ETV Bharat / state

କଳାହାଣ୍ଡି ବିଶ୍ୱ ବିଦ୍ୟାଳୟରେ ରାଜ୍ୟପାଳ, କହିଲେ କଳାହାଣ୍ଡି କାଳିଆର ଭାତହାଣ୍ଡି - ରାଜ୍ୟପାଳ ଗଣେଶୀ ଲାଲ

କଳାହାଣ୍ଡିରେ ରାଜ୍ୟପାଳ । କଳାହାଣ୍ଡି ବିଶ୍ୱ ବିଦ୍ୟାଳୟର ଲାଇବ୍ରେରୀର କଲେ ଉଦଘାଟନ ରାଜ୍ୟପାଳ । ଅଧିକ ପଢ଼ନ୍ତୁ

Governor in  Kalahandi
କଳାହାଣ୍ଡିରେ ରାଜ୍ୟପାଳ
author img

By

Published : Dec 29, 2022, 6:49 PM IST

କଳାହାଣ୍ଡିରେ ରାଜ୍ୟପାଳ

ଭବାନୀପାଟଣା : କଳାହାଣ୍ଡି ଗସ୍ତରେ ରାଜ୍ୟପାଳ ଗଣେଶୀ ଲାଲ । ଭବାନୀପାଟଣା ଠାରେ ଥିବା କଳାହାଣ୍ଡି ବିଶ୍ୱ ବିଦ୍ୟାଳୟର ଲାଇବ୍ରେରୀ ଓ ଆଡମିନିଷ୍ଟ୍ରେଟିଭ ବିଲ୍ଡିଂ ଉଦଘାଟନ ଅବସରରେ ଯୋଗଦେଇଥିଲେ ରାଜ୍ୟପାଳ ଗଣେଶୀ ଲାଲ। ସେଠାରେ ବିଶ୍ୱ ବିଦ୍ୟାଳୟର ଲାଇବ୍ରେରୀ ଓ ଆଡମିନିଷ୍ଟ୍ରେଟିଭ କୋଠା ଉଦଘାଟନ କରିଥିଲେ ।

ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟପାଳ ଗଣେଶୀ ଲାଲ ଯୋଗଦେଇ କଳାହାଣ୍ଡି କାଳିଆର ଭାତ ହାଣ୍ଡି ବୋଲି କହିଥିଲେ । ରାଜ୍ୟପାଳ କହିଛନ୍ତି "ମୁଁ ସମଗ୍ର ଓଡ଼ିଶାରେ ଯେତୋଟି ବିଦ୍ୟାଳ, ବିଶ୍ବ ବିଦ୍ୟାଳୟ ଓ କଲେଜକୁ ଯାଇଛି ସବୁଠି ଗୋଟିଏ ଲକ୍ଷ୍ୟ କରିଛି ଚକାଡୋଳାଙ୍କ ଉଜ୍ଜଳତା ପରି ଛାତ୍ରଛାତ୍ରୀଙ୍କ ଦୃଷ୍ଟି । ପ୍ରଭୁ ଜଗନ୍ନାଥ ଯେପରି କାହାରିକୁ ଛଳନା ଦୃଷ୍ଟିରେ ଦେଖନ୍ତି ନାହିଁ ଠିକ୍ ସେହିପରି ପିଲାଙ୍କ ଦୃଷ୍ଟି ମଧ୍ୟ ଅତ୍ୟନ୍ତ ନିଷ୍ପାପ ଓ ନୀରିହ । ଏହାକୁ କାଏମ୍ ରଖିବାକୁ ଚେଷ୍ଟା କରନ୍ତୁ ।"

ସେହିପରି କଳାହାଣ୍ଡି ବିଶ୍ବ ବିଦ୍ୟାଳୟର କୁଳପତି ସଞ୍ଜୟ ଶତପଥୀ କହିଛନ୍ତି "କଳାହାଣ୍ଡି ବିଶ୍ବବିଦ୍ୟାଳୟ ଗୋଟିଏ ନୂଆ ବିଶ୍ବ ବିଦ୍ୟାଳୟ । ନୂତନ ବିଶ୍ବ ବିଦ୍ୟାଳୟ ହିସାବରେ ଅନେକ ପ୍ରକାରର ବାଧାବିଘ୍ନ ଦେଇ ଆଗେଇବାକୁ ପଡ଼େ । ଗୋଟିଏ ଛୁଆ ବଢ଼ାଇବାଠୁ ଅଧିକ କଷ୍ଟ ହେଉଛି ଗୋଟିଏ ଅନୁଷ୍ଠାନକୁ ବଢାଇବା । ମାତ୍ର ୨ ବର୍ଷର ବିଶ୍ବ ବିଦ୍ୟାଳୟକୁ ନିଜେ ରାଜ୍ୟପାଳ ଆସି ବୁଲିବା ଓ ଦେଖିବା ଏବଂ ଏହାର ଉନ୍ନତି ପାଇଁ ଆର୍ଶିବାଦ କରିବା ନିଶ୍ଚିନ୍ତ ଭାବରେ ଏକ ବଡ଼ କଥା ।" କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ଏସପି ଅଭିଳାଷ ଜି, ବିଶ୍ୱ ବିଦ୍ୟାଳୟ କୁଳପତି ସଞ୍ଜୟ ଶତପଥୀଙ୍କ ସମେତ ବିଶ୍ୱ ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟପାଳଙ୍କ ଏହି ଗସ୍ତକୁ ନେଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.