ETV Bharat / state

Panchayat Poll: ପଦ୍ମ ଧରିଲେ ପୂର୍ବତନ କଂଗ୍ରେସ ବିଧାୟକ କୁମରମଣୀ ଶବର - ପୂର୍ବତନ କଂଗ୍ରେସ ବିଧାୟକ କୁମରମଣୀ ଶବର

କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ଅନୁଷ୍ଠିତ ମିଶ୍ରଣ ପର୍ବରେ ଆଜି(ବୁଧବାର) ଶତାଧିକ କଂଗ୍ରେସ କର୍ମୀ ଓ ନେତା ବିଜେପିରେ ସାମିଲ ହୋଇଛନ୍ତି । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ କୁମରମଣି ଶବର ବିଧିବଦ୍ଧ ଭାବରେ ବିଜେପିରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

Panchayat Poll: ବିଜେପିରେ ଯୋଗ ଦେଲେ ପୂର୍ବତ କଂଗ୍ରେସ ବିଧାୟକ କୁମରମଣୀ ଶବର

author img

By

Published : Feb 9, 2022, 7:24 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ଅନୁଷ୍ଠିତ ମିଶ୍ରଣ ପର୍ବରେ ଆଜି(ବୁଧବାର) ଶତାଧିକ କଂଗ୍ରେସ କର୍ମୀ ଓ ନେତା ବିଜେପିରେ ସାମିଲ ହୋଇଛନ୍ତି । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ କୁମରମାଣି ଶବର ବିଧିବଦ୍ଧ ଭାବରେ ବିଜେପିରେ ସାମିଲ ହୋଇଛନ୍ତି । ନର୍ଲା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କୁମରମାଣି ଶବରଙ୍କ ସମେତ କେସିଙ୍ଗା ବ୍ଲକ ପୂର୍ବତନ ଅଧକ୍ଷ ଓ ଅନେକ ନେତା କର୍ମୀ ସାମିଲ ହୋଇଥିବା ବେଳେ ଏହା ବିଜେପିକୁ ଆଗାମୀ ଦିନରେ ବେଶ ସହାୟକ ହେବ ।

ଏହା ସହ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୩୬ଟି ଜିଲ୍ଲା ପରିଷଦ ସିଟ ବିଜେପି ଦଖଲ କରିପାରିବ ବୋଲି ସାଂସଦ ବସନ୍ତ ପଣ୍ଡା ପ୍ରକାଶ କରିଛନ୍ତି । ସେହିପରି ଆସନ୍ତା ପଞ୍ଚାୟତ ନିର୍ବାଚନରେ ରାଜ୍ୟ ସରକାରଙ୍କ ବିଫଳତା ଓ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକହିତକର ଯୋଜନାକୁ ନେଇ ଭୋଟରଙ୍କ ନିକଟକୁ ଯାଇ ବିଜେପି ଭୋଟଭିକ୍ଷା କରୁଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ବିଜେପି ଜିଲ୍ଲା ପରିଷଦ ଗଠନ କରିବାକୁ ଦୃଢ଼ତାର ସହ ପ୍ରକାଶ କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.