ETV Bharat / state

ଗିରିଶ ଚନ୍ଦ୍ର ବେହେରା ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କର ନୂଆ ସଭାପତି - ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି

ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ନିର୍ବାଚନରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ଗିରିଶ ଚନ୍ଦ୍ର ବେହେରା । ଅଧିକ ପଢନ୍ତୁ

ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ହେଲେ ଗିରିଶ ଚନ୍ଦ୍ର ବେହେରା

author img

By

Published : Nov 18, 2022, 9:36 AM IST

ଭବାନୀପାଟଣା: ଶେଷ ହୋଇଯାଇଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ପାଇଁ ନିର୍ବାଚନ । କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ହେଲେ ଗିରିଶ ଚନ୍ଦ୍ର ବେହେରା । ୪ ଖଣ୍ଡ ଭୋଟପାଇ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଗିରିଶ ଚନ୍ଦ୍ର ବେହେରା । ଏହି ନିର୍ବାଚନରେ ମୋଟ ୧୫ଟି ଡାଇରେକ୍ଟର ମଧ୍ୟରୁ ୪ଜଣ ମତଦାନ କରିଥିଲେ । ଉକ୍ତ ୪ଟିଭୋଟ ତାଙ୍କ ସପକ୍ଷରେ ଯାଇଥିଲା । ନୂତନ ସଭାପତି ଭାବେ ନିର୍ବାଚିତ ହେବା ପରେ ଗିରିଶଙ୍କୁ ବିଭିନ୍ନ ବର୍ଗରୁ ଶୁଭେଚ୍ଛା ଜଣାଯିବା ସହ ବିଜେଡି ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ସୂଚନା ଅନୁଯାୟୀ ଗତ ୯ତାରିଖରେ ସଭାପତି ପାଇଁ ୨ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ଏଥିରେ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ଭାବେ ଗିରିଶ ଚନ୍ଦ୍ର ବେହେରା ଓ ତାଙ୍କ ପ୍ରତିଦ୍ବନ୍ଦୀଭାବେ ଜୁନାଗଡ ପୂର୍ବତନ ନଗରପାଳ ସୁଧାଂଶୁ ଶେଖର ବରାଡ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଫଳରେ ବିଜେଡି ବନାମ ବିଜେଡି ହୋଇଥିବାରୁ ଦଳପାଇଁ ମୁଣ୍ଡ ବ୍ୟାଥା ସୃଷ୍ଟି ହୋଇଥିଲା ।

ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ହେଲେ ଗିରିଶ ଚନ୍ଦ୍ର ବେହେରାଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ହେଲେ ଗିରିଶ ଚନ୍ଦ୍ର ବେହେରା

ଏପରିକି ୧୦ ତାରିଖ ନାମାଙ୍କନ ପ୍ରତ୍ୟାହାର ରହିଥିବା ବେଳେ ଉକ୍ତ ଦିନ ମଧ୍ୟ କେହି ନାମାଙ୍କନ ପ୍ରତ୍ୟାହାର କରି ନ ଥିଲେ । ପରେ ଦୁହେଁଙ୍କ ମଧ୍ୟରେ ଲଢେଇ ଜୋରଦାର ହେବ ବୋଲି ଜଣାପଡୁଥିଲା । କିନ୍ତୁ ନିର୍ବାଚନ ସମୟରେ ସୁଧାଂଶୁ ମତଦାନ କେନ୍ଦ୍ରକୁ ଭୋଟ ଦେବାକୁ ଆସି ନ ବେଳେ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଡକରାରେ କିଛିଦିନ ତଳେ ସୁଧାଂଶୁ ବରାଡଙ୍କ ସମର୍ଥକମାନେ ପଦ୍ମପୁରକୁ ଯାଇଥିଲେ । ସେଠାରେ ରୁଦ୍ଧଦ୍ବାର ବୈଠକରେ କଳାହାଣ୍ଡି ବିସିସିବି (Bhavanipatna Center Co operative Bank) ସଭାପତି ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହା ପରେ ସେ ନିର୍ବାଚନରୁ ଓହରି ଯାଇଥିବା ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ-୧୦୮ ଆମ୍ବୁଲାନ୍ସ ସେବାକୁ ଆସୁଛି ଫେକ କଲ: କିଏ I Love You କହୁଛି, ଆଉ କିଏ ମ୍ୟାଡାମଙ୍କୁ ଦଉନ

ସେହିପରି ପୁରୀ ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ବାଚରେ ବିଜେଡି ପ୍ରାର୍ଥୀ ମଧ୍ୟ ବିଜୟୀ ହୋଇଥିଲେ । କିଶୋର କୁମାର ଛୋଟରାୟ ଅଧ୍ୟକ୍ଷ ଭାବେ ନିର୍ବାଚିତଚ ହୋଇଥିଲେ । ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ସମବାୟ ବ୍ୟାଙ୍କ ପରିଚାଳନା କମିଟିର ସଭାପତି ନିର୍ବାଚନ ମଦ୍ୟ ଶେଷ ହୋଇଯାଇଛି । ସମବାୟ ବ୍ୟାଙ୍କ ପରିଚାଳନା କମିଟିର ସଭାପତି ହୋଇଛନ୍ତି ଅରୁଣ କୁମାର ପ୍ରଧାନ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.