ETV Bharat / state

ସୁରକ୍ଷା କର୍ମୀଙ୍କୁ ଦେଖି ଛତ୍ରଭଙ୍ଗ ଦେଲା ଲାଲବାହିନୀ, ବିପୁଳ ମାଓ ସାମଗ୍ରୀ ଜବତ

author img

By

Published : Feb 4, 2023, 7:12 AM IST

କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ସମାଝୋଲା ପରଗଲ ସଂରକ୍ଷିତ ଜଙ୍ଗଲରେ ସିଆରପିଏଫ୍ ଓ ପୋଲିସ ପକ୍ଷରୁ ମିଳିତ କୁମ୍ବିଂ ଅପରେସନ ବେଳେ ଠାବ ହେଲା ମାଓ କ୍ୟାମ୍ପ । ଏଠାରୁ ବିପୁଳ ମାତ୍ରାରେ ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ ସୁରକ୍ଷା କର୍ମୀଙ୍କୁ ଦେଖି ଛତ୍ରଭଙ୍ଗ ଦେଇଛନ୍ତି ଲାଲବାହିନୀ । ଅଧିକ ପଢ଼ନ୍ତୁ

ସୁରକ୍ଷା କର୍ମୀଙ୍କୁ ଦେଖି ଛତ୍ରଭଙ୍ଗ ଦେଲେ ଲାଲବାହିନୀ

ଭବାନୀପାଟଣା: କିଛି ଦିନର ନିରବତା ପରେ ପୁଣି ଥରେ କଳାହାଣ୍ଡି ପୋଲିସ ଓ ସିଆରପିଏଫକୁ ମିଳିଛି ସଫଳତା । କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ସମାଝୋଲା ପରଗଲ ସଂରକ୍ଷିତ ଜଙ୍ଗଲରେ ସିଆରପିଏଫ୍ ଓ ପୋଲିସ ପକ୍ଷରୁ ମିଳିତ କୁମ୍ବିଂ ଅପରେସନ ବେଳେ ସିପିଆଇ ମାଓବାଦୀ ସଂଗଠନର କ୍ୟାମ୍ପ ଠାବ ହୋଇଛି । ସର୍ଚ୍ଚ ଅପରେସନ ବେଳେ ବିପୁଳ ମାତ୍ରାରେ ମାଓ ସାମଗ୍ରୀ ଜବତ ହୋଇଛି । ସିଆରପିଏଫ ଯବାନଙ୍କୁ ଦେଖି ଛତ୍ରଭଙ୍ଗ ଦେଇଛନ୍ତି ଲାଲବାହିନୀ ।

ଏନେଇ କଳାହାଣ୍ଡି ଏସପିଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ସୂଚନା ଦିଆଯାଇଛି । କଳାହାଣ୍ଡି ଏସପି ଅଭିଳାଷ ଜି ଦେଇଥିବା ସୂଚନା ଅନୁଯାୟୀ, ଗତ ଗୁରୁବାର ନର୍ଲା ଥାନା ଅନ୍ତର୍ଗତ ସମାଝୋଲା ପରଗଲ ସଂରକ୍ଷିତ ଜଙ୍ଗଲରେ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନ କମିଟି ମାଓବାଦୀ ଓ ନିୟମଗିରି ଏରିଆ କମିଟି ସିପିଆଇ ମାଓବାଦୀର ଏକ କ୍ୟାମ୍ପ ଚାଲିଥିବା ନେଇ ପୋଲିସକୁ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା ।

ଏସପିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଓ ସିଆର୍‌ପିଏଫ ୬୪ ବାଟାଲିୟନ ପକ୍ଷରୁ ସମାଝୋଲା ପରଗଲ ସଂରକ୍ଷିତ ଜଙ୍ଗଲରେ ଏକ ଆଣ୍ଟି ମାଓ ଅପରେସନ ଲଞ୍ଚ ହୋଇଥିଲା । ଦୀର୍ଘ ସମୟ ଧରି ଜଙ୍ଗଲ ଭିତରେ କୁମ୍ବିଂ ଅପରେସନ ଚାଲିଥିବା ସମୟରେ ସୁରକ୍ଷା କର୍ମୀଙ୍କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ଲାଲବାହିନୀ । ମାଓବାଦୀଙ୍କ ଛତ୍ରଭଙ୍ଗ ପରେ କ୍ୟାମ୍ପ ଠାବ କାରିଥିଲେ ସୁରକ୍ଷା କର୍ମୀ ।

ମାଓବାଦୀଙ୍କ କ୍ୟାମ୍ପରୁ ଗୋଟିଏ ଦେଶୀ ବନ୍ଧୁକ, ୯ଟି ଡେଟୋନେଟର, ୧୧ଟି ଜିଲାଟିନ, ବନ୍ଧୁକ ପାଉଡର, ଗୋଟିଏ ମାଓ ବ୍ୟାନର, ମାଓ ପୁସ୍ତକ, ବିଦ୍ୟୁତ ତାର ସମେତ ଅନେକ ମାଓ ସାମଗ୍ରୀ ଜବତ କରିବାରେ ସଫଳ ହୋଇଥିଲେ ସୁରକ୍ଷା କର୍ମୀ । ବର୍ତ୍ତମାନ ସୁଦ୍ଧା ସମାଝୋଲା ପରଗଲ ସଂରକ୍ଷିତ ଜଙ୍ଗଲରେ ସିଆରପିଏଫ୍ ଓ ପୋଲିସ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିବା ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି । ଏହି ସାମ୍ବାଦିକ ସମ୍ମିଳନୀରେ ସିଆରପିଏଫ ୬୪ ବାଟାଲିୟନ କମାଣ୍ଡାଣ୍ଟ ପଙ୍କଜ ଚୌଧରୀ, ସ୍ମିତା ଆରଏସ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.