ETV Bharat / state

5 ଦଫା ଦାବି ନେଇ ସ୍ବାସ୍ଥ୍ୟକର୍ମୀଙ୍କ ଶୋଭାଯାତ୍ରା, ଆନ୍ଦୋଳନ ଚେତାବନୀ

କଳାହାଣ୍ଡିରେ 5 ଦଫା ଦାବି କରି ରାଜରାସ୍ତାକୁ ଓହ୍ଲାଇଲେ ସ୍ବାସ୍ଥ୍ୟକର୍ମୀ । ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ । ଅଧିକ ପଢ଼ନ୍ତୁ

health workers held rally in kalahandi over various demand
5 ଦଫା ଦାବି ନେଇ ସ୍ବାସ୍ଥ୍ୟକର୍ମୀଙ୍କ ଶୋଭାଯାତ୍ରା, ଆନ୍ଦୋଳନ ଚେତାବନୀ
author img

By

Published : Dec 14, 2022, 12:43 PM IST

health workers held rally in kalahandi over various demand

ଭବାନୀପାଟଣା: 5 ଦଫା ଦାବି କରି ରାଜରାସ୍ତାକୁ ଓହ୍ଲାଇଲେ ସ୍ବାସ୍ଥ୍ୟକର୍ମୀ । କଳାହାଣ୍ଡି ଜିଲ୍ଲା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖି ସ୍ବାସ୍ଥ୍ୟ କର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ପାଞ୍ଚ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି । ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳର କଥା ହେଉ ଅବା କୋଭିଡ ମହାମାରୀ ସମୟରେ ବହୁମୁଖି ସ୍ବାସ୍ଥ୍ୟ କର୍ମୀ ନିଷ୍ଠାର ସହ ଦାୟିତ୍ବ ତୁଲାଇଥିଲେ । ବିଭିନ୍ନ ଟୀକାକରଣ ଠାରୁ ଆରମ୍ଭ କରି ଔଷଧ ଯୋଗାଇବା ଏମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ହେଲେ ସରକାର ଏମାନଙ୍କ ଦାବିକୁ ପୂରଣ କରୁନଥିବା ଅଭିଯୋଗ କରିଛନ୍ତି । ତେଣୁ ୫ ଦଫା ଦାବି ନେଇ ବ୍ୟାଙ୍କ ଛକରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ପରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଦୀର୍ଘ ବର୍ଷ ଧରି ପୁରୁଣା କେଡ଼ରକୁ କାର୍ଯ୍ୟକାରୀ କରି ୪ ଟି ପଦୋନ୍ନତି ପ୍ରଦାନ, ପୁରୁଣା ନିୟମ ଅନୁଯାୟୀ ଗ୍ରେଡ ପେ ପ୍ରଦାନ ଆଦି ଦାବି କରିଛନ୍ତି । ଯଥାଶୀଘ୍ର ଦାବି ପୂରଣ ନ ହେଲେ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଓ ଅସହଯୋଗ ଆନ୍ଦୋଳନ ହେବ ବୋଲି ସ୍ୱାସ୍ଥ୍ୟ କର୍ମୀମାନେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.