ଭବାନୀପାଟଣା: ଜିଲ୍ଲାରେ ମାର୍ଚ୍ଚ ମାସରୁ ହିଁ କଲବଲ କଲାଣି ରୌଦ୍ର ତାପ । ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ କରୁଛି ଅସ୍ଥବ୍ୟସ୍ତ। ମାର୍ଚ୍ଚ ମାସରୁ ହିଁ କଳାହାଣ୍ଡି ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଛୁଇଁଲାଣି । ସକାଳ ୧୧ ଠାରୁ ଦିନ ୩ ଟା ଯାଏଁ ଅନୁଭୂତ ହେଉଛି ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ। ଫଳରେ ଘରୁ ବାହାରିବା ଏକରକମ ମୁସକିଲ ହୋଇପଡୁଛି।
କୋରୋନା ଲକଡାଉନ ପାଇଁ ଲୋକେ ଘରେ ରହୁଥିବା ବେଳେ କେବଳ ଜରୁରୀ କାମ ଥିଲେ ହେଁ ଘରୁ ବାହାରୁଛନ୍ତି। ଏହାସହ ମୁଣ୍ଡରେ ଟୋପି କିମ୍ଭା ଗାମୁଛା, ମୁହଁ ରେ କଳା ଚଷମା ଓ ସାଙ୍ଗରେ ପାଣି ବୋତଲ ନେଇ ବାହାରୁଥିବା ଦେଖିବାକୁ ମିଳୁଛି।
ଗ୍ରୀଷ୍ମପ୍ରବାହ ସାଙ୍ଗକୁ ପାନୀୟଜଳ ସମସ୍ୟା ଓ ଆଘୋଷିତ ବିଦ୍ୟୁତ କାଟ ଏବେ ସହରବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଏସବୁ ଭିତରେ ସମସ୍ତ ଜରୁରୀ କାଳୀନ ପରିସ୍ଥିତିର ସମ୍ମୁଖିନ ହେବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ