ETV Bharat / state

ଜଳୁଛି ଜଙ୍ଗଲ, ବିପଦରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ - ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ

କଳାହାଣ୍ଡି ଜିଲ୍ଲା ଜୟପାଟଣା ରେଞ୍ଜ ଅନ୍ତର୍ଗତ ମହୁଳପାଟଣା ଜଙ୍ଗଲରେ ନିଆଁ ଲାଗିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଜଳୁଛି ଜଙ୍ଗଲ, ବିପଦରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ

author img

By

Published : Apr 30, 2021, 9:45 AM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧିନସ୍ତ ଜୟପାଟଣା ରେଞ୍ଜ ଅନ୍ତର୍ଗତ ମହୁଳପାଟଣା ଜଙ୍ଗଲରେ ନିଆଁ ଲାଗିଛି । ହଜାର ହଜାର ହେକ୍ଟର ଜଙ୍ଗଲରେ ନିଆଁ ଲାଗିଥିବାରୁ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ବିପଦରେ ରହିଥିବା ଜଣାପଡିଛି ।

ଜଳୁଛି ଜଙ୍ଗଲ, ବିପଦରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ

ବୃକ୍ଷ ହିଁ ଜୀବନ ବୃକ୍ଷ ହିଁ ସମ୍ପଦ । ହେଲେ ଏବେ ସଙ୍କଟରେ ଜଙ୍ଗଲ ସମ୍ପଦ । ହୁତୁହୁତୁ ହୋଇ ଜଳି ଯାଉଛି ଜଙ୍ଗଲ। ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧିନସ୍ତ ଜୟପାଟଣା ରେଞ୍ଜ ଅନ୍ତର୍ଗତ ମହୁଳପାଟଣା ଜଙ୍ଗଲରେ ଲାଗିଛି ନିଆଁ। ହଜାର ହଜାର ହେକ୍ଟର ଜଙ୍ଗଲରେ ନିଆଁ ଲାଗି ଥିବାରୁ ନିଆଁ ଲିଭାଇବାକୁ ଜଙ୍ଗଲରେ ବନ ବିଭାଗ କର୍ମଚାରୀ ଓ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ ହୋଇଛି ।

ତେବେ କେଉଁ କାରଣରୁ ଜଙ୍ଗଲରେ ନିଆଁ ଲାଗିଲା ସେ ନେଇ ବନ ବିଭାଗ ପକ୍ଷରୁ କୌଣସି ସୂଚନା ମିଳି ପାରିନଥିବା ବେଳେ ଜଙ୍ଗଲରେ ଦ୍ରୁତ ଗତିରେ ମାଡିବାରେ ଲାଗିଛି ନିଆଁ । ତେବେ ଯଥାଶୀଘ୍ର ନିଆଁକୁ ଆୟତ୍ତ ନକଲେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଆଡ଼କୁ ନିଆଁ ମାଡିବାର ସମ୍ବାବନା ରହିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.