିନିଆ ଦୁର୍ଦ୍ଦଶାରୁ ଆଶ୍ବସ୍ଥି ପାଇବେ ବୋଲି ଆଶା କରାଯାଉଛି । ଗଣମାଧ୍ୟମର ପ୍ରୟାସ ପାଇଁ ଏହା ସମ୍ଭବ ହୋଇଥିବାରୁ ସହରବାସୀ ଗଣମାଧ୍ୟମକୁ ଧନ୍ୟବାଦ ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.