ETV Bharat / state

ଗ୍ରାମବାସୀଙ୍କ ହାବୁଡ଼ରେ ଚୋରା ମଦ ବ୍ୟବସାୟୀ - କଳାହାଣ୍ଡି ମଦକାରବାର କାବୁ କଲେ ପୋଲିସ

ଗ୍ରାମରେ ଚାଲିଥିବା ବେଆଇନ ମଦ କାରବାର ବନ୍ଦ କରି ବେପାରୀକୁ ପୋଲିସ ଜିମାରେ ଦେଲେ ଗ୍ରାମବାସୀ ।

illigal liquor treders
କଳାହାଣ୍ଡି ପୋଲିସ
author img

By

Published : May 18, 2020, 11:36 AM IST

କଳାହାଣ୍ଡି: ବେଆଇନ ମଦ ବେପାର କରୁଥିବା ବେପାରୀକୁ କାବୁ କଲେ ଗ୍ରାମବାସୀ । ମଦନପୁର ରାମପୁର ଥାନା ଅନ୍ତର୍ଗତ ଖଲିଆପାଲି ଗ୍ରାମରେ ବେଆଇନ ମଦ କାରବାର କରୁଥିବା ବ୍ୟବସାୟୀଙ୍କୁ କାବୁ କରି ପୋଲିସ ଜିମା ଦେଲେ ଗ୍ରାମବାସୀ । କୋରୋନା ମହାମାରୀ ଯୋଗୁଁ ସାରା ଦେଶରେ ଲକ ଡାଉନ ଜାରି ରହିଛି । ଘରୁ ନ ବାହାରିବା ପାଇଁ ବାରଣ କରାଯାଇଛି । ହେଲେ ଲକଡାଉନ ସମୟରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରା ମଦ କାରବାର।

କଳାହାଣ୍ତି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଖଲିଆପାଲି ଗ୍ରାମବାସୀ ରାସ୍ତା ଉପରେ ବେଆଇନ ଭାବେ ବିକ୍ରି ହେଉଥିବା ୨୦୦ ପ୍ୟାକେଟ ଦେଶୀ ସହ ଏକ ବାଇକ ଜବତ କରି ପୋଲିସ କୁ ଜିମା ଦେଇଛନ୍ତି । ପୋଲିସ ପହଞ୍ଚି ମଦ ଜବତ କରି ବେପାରୀକୁ ଗିରଫ କରିଛି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.