ETV Bharat / state

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲା ପରିବାର

କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଉଦ୍ଧାର କରିଛି । ପ୍ରେମ ଜନିତ ସମ୍ପର୍କକୁ ନେଇ ଏଇ ହତ୍ୟାକାଣ୍ଡ ସଂଗଠିତ ହୋଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଅନୁମାନ କରିଛି ।

author img

By

Published : Jun 19, 2020, 10:56 PM IST

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଉଦ୍ଧାର କରିଛି । ପ୍ରେମ ଜନିତ ସମ୍ପର୍କକୁ ନେଇ ଏଇ ହତ୍ୟାକାଣ୍ଡ ସଂଗଠିତ ହୋଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଅନୁମାନ କରିଛି ।

ତାଲଗୁଡ଼ ଗାଁର ଜଣେ ଯୁବତୀ ମହୁଲପାଟଣା ଅଞ୍ଚଳର ଦିଲ୍ଲୀପ ନାମକ ଜଣେ ଯୁବକକୁ ଭଲ ପାଉଥିଲେ ହେଲେ ଜାତିଗତ ବିଭେଦ ଯୋଗୁଁ ଦୁଇ ପରିବାର ମଧ୍ୟରେ ବିବାହକୁ ନେଇ ସହମତି ହୋଇ ପାରିନଥିଲା । ପରେ ଝିଅ ପରିବାରଙ୍କ ଅନୁମତିକ୍ରମେ ଯୁବତୀଙ୍କୁ ଦିଲ୍ଲୀପ ନିଜ ଶାଳକଙ୍କ ସହିତ ନିଜ ଘରକୁ ସାଙ୍ଗରେ ନେଇ ଯାଇଥିଲେ ହେଲେ ତା ପରଦିନ ଯୁବତୀଙ୍କ ଝୁଲନ୍ତା ମୃତଦେହ କ୍ରସର ନିକଟରେ ଦେଖିବାକୁ ମିଳିଥିଲା ।

ଏନେଇ ପୋଲିସ ସୂଚନା ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.