ETV Bharat / state

ମଣ୍ଡିରେ ବିକ୍ରି ହେଉନି ଧାନ, ଗୋଲାମୁଣ୍ଡା ଚାଷୀଙ୍କ ରାସ୍ତାରୋକ

ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ଚାଷୀଙ୍କ ରାସ୍ତା ରୋକ । ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟଠାରୁ କେବଳ 20 ପ୍ରତିଶତ ଧାନ କ୍ରୟ ହୋଇଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ...

author img

By

Published : Jan 28, 2021, 8:31 PM IST

Golamunda farmers block road over non purchase of paddy
ମଣ୍ଡିରେ ବିକ୍ରି ହେଉନି ଧାନ, ଗୋଲାମୁଣ୍ଡା ଚାଷୀଙ୍କ ରାସ୍ତାରୋକ

କଳାହାଣ୍ଡି: ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ଚାଷୀଙ୍କ ରାସ୍ତା ରୋକ । ଗୋଲାମୁଣ୍ଡା ବ୍ଲକ ତୁମୁରା ମଣ୍ଡି ଉପରେ ଆଠଟି ପଞ୍ଚାୟତର ଚାଷୀ ନିର୍ଭର କରନ୍ତି l ଚଳିତ ଖରିଫ ଋତୁରେ ସରକାର ଗତ ନଭେମ୍ବର ମାସରୁ ଧାନ କ୍ରୟ ଆରମ୍ଭ କରିଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟଠାରୁ କେବଳ 20 ପ୍ରତିଶତ ଧାନ କ୍ରୟ ହୋଇ ପାରିଥିବା ଅଭିଯୋଗ ହୋଇଛି।

ଏହାକୁ ନେଇ ଗୋଲାମୁଣ୍ଡା ବ୍ଲକ ତୁମୁରା ମଣ୍ଡି ଚାଷୀ ଧର୍ମଗଡ଼ ଗୋଲାମୁଣ୍ଡା ସିନାପାଲି ରାସ୍ତା ଉପରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଥିଲେ। ଧାନ କ୍ରୟରେ ଅନିୟମିତତା ଯୋଗୁଁ ଆଜି ବି ଅନେକ ମଣ୍ଡିରେ ଅମଳ ଧାନ ବିକ୍ରି ହୋଇ ନ ପାରି ମଣ୍ଡିରେ ପଡି ରହିଛି । ଫଳରେ ଚାଷୀଙ୍କୁ ଝାଳବୁହା ପରିଶ୍ରମ ବୃଥା ହେବାକୁ ବସିଥିବା ଚାଷୀ ଅଭିଯୋଗ କରିଛନ୍ତି।

ସମବାୟ ସମିତି କର୍ମଚାରୀ ଜାଣିଶୁଣି ଚାଷୀଙ୍କୁ ହଇରାଣ କରୁଛନ୍ତି । ନାନା ସମସ୍ୟାର ସମ୍ମୁଖୀନ ହେବା ପରେ ବାଧ୍ୟ ହୋଇ ଆଜି(ଗୁରୁବାର) ରାଜ ରାସ୍ତାକୁ ଓହ୍ଲାଇ ଚାଷୀ ଆନ୍ଦୋଳନ କରିଛନ୍ତି । ଅମଳ ହୋଇଥିବା ସମସ୍ତ ଧାନ ଯଥାଶୀଘ୍ର କ୍ରୟ କରିବାକୁ ଦାବି କରିଛନ୍ତି ଚାଷୀ । ରାସ୍ତାରୋକ ଯୋଗୁଁ ଧର୍ମଗଡ଼ ଗୋଲାମୁଣ୍ଡା ସିନାପାଲି ରାସ୍ତାରେ ଯାତାୟତ ଠପ ହୋଇଛି । ଯାତ୍ରୀମାନଙ୍କୁ ନାହିଁ ନଥିବା ହନ୍ତସନ୍ତ ହେବାକୁ ପଡ଼ିଛି।

ଘଟଣାସ୍ଥଳରେ ଗୋଲାମୁଣ୍ଡା ତହସିଲଦାର, ରାଜସ୍ବ ନୀରକ୍ଷକଙ୍କ ସହ ପୋଲିସ କର୍ମଚାରୀ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଥିଲେ। ଶୁକ୍ରବାର ମଣ୍ଡିରେ 3 ହଜାର କ୍ବିଣ୍ଟାଲ ଧାନ କିଣାଯିବା ନେଇ ପ୍ରତିଶୃତି ମିଳିବା ପରେ ରାସ୍ତରୋକ ହଟିଥିଲା।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.