ETV Bharat / state

ପୂର୍ବତନ ବିଧାୟକ ଅଜିତ ଦାସଙ୍କ ପରଲୋକ

author img

By

Published : Feb 4, 2022, 8:06 PM IST

ପୂର୍ବତନ ବାୟୁସେନାର ଅପ୍ରତିଦ୍ବନ୍ଦି ଯୋଦ୍ଧା ତଥା ପୂର୍ବତନ ବିଧାୟକ ଅଜିତ ଦାସଙ୍କ ପରଲୋକ । ଅଧିକ ପଢନ୍ତୁ

ପୂର୍ବତନ ବିଧାୟକ ତଥା ବାୟୁସେନା ଅଧିକାରୀ ଅଜିତ ଦାସଙ୍କ ପରଲୋକ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଅନ୍ୟତମ ସୁଯୋଗ୍ୟ ସନ୍ତାନ ପୂର୍ବତନ ବାୟୁସେନାର ଅପ୍ରତିଦ୍ବନ୍ଦୀ ଯୋଦ୍ଧା ତଥା ପୂର୍ବତନ ବିଧାୟକ ଅଜିତ ଦାସଙ୍କ ଦେହାନ୍ତ । ଆଜି(ଶୁକ୍ରବାର) ଅପରାହ୍ନ ୪ଟା ୫୦ ମିନିଟରେ ଅଜିତଙ୍କ ବିୟୋଗ ଘଟିଛି । ବିଳାସିନୀ ଦାସ ଓ ଦିବାକର ଦାସଙ୍କ ପ୍ରଥମ ସନ୍ତାନ ଅଜିତ ଦାସ । 1944 ଜାନୁଆରୀ 3 ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ ।

not drag
not drag

ବ୍ରଜମୋହନ ହାଇସ୍କୁଲରୁ ଶିକ୍ଷା ସମାପ୍ତ ପରେ 1967 ରେ ଭାରତୀୟ ବାୟୁସେନାରେ ଯୋଗଦେଇ 12 ବର୍ଷ ଦେଶ ମାତୃକାର ସେବା କରିଥିଲେ । ବାୟୁସେନାରୁ ଅବସର ଗ୍ରହଣ ପରେ ସେ ସମାଜସେବାରେ ନିୟୋଜିତ ହୋଇଥିଲେ । 1990 ମସିହାରେ ଭବାନୀପାଟଣା ସଦର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଜଣେ ଲୋକପ୍ରିୟ, ସ୍ପଷ୍ଟବାଦୀ ଓ ନିର୍ଭୀକ ବ୍ୟକ୍ତିତ୍ୱ ଅଜିତ ଦାସ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତଚରଣ ଦାସଙ୍କ ବଡ଼ଭାଇ ମଧ୍ୟ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

not drag
not drag

ସେହିପରି ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିୟନ କଳାହାଣ୍ଡି ଶାଖା, ଜିଲ୍ଲା ପେଶାଦାର ସାମ୍ବାଦିକ ସଙ୍ଘ, କଳାହାଣ୍ଡି ଜର୍ଣ୍ଣାଲିଷ୍ଟ ୟୁନିୟନ ସମେତ ପୂର୍ବତନ ମନ୍ତ୍ରୀ ରାସ ବିହାରୀ ବେହେରା, ଜଗନ୍ନାଥ ପଟ୍ଟନାୟକ, ପିସିସି ସଭାପତି ନିରଞ୍ଜନ ପଟନାୟକ, ଜୟଦେବ ଜେନା , ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ, ଜୟଦେବ ନାଏକ, ରବି ପଟ୍ଟଯୋଶୀ, ମହମ୍ମଦ ଅଲ୍ଲୀ ଖାଁ, ବରିଷ୍ଠ ଆଇନଜୀବୀ ତଥା ସହପାଠୀ ଗିରିଷ ପୁରୋହିତ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.