କଳାହାଣ୍ଡି: ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମହାମାରୀ କରୋନାର ଆତଙ୍କରେ ଆତଙ୍କିତ ସମଗ୍ର ବିଶ୍ବ । ଏହି ସମୟରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ପୌରକେଲା ଗାଁରେ ଘଟିଛି ଅଘଟଣ। ଏକ ମହୁଲ ଗଛରୁ ଉଦ୍ଧାର ହୋଇଛି ପ୍ରେମୀ ଯୁଗଳଙ୍କ ମୃତଦେହ ।
ଆଜି ସକାଳ ସମୟରେ କିଛି ଗ୍ରାମବାସୀ ଏହି ପ୍ରେମୀ ଯୁଗଳଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ମୃତ ପ୍ରେମୀ ଯୁଗଳ ପୌରକେଳା ଗାଁର ବୋଲି ଜଣାପଡିଛି । ଉଭୟଙ୍କ ବହୁ ଦିନରୁ ପ୍ରେମସମ୍ପର୍କ ଥିବା ବେଳେ କାହିଁକି ଓ କେଉଁ ପରିସ୍ଥିତିରେ ଏମାନେ ଆତ୍ମହତ୍ୟା ଭଳି କଠୋର ନିଷ୍ପତି ନେଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଘଟଣା ସ୍ଥଳରେ କେସିଙ୍ଗା ଏସଡିପିଓ ଓ ମଦନପୁର ରାମପୁର ଥାନାଧିକାରୀ କର୍ଲାମୁଣ୍ଡା ତହସିଲଦାର ବସନ୍ତି ସେଠୀ ପହଞ୍ଚିଥିଲେ । ପ୍ରକୃତରେ ଏହା ଏକ ହତ୍ୟା ନା ଆତ୍ମହତ୍ୟା ସେନେଇ ଛାନଭିନ ଆରମ୍ଭ କରିଛି ପୋଲିସ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ