ETV Bharat / state

ଫୁଲୁଛି ହାତୀ ନଦୀ, ଗାଁରେ ପସିଲା ପାଣି - ବନ୍ୟା ପରିସ୍ଥିତି ସୃଷ୍ଟି

ଧାନ ତଳିକୁ ସୁରକ୍ଷିତ ସ୍ଥାନକୁ ନେବା ସମୟରେ ଦୁଇ ପାର୍ଶ୍ଵରେ ଥିବା ଗାଈଧାର ଓ ହାତୀ ନଦୀରେ ହଠାତ ଜଳସ୍ତର ବୃଦ୍ଧି ପାଇଥିବାରୁ ଜଳବନ୍ଦୀରେ ଦୁଇଜଣ ଚାଷୀ । ଅଧିକ ପଢନ୍ତୁ

Flood disaster in Kalahandi
କଳାହାଣ୍ଡିରେ ବନ୍ୟା ବିତ୍ପତି
author img

By

Published : Aug 7, 2022, 8:54 PM IST

Updated : Aug 7, 2022, 9:08 PM IST

ଭବାନୀପାଟଣା: ଧାନ ତଳିକୁ ବଞ୍ଚାଇବା ଯାଇ ଜଳବନ୍ଧୀରେ ଦୁଇ ଚାଷୀ । ଚାଷୀ ଦୁଇଜଣ ହେଲେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ କାଦୋପଦର ଗାଁର ଅର୍ଜୁନ ମାଝୀ ଓ ମଣିଧର ରାଉତ । ସୂଚନା ଅନୁଯାୟୀ, ସେମାନେ ନିଜ ଧାନ ତଳିକୁ ସୁରକ୍ଷିତ ସ୍ଥାନକୁ ନେବା ସମୟରେ ଦୁଇ ପାର୍ଶ୍ଵରେ ଥିବା ଗାଈଧାର ଓ ହାତୀ ନଦୀରେ ହଠାତ ଜଳସ୍ତର ବୃଦ୍ଧି ପାଇଥିଲା ।

ଫୁଲୁଛି ହାତୀ ନଦୀ, ଗାଁରେ ପସିଲା ପାଣି

ଯାହା ଫଳରେ ଦୁଇ ନଦୀ ମଝିରେ ଦୁଇଜଣ ଚାଷୀ ଦୀର୍ଘ ୪ ଘଣ୍ଟା ହେଲାଣି ଫସି ରହିଥିଲେ । ଏନେଇ ଲୋକେ ୧୧୨କୁ ଫୋନ କରି ସହାୟତା ମାଗିଥିବାବେଳେ, ଜୟପାଟଣା ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟଜାରୀ ରହିଥିବା ଜଣାପଡିଛି । ସେପଟେ ବ୍ଲକର ବାନେର ଗାଁରେ ଥିବା ଗାଈଧାର ନଦୀରେ ବନ୍ୟାଜଳ ବଢିବା ଯୋଗୁଁ ଗାଁରେ ପାଣି ପସିଥିବା ଦେଖିବାକୁ ମିଳିଛି । ଗାଁ ମଧ୍ୟରେ ୨ରୁ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବାବେଳେ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ଜଣାପଡିଛି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Aug 7, 2022, 9:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.