କଳାହାଣ୍ଡି: ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ ରିଷିଡା, ତେରେସିଙ୍ଗା ଓ ପୌରକେଲା ଅଞ୍ଚଳରେ କୁଆ ପଥର ବର୍ଷା ହୋଇଛି। ପ୍ରାୟ ୧୦ ମିନିଟ ଧରି ପାଖାପାଖି ୫୦ ଗ୍ରାମ ଓଜନରୁ ଅଧିକ ପରିମାଣର କୁଆପଥର ମାଡ ହେତୁ ଲୋକଙ୍କ ଖପର ଓ ଆଜବେଷ୍ଟର୍ସ ଛାତ ଫାଟି ଯାଇଥିବା ଜଣାପଡିଛି।
ସେପଟେ ଏହାର ପ୍ରଭାବ ଅମଳ ଫସଲ ଉପରେ ପଡିଛି। ଡାଲି ଜାତୀୟ ଫସଲ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ