ETV Bharat / state

Rendo Majhi: ଆଦିବାସୀ ସର୍ଦ୍ଦାର ରେଣ୍ଡୋ ମାଝୀଙ୍କ ଶହୀଦ ଦିବସ ପାଳନ, ଆରମ୍ଭ ହେଲା ଚଳଚ୍ଚିତ୍ର ସୁଟିଂ - ଜଗନ୍ନାଥ ସାରକା

କଳାହାଣ୍ଡିର ପ୍ରଥମ ସ୍ବାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ଆଜି ୧୬୭ ତମ ଶହୀଦ ଦିବସ । ଏହି ଅବସରରେ ସହରରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ତାଙ୍କ ଉପରେ ନିର୍ମିତ ଚଳଚ୍ଚିତ୍ର 'ରେଣ୍ଡୋ ମାଝୀ ଦ ହିଡେନ ଷ୍ଟୋରୀ'ର ସୁଟିଂ ମଧ୍ୟ ଆଜିଠୁ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ଆଦିବାସୀ ସର୍ଦ୍ଦାର ରେଣ୍ଡୋ ମାଝୀଙ୍କ ଶହୀଦ ଦିବସ ପାଳିତ

author img

By

Published : Dec 10, 2022, 10:10 PM IST

ଆଦିବାସୀ ସର୍ଦ୍ଦାର ରେଣ୍ଡୋ ମାଝୀଙ୍କ ଶହୀଦ ଦିବସ ପାଳିତ

ଭବାନୀପାଟଣା: କଳାହାଣ୍ଡିର ପ୍ରଥମ ସ୍ବାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀ (Freedom Fighter Rendo Majhi)ଙ୍କ ଆଜି ୧୬୭ ତମ ଶହୀଦ ଦିବସ । ଜିଲ୍ଲାବ୍ୟାପୀ ଏହି ଦିବସ ପାଳନ ହୋଇଥିବା ବେଳେ ଭବାନୀପାଟଣା ସହରରେ ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇ ମାଟିର ବୀରପୁତ୍ରକୁ ସ୍ମରଣ କରାଯାଇଛି । ସହରର କଲେଜ ଛକ ଠାରୁ ଆଦିବାସୀ ମାନେ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ବେଳେ ଏଥିରେ ରାଜ୍ୟ ସରକାରଙ୍କ ଅନେକ ଉଚ୍ଚପଦସ୍ଥ କର୍ମୀ ସାମିଲ ହୋଇଥିଲେ । ସେପଟେ ରେଣ୍ଡୋ ମାଝୀଙ୍କ ଉପରେ ଏକ ଚଳଚ୍ଚିତ୍ର ହେବାକୁ ଥିବା ବେଳେ ଆଜି ଫିଲ୍ମର ପ୍ରଥମ ସୁଟିଂ ଉର୍ଲାଡାନି ଠାରୁ ଆରମ୍ଭ ହୋଇଛି ।

ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ସହରର କଲେଜ ଛକ ଠାରୁ ଆଦିବାସୀ ମାନେ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜେଲ ଛକ ଠାରେ ପହଞ୍ଚିଥିଲେ । ଆଦିବାସୀଙ୍କ ଏହି ଶୋଭାଯାତ୍ରାରେ ରାଜ୍ୟ ସରକାରଙ୍କ ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀଙ୍କ ସମେତ ଜିଲ୍ଲା ଓ ଜିଲ୍ଲା ବାହାରର ଅନେକ ଆଦିବାସୀ ସାମିଲ ହୋଇଥିଲେ। ଶୋଭାଯାତ୍ରା ଜେଲ ଛକ ଠାରେ ପହଞ୍ଚିବା ପରେ ସହିଦ ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଟାଉନ ହଲ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।

ରେଣ୍ଡୋ ମାଝୀଙ୍କ ସମ୍ପର୍କରେ...

କଳାହାଣ୍ଡିର ପ୍ରଥମ ସ୍ବାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀ । ବ୍ରିଟିଶମାନଙ୍କ ଇଂରାଜୀ ଉଚ୍ଚାରଣ ଯୋଗୁଁ ସେ ରେଣ୍ଡୋ ମାଝୀ ନାମରେ ପରିଚିତ ହେଲେ । ବକେରକାୟା କନ୍ଧ ଡାବିଶ ମାଝିଙ୍କ ଔରସ୍ୟରୁ ଜନ୍ମିତ ଏହି ଆଦିବାସୀ ବୀର ନିଜକୁ କନ୍ଧ ସମାଜର ସର୍ଦ୍ଦାର ଭାବେ ବେଶ ଭଲ ଭାବେ ପ୍ରତିପାଦିତ କରିଥିଲେ । ପିଲାଦିନରୁ ତୀର ଚାଳନା ଓ ନୌକା ଚାଳନା ଆଦିରେ ଦକ୍ଷତା ହାସଲ କରିଥିଲେ ସେ । ସେତେବଳେ ବ୍ରିଟିଶମାନଙ୍କ ଜନସ୍ବାର୍ଥ ବିରୋଧୀ ଭୂରାଜସ୍ବ ଆଇନ ବଳରେ ଚାଷ ଜମି ଉପରେ କର ବସାଯାଇଥିଲା । ସରକାରଙ୍କ ବିନା ଅନୁମତିରେ ଜଙ୍ଗଲ ସମ୍ପଦ ଆଦିବାସୀମାନେ ଛୁଇଁପାରିବେ ନାହିଁ ବୋଲି ସୂଚନା ଜାରି କରି ଇଂରେଜମାନେ କନ୍ଧ ମାନଙ୍କ ଉପରେ ନିର୍ଯାତନା ଆରମ୍ଭ କରିଦେଲେ । ଏହା ଫଳରେ ଆଦିବାସୀମାନେ ଏକପ୍ରକାର ଭୂମିହୀନ ହୋଇପଡ଼ିଲେ ।

୧୮୪୦-୫୦ ମଧ୍ୟରେ ଜମିଦାରୀ ପ୍ରଥା ବଦଳିଲା, ପରେ ଇଂରେଜ ଏବଂ ଆଦିବାସୀଙ୍କ ମଧ୍ୟରେ ହୋଇଥିଲା ବିଦ୍ରୋହର ସୂତ୍ରପାତ ହୋଇଥିଲା । ରେଣ୍ଡୋ ମାଝୀଙ୍କ ନେତୃତ୍ବରେ ୧୮୩୭ରୁ ୧୮୫୫ ପର୍ଯ୍ୟନ୍ତ କନ୍ଧମାନେ ଇଂରେଜ ସରକାର ବିରୋଧରେ ସଂଗ୍ରାମ ଜାରି ରଖିଥିଲେ । କନ୍ଧମାନେ ଅତ୍ୟନ୍ତ ନିଷ୍ଠା, ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରୁଥିବା ମେରିଆ ପୂଜା ବା ମଣିଷ ବଳିକୁ ଇଂରେଜ ସରକାର ଦମନ କଲାପରେ ଆଦିବାସୀମାନଙ୍କ ଏହି ସଂଗ୍ରାମ ନେଇଥିଲା ଉଗ୍ରରୂପ । ଇଂରେଜମାନେ ଆଦିବାସୀମାନଙ୍କ ଉପରେ ଜୁଲୁମ କରି ସେମାନଙ୍କ ଘର ଜାଳିଦେଇଥିଲେ ।

ଏହି ସମୟରେ ରେଣ୍ଡୋ ମାଝୀ ଆଦିବାସୀ ସମ୍ପ୍ରଦାୟକୁ ଏକତ୍ରିତ କରି ଇଂରେଜମାନଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇଥିଲେ । କନ୍ଧମାନେ ପ୍ରଥମେ ମଦନପୁର ରାମପୁର ରାଜାଙ୍କ ବିରୋଧରେ ଯାଇ ଲୁବେନଗଡ଼ଠାରେ ଆକ୍ରମଣ କରିବା ସହ ଧନୁ ତୀର ସାହାଯ୍ୟରେ ଅନେକ ଇଂରେଜ ସୈନ୍ୟଙ୍କୁ ହତ୍ୟା କରିଥିଲେ । ପ୍ରତିଶୋଧପରାୟଣ ଲେଫ୍ଟନାଣ୍ଟ ମ୍ୟାକନିଏଲ କନ୍ଧମାନଙ୍କୁ ଦୃଢ଼ ହସ୍ତରେ ଦମନ କରି ଏକ କାରାଗାରରେ ବନ୍ଦୀ କରିବା ସହ ରେଣ୍ଡୋ ମାଝୀଙ୍କୁ ୧୮୫୫ ମସିହା ଡିସେମ୍ବର ୧୦ରେ ଗୁଳି କରି ହତ୍ୟା କରିଥିଲେ । ଆଉ ଏହି ଦିନକୁ ରେଣ୍ଡୋ ମାଝୀଙ୍କ ସହିଦ ଦିବସ ଅବସରରେ ପାଳନ କରି ଆସୁଛନ୍ତି ଜିଲ୍ଲାବାସୀ ।

'ରେଣ୍ଡୋ ମାଝୀ ଦ ହିଡେନ ଷ୍ଟୋରୀ' ଚଳଚ୍ଚିତ୍ରର ସୁଟିଂ ଆରମ୍ଭ :-

କଳାହାଣ୍ଡି ଓ କନ୍ଧମାଳ ସୀମାନ୍ତ ଅଞ୍ଚଳର ଆଦିବାସୀ ଯୋଦ୍ଧା ରେଣ୍ଡୋ ମାଝୀଙ୍କୁ ନେଇ ଆରବିଏସପି ଫିଲ୍ମ ପକ୍ଷରୁ ଆରମ୍ଭ ହୋଇଛି ଚଳଚ୍ଚିତ୍ର 'ରେଣ୍ଡୋ ମାଝୀ ଦ ହିଡେନ ଷ୍ଟୋରୀ'। ଯାହାର ପ୍ରଥମ ସୁଟିଂ ଆଜି ଉର୍ଲାଡାନି ଠାରୁ ଆରମ୍ଭ ହୋଇଛି। ରେଣ୍ଡୋ ମାଝୀଙ୍କ ୧୬୭ ତମ ସହୀଦ ଦିବସ ଅବସରରେ ଉର୍ଲାଦାନି ଠାରେ ଥିବା ସହିଦ ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତି ଠାରେ ପୂଜାର୍ଚ୍ଚନା ପରେ ଏହି ସିନେମାର ପ୍ରଥମ ସୁଟିଂ ଆରମ୍ଭ ହୋଇଛି। ଚଳଚ୍ଚିତ୍ର ନିର୍ଦ୍ଦେଶକ ଅମରେଶ ଜେନା ପ୍ରଯୋଜକ ବିପ୍ଳବ ପ୍ରସାଦ ରାଉତ ଲେଖକ ପରମେଶ୍ବର ମୁଣ୍ଡ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବେଳେ ଏହି ଚଳଚ୍ଚିତ୍ରଟି ୩ଟି ଭାଷାରେ ମୁକ୍ତିଲାଭ କରିବ ।

ବଲିଉଡ ଅଭିନେତା ମନୋଜ ମିଶ୍ର ଚଳଚ୍ଚିତ୍ରର ମୁଖ୍ୟ ନାୟକ ଭୂମିକାରେ ରହିଥିବା ବେଳେ ବଲିଉଡ ଅଭିନେତା ଜଗନ୍ନାଥ ସେଠ ସହ ନାୟକ ଏବଂ ଅଭିନେତ୍ରୀ ଜୟା ବିଶ୍ବାସ ନାୟିକାରେ ଥିବା ଚଳଚ୍ଚିତ୍ର ନିର୍ଦ୍ଦେଶକ ଅମରେଶ ଜେନା ସୂଚନା ଦେଇଛନ୍ତି । କାହାଣୀରେ ୧୭୦ ବର୍ଷ ତଳର ଆଦିବାସୀ ଜୀବନଚର୍ଯ୍ୟା ଓ ଆଦିବାସୀ ସଂସ୍କୃତି ଆଦିବାସୀ ଜୀବନ ଧାରାକୁ ସମ୍ମାନର ସହ ସ୍ଥାନିତ କରାଯାଇଥିବା କଥା ମଧ୍ୟ ନିର୍ଦ୍ଦେଶକ ଓ ଲେଖକ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.