ଭବାନୀପାଟଣା: କଳାହଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଗ୍ୟାସ ଟାଙ୍କି ଫାଟି ଦୁଇଜଣ ଗୁରୁତର ହୋଇଥିବା ଜଣାପଡିଛି । ରାମସାଗରପଡ଼ା ପୋଲିସ ଏଏସଆଇ ଟଙ୍କଧର ଜାଲଙ୍କ ରୋଷେଇ ଘରେ ନୂତନ ଗ୍ୟାସ ରେଗୁଲେଟର ସଂଯୋଗ କରୁଥିବା ବେଳେ ହଠାତ ଗ୍ୟାସ ଟାଙ୍କିରେ ନିଆଲାଗି ଯାଇଥିଲା । ନିଆଁ ଜଳିବା ପରେ ଟାଙ୍କି ଫାଟି ଥିଲା ।
ଘଟଣାସ୍ଥଳରେ ସ୍ତ୍ରୀ ଉତ୍ପଳା ଜାଲ ଓ ପୁଅ ଆଶିଷ ଜାଲ ଗୁରୁତର ହୋଇଥିବା ବେଳେ ଘଟଣାସ୍ଥଳକୁ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁଇ ଗୁରୁତରଙ୍କୁ ଭବାନୀପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି ।
ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ । ସୂଚନାନୁସାରେ, ଭବାନୀପାଟଣା ଏସଡିପିଓଙ୍କ ଅଫିସରେ କାର୍ଯରତ ଏଏସଆଇ ଟଙ୍କଧର ଜାଲ ବର୍ତ୍ତମାନ କୋରୋନା ଲକଡାଉନରେ ଡ୍ୟୁଟି କରୁଥିଲେ ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ