ETV Bharat / state

Ghar ghar congress:କଳାହାଣ୍ଡିରେ କଂଗ୍ରେସର ବିଶାଳ ସମାବେଶ - କଳାହାଣ୍ଡି କଂଗ୍ରେସ

ସରକାରଙ୍କ ବିରୋଧରେ କଂଗ୍ରେସ ଗାଁ ଗାଁରେ କରୁଛି ଗର୍ଜନ । କଳାହାଣ୍ଡିରେ ଘରେ କଂଗ୍ରେସ ,ଘରେ ଘରେ ହାତ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

Ghar ghar congress:କଳାହାଣ୍ଡିରେ କଂଗ୍ରେସର ବିଶାଳ ସମାବେଶ

author img

By ETV Bharat Odisha Team

Published : Oct 30, 2023, 9:06 PM IST

Ghar ghar congress:କଳାହାଣ୍ଡିରେ କଂଗ୍ରେସର ବିଶାଳ ସମାବେଶ

ଭବାନୀପାଟଣା: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଯଦିଓ ନିର୍ବାଚନ ଘୋଷଣା ହୋଇ ନାହିଁ ତେବେ ଏବେ ଠାରୁ ବିଭିନ୍ନ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ପାଗ ଭିଡା ଆରମ୍ଭ ହୋଇ ଯାଇଥିବା ବେଳେ ବିଜେଡିର ଜନ ସଂପର୍କ ପଦଯାତ୍ରା ଓ ବିଜେପିର ଗାଁକୁ ଚାଲ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବେଳେ କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ । କଂଗ୍ରେସ ମଧ୍ୟ ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ ଆରମ୍ଭ କରିଛି । ସମେତ ପଦଯାତ୍ରା ଆୟୋଜନ କରିବାରେ ଲାଗିଛି । ଆସନ୍ତା ନଭେମ୍ବର ୧ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଳାହାଣ୍ଡି କରୁଥିବା ବେଳେ ଏହା ପୂର୍ବରୁ ସରକାରଙ୍କ ବିରୋଧରେ କଂଗ୍ରେସ ଗାଁ ଗାଁରେ କରୁଛି ଗର୍ଜନ । ଏହି ପରିପ୍ରକ୍ଷୀରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ଘରେ ଘରେ କଂଗ୍ରେସ ,ଘରେ ଘରେ ହାତ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଯୁବ ନେତା ଚାଞ୍ଚେର ମାଝୀଙ୍କ ନେତୃତ୍ୱରେ ଆଜି ଜିଲ୍ଲାର ଥୁଆମୂଲ ରାମପୁର ବ୍ଲକ ଠାରେ କଂଗ୍ରେସ ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ବଡ ଦେର୍ଲା ଠାରୁ ହଜାର ହଜାର କଂଗ୍ରେସ ନେତା ଓ କର୍ମୀଙ୍କ ସମେତ ଜିଲ୍ଲା କଂଗ୍ରେସ ସଭାପତି ଭାରତ ବେମାଲ,ଚାଞ୍ଚେର ମାଝୀ ସାମିଲ ହୋଇଥିବା ଦୀର୍ଘ ୬ କିଲୋମିଟର ପଦଯାତ୍ରାରେ ଆସି ଡୁମେର ପଦର ଠାରେ ଆସି ପହଞ୍ଚିଥିଲେ । ପରେ ସେଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଦେଶରେ ମୋଦି ସରକାର ସମସ୍ତ ବିଭାଗକୁ ଘରୋଇ କାରଣ ଓ ଦେଶରେ ଦରବୃଦ୍ଧିକୁ ବିରୋଧ କରିବା ସହ ରାଜ୍ୟରେ ଥିବା ବିଜେଡି ସରକାର ଶିକ୍ଷା, ସ୍ୱାସ୍ଥ୍ୟ ,ଗମନାଗମନ ଭଳି ମୌଳିକ ସମସ୍ୟାରେ ଲୋକେ ଆଜି ମଧ୍ୟ ଛନ୍ଦି ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ଜିଲ୍ଲାରେ ଆଜି ମଧ୍ୟ ଲୋକେ ଅନେକ ସମସ୍ୟା ଭିତରେ ଗତି କରୁଛନ୍ତି । ହେଲେ ସରକାର ଏହାକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ କରିଛି କଂଗ୍ରେସ । କଂଗ୍ରେସ ରାଜ୍ୟରେ ୧ ଟଙ୍କିଆ ଚାଉଳ ପ୍ରଦାନ କରିଥିଲା । ଜିଲ୍ଲାରେ ଇନ୍ଦ୍ରାବତୀ ଜଳଭଣ୍ଡାର ନିର୍ମାଣ ଭଳି କାମ ଲୋକଙ୍କୁ ଚାଷ କ୍ଷେତ୍ରରେ ସହାୟକ ହୋଇଥିଲା । ସରକାର ମିଶନ ଶକ୍ତି ନାଁରେ ଲୋକଙ୍କୁ ଭୁଆଁ ବୁଲାଉ ଥିବାବେଳେ କଂଗ୍ରେସ ଦେଶରେ ସରକାର ଥିବା ସମୟରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଆରମ୍ଭ କରିଥିଲେ । ବେଳେ ନବୀନ ସରକାର ନିଜେ ବାଃ ବାଃ ନେଉଥିବା କହିଛନ୍ତି କଂଗ୍ରେସ ନେତା ।
ଏହା ମଧ୍ୟ ପଢନ୍ତୁ...Vigilance Awareness Week: ଦୁର୍ନୀତି ବିରୋଧରେ ଲଢିବା ପାଇଁ ନବୀନଙ୍କ ଆହ୍ବାନ, ପିସି ପ୍ରସଙ୍ଗ ଉଠାଇଲା ବିଜେପି

ସେପଟେ ଜିଲ୍ଲାର ବେକାର ଯୁବକ ଯୁବତୀଙ୍କୁ ଜିଲ୍ଲାରେ ନିଯୁକ୍ତି ମିଳିପାରୁ ନାହିଁ । ଫଳରେ ତାମିଲନାଡୁ, କେରଳ, ଗୁଜୁରାଟ,ହାଇଦ୍ରାବାଦ ଭଳି ସ୍ଥାନକୁ ଯାଇ ଦାଦନ ଖଟୁଛନ୍ତି । ଯାହା ବିଜେଡି ସରକାର ଏହାର ଦୂରୀକରଣ ପାଇଁ କୌଣସି ପଦକ୍ଷପ ନେଉନଥିବା ବେଳେ ମୁଖ୍ୟମନ୍ତ୍ରୀ ବିଜୟ ହେବାପରେ ଜଣେ ବାହାର ଲୋକକୁ ରାଜ୍ୟ ଚଳାଇବା ପାଇଁ ଦାୟିତ୍ୱ ଦେଇଥିବା ଅଭିଯୋଗ କରିଛି କଂଗ୍ରେସ ।

ଇଟିଭି ଭାରତ,କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.