ETV Bharat / state

କଳାହାଣ୍ଡିରୁ ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ

କଳାହାଣ୍ଡିରୁ ଚାରୋଚାଲାଣ କାଠ ଜବତ ହେବା ସହ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ହରାଭଙ୍ଗାରୁ ବଲାଙ୍ଗୀର ଚାଲାଣ ହେଉଥିଲା ଏହି ଚୋରା କାଠ । ଅଧିକ ପଢନ୍ତୁ...

author img

By

Published : Jan 24, 2021, 9:47 PM IST

କଳାହାଣ୍ଡିରୁ ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ
କଳାହାଣ୍ଡିରୁ ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ

ଭବାନୀପାଟଣା: କଳାହାଣ୍ଡିରୁ ଲକ୍ଷାଧିକ ଟଙ୍କାର ଚୋରାଚାଲାଣ ହେଉଥିବା ପଟ୍ଟା ସହ ପିକଅପ ଭ୍ୟାନ ଜବତ ହୋଇଛି । ମାମଲାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ ମଧ୍ୟ ଗିରଫ । ମଦନପୁର ରାମପୁର ବନ ବିଭାଗ ଚଢାଉ କରି ଚୋରା କାଠ ଜବତ କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଚାରିଛକ ଠାରେ ମଦନପୁର ରାମପୁର ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ ଚାଲୁଥିଲା । ଏହି ସମୟରେ ହରଲଙ୍ଗା ଠାରୁ ବଲାଙ୍ଗୀର ଅଭିମୁଖେ ଚୋରା ପିଆଶାଳ ପଟ୍ଟା ବୋଝେଇ ପିକ ଅପ ଭ୍ୟାନକୁ ସନ୍ଦେହରେ ବନ ବିଭାଗର କର୍ମଚାରୀ ଅଟକାଇଥିଲେ । ଚଢାଉ କରି ଗାଡିରୁ ୮୮ଖଣ୍ଡ ପିଆଶାଳ କାଠ ପଟ୍ଟା ଜବତ କରିଛି ବନ ବିଭାଗ । ଏଥିସହ କାଠ ଚାଲାଣ ହେଉଥିବା ଗାଡ଼ି ଜବତ ହୋଇ ଥିବାବେଳେ ମାମଲାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ବଲାଙ୍ଗୀର ଜିଲ୍ଲା ଦେଓଗାଁର ଫକୀର ସାହୁ ବୋଲି ଜଣାପଡିଛି । ସେପଟେ ଘଟଣାସ୍ଥଳରେ ଅନ୍ୟ ଜଣେ ଫେରାର୍ ହୋଇଯାଇଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.