ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଯାଇଛି ସାଂସ୍କୃତିକ ମହାକୁମ୍ଭ କଳାହାଣ୍ଡି ଉତ୍ସବ ଘୁମୁରା- 2024 । ଜିଲ୍ଲାରୁ ପ୍ରବହମାନ ଏହି ସାଂସ୍କୃତିକ ଧାରା ସାରା ରାଜ୍ୟ ତଥା ଦେଶକୁ ଯୋଡ଼ି ରଖିବାରେ ସଫଳ ହୋଇ ପାରିଛି ବୋଲି ଏହି ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ମତବ୍ୟକ୍ତି କରିଥିଲେ । ତେବେ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ କଳାହାଣ୍ଡିର କଳାକାରମାନଙ୍କ ବଜାଶାଲ ଓ ସିଙ୍ଗାରୀ ନାଚ ପରିବେଷଣ କରାଯାଇଥିଲା । ଏହି ନୃତ୍ୟରେ ରେଣ୍ଡୋ ମାଝୀ ମଞ୍ଚ ଦୁଲୁକି ଉଠିଥିଲା । ଭବାନୀପାଟଣା ଲାଲବାହାଦୂର ଷ୍ଟାଡିୟମ ସ୍ଥିତ ଶହୀଦ ରେଣ୍ଡୋ ମାଝୀ ମଞ୍ଚରେ ଅନୁଷ୍ଠିତ ହୋଇଯାଇଛି ଘୁମୁରା ମହୋତ୍ସବ ।
ଏହି ଉତ୍ସବର ଦ୍ୱିତୀୟ ଦିନରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ନର୍ଲା ବିଧାୟକ ଭୂପିନ୍ଦର ସିଂ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଆଉ ମଧ୍ୟ ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ, ଭବାନୀପାଟଣା ପୌର ପରିଷଦର ଅଧ୍ୟକ୍ଷା ସଂଯୁକ୍ତା ବେହେରା ମଧ୍ୟ ଏହି ଉତ୍ସବରେ ଯୋଗ ଦେଇ ବେଶ ଉପଭୋଗ କରିଥିଲେ ।
ଏହାମଧ୍ୟ ପଢନ୍ତୁ.. ଆନ୍ଧ୍ରର ଭ୍ରମ ସୃଷ୍ଟିକଲା ରାୟଗଡା, ଧୁମଧାମରେ ଭୋଗୀ ଉତ୍ସବ ପାଳିତ
କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ର ସ୍ମରଣିକା "କଳାଝରଣ " ଓ କବି ସମ୍ମିଳନୀର କବିତା ପୁସ୍ତକ "ନିଶାନ" ଅତିଥିଙ୍କ ଦ୍ବାରା ଉନ୍ମୋଚନ ହୋଇଥିଲା । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଅନୁଷ୍ଠିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭବାନୀପାଟଣା ସକ୍ଷମ କଳା ଏକାଡେମୀ ଦ୍ୱାରା ଓଡିଶୀ ନୃତ୍ୟ, କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ, ଜୟପାଟଣା ରିଦମ୍ ସ୍କିଲ ଏକାଡେମୀ, ରାୟଗଡା ଜିଲ୍ଲା ସଂସ୍କୃତି ପରିଷଦ, ମାଲକାନଗିରି ଜିଲ୍ଲା ସଂସ୍କୃତି ପରିଷଦ, ସିଟିଏମ୍ଏସ୍ ଦ୍ୱାରା ଘୋଡା ନାଚ ପରିବେଷଣ କରାଯାଇଥିଲା ।
ଆଉ ମଧ୍ୟ ଝାଡଖଣ୍ଡର ମନ୍ଦାରୀ ନୃତ୍ୟ, ହାବସପୁରର ବନାବାଡି, ବଲାଙ୍ଗୀର କୋଶଲ ଫୋକ୍ ଏକାଡେମୀ, କଟକ ସିଂଘମ ଡ୍ୟାନ୍ସ ଏକାଡେମୀ ଦ୍ୱାରା ମୟୁରୀ ନୃତ୍ୟ, ନଟରାଜ ଡ୍ୟାନ୍ସ ଏକାଡେମୀ, ବେଦାନ୍ତ ଆଲୁମିନା ଲିମିଟେଡ଼ ଦ୍ୱାରା ଭାରତନାଟ୍ୟମ, ଛତିଶଗଡର ଗଣ୍ଡୱାନା ନୃତ୍ୟ, ପୁରୁଲିଆର ଛଉ ନୃତ୍ୟ, ସୁହାଗପୁରର ବଜାଶାଲ୍ ପରିବେଷିତ ହୋଇଥିଲା ।
ପାରବା ମଞ୍ଚରେ ଘୁମୁରା, ଚକାଡୋଳା ଡ୍ୟାନ୍ସ ଗ୍ରୁପ, ବିଜୟ ଡ୍ୟାନ୍ସ ଗ୍ରୁପ, ଟୁନୀ ଡ୍ୟାନ୍ସ ଗ୍ରୁପ, ଡିପିଏସ୍ ସ୍କୁଲ, ସକ୍ଷମ ଏକାଡେମୀ, ମନସୁନୀ ଅନମୋଲ ଗ୍ରୁପ, ଡିଆର୍ ଡ୍ୟାନ୍ସ ଗ୍ରୁପ, ସୋନାଲୀ ଡ୍ୟାନ୍ସ ଗ୍ରୁପ, ଡିଜେ ଡ୍ୟାନ୍ସ ସ୍କୁଲ, ଏସକେ ଡ୍ୟାନ୍ସ ଗ୍ରୁପ, କ୍ରିଏଟିଭ କଲଚରାଲ ଏକାଡେମୀ, ମାଆ ମଙ୍ଗଳା, ଶ୍ରୀଡ୍ୟାନ୍ସ ଗ୍ରୁପ, ପ୍ରଗତି କନସେପ୍ଟ ସ୍କୁଲ, ସନ୍ୟାସୀ କୁଣ୍ଡାମାଲର ମାଦଲି, ମା’ ତାରିଣୀ ସଂକୀର୍ତ୍ତନ, ବଉଦର ମୟୂରୀ ଡ୍ୟାନ୍ସ ଗ୍ରୁପ୍ ଆଦିଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ ପରିବେଷଣ କରାଯାଇଥିଲା ।
ଇଟିଭି ଭାରତ, କଳାହାଣ୍ଡି