ETV Bharat / state

ଉତ୍କେଲାରୁ ଉଡିବ ବିମାନ, ସୁରକ୍ଷା ବ୍ୟବସ୍ଥାର ତଦାରକ କଲା ବିସିଏସ - ଭୁବନେଶ୍ୱର ବିସିଏସ ଟିମ୍

ଉତ୍କେଲା ବିମାନ ବନ୍ଦର ତଦାରଖ କରି ସନ୍ତୋଷ ପ୍ରକଟ କରିଛନ୍ତି ଭୁବନେଶ୍ୱର ବିସିଏସ ଟିମ୍ । ଖୁବ ଶୀଘ୍ର ବିମାନ ଚାଲିବା ଆରମ୍ଭ ହେବ ବୋଲି କଳାହାଣ୍ଡି ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

Utkela Airport in kalahandi
Utkela Airport in kalahandi
author img

By

Published : Aug 2, 2023, 1:42 PM IST

ଉତ୍କେଲାରୁ ଉଡିବ ବିମାନ

ଭବାନୀପାଟଣା: ଖୁବଶୀଘ୍ର କଳାହାଣ୍ଡି ଜିଲ୍ଲାର ବହୁ ପ୍ରତିକ୍ଷିତ ଉତ୍କେଲା ବିମାନ ବନ୍ଦରରୁ ବିମାନ ଚଳାଚଳ ଆରମ୍ଭ ହେବ । ଏକ ସ୍ବତନ୍ତ୍ର ଟିମ୍ ଉତ୍କେଲା ବିମାନ ବନ୍ଦରରେ ପହଞ୍ଚି ତଦାରଖ କରିବା ସହ ସନ୍ତୋଷ ପ୍ରକଟ କରିଛନ୍ତି । ଏନେଇ ଖୁବଶୀଘ୍ର ବିମାନ ଚାଲିବା ଆରମ୍ଭ ହେବ ବୋଲି କଳାହାଣ୍ଡି ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ଗତ କିଛି ଦିନ ତଳେ ସାଂସଦ ବସନ୍ତ ପଣ୍ଡାଙ୍କ ପ୍ରଶ୍ନରେ ବେସାମରିକ ବିମାନ ମନ୍ତ୍ରୀ ଉତ୍କେଲାକୁ ଦୁଇଟି ଲାଇସେନ୍ସ ମିଳିଥିବା ନେଇ ସୂଚନା ଦେଇଥିଲେ । ସେପଟେ ରାଜ୍ୟ ସରକାର ତତ୍ପର ଦେଖାଇ ଏହାର ଫାଇନାଲ ସୁରକ୍ଷା ବ୍ୟବସ୍ଥା ଦେଖିବା ଓ ସମସ୍ତ ପ୍ରୋଟୋକଲ ଅନୁଯାୟୀ ଅଛି କି ନାହିଁ ତାହା ଦେଖିବା ପାଇଁ ଉପନିର୍ଦ୍ଦେଶକ ଓ ଏସଏସ ମ୍ୟାନେଜମେଣ୍ଟକୁ ଚିଠି ଲେଖିଥିଲେ । ଏନେଇ ଏକ ସ୍ବତନ୍ତ୍ର ଟିମ୍ ଆସି ଉତ୍କେଲା ବିମାନ ବନ୍ଦରରେ ପହଞ୍ଚି ସବୁ ତଦାରଖ କରି ଥିବା ସୂଚନା ମିଳିଛି । ତେବେ ଏହି ତଦାରଖ ସମୟରେ ପୂର୍ତ୍ତ ବିଭାଗର ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

ପ୍ରକାଶ ଥାଉକି, ଗତ କିଛି ମାସ ତଳେ ଏକ ଲାଇସେନ୍ସ ଅନୁମୋଦନ ପାଇଁ ଦିଲ୍ଲୀ ଓ ଭୁବନେଶ୍ବରରୁ ଡିଜିସିଆଇ କର୍ତ୍ତୃପକ୍ଷ ଆସିଥିଲେ । ହେଲେ କିଛିଟା ନିୟମରେ ତ୍ରୁଟି ବାହାର କରିଥିଲେ ଯାହାର ପରବର୍ତ୍ତୀ ସମୟରେ ପୂର୍ତ୍ତ ବିଭାଗ ପକ୍ଷରୁ ସଳଖ କରାଯାଇଥିଲା । ତେବେ ଏହି ବିମାନ ବନ୍ଦର କାର୍ଯ୍ୟକାରୀ ହେଲେ କଳାହାଣ୍ଡି ନୁହେଁ ବରଂ ରାୟଗଡା, ନୂଆପଡ଼ା, ବଲାଙ୍ଗୀର ଓ ନବରଙ୍ଗପୁର ଜିଲ୍ଲାବାସୀଙ୍କୁ ଅଧ୍ୟ ଯୋଗାଯୋଗ କ୍ଷେତ୍ରରେ ବେଶ ସହାୟକ ହୋଇପାରିବ ।

ତେବେ ୧୯୬୨ ମସିହାରେ ସ୍ଥାପନ ହୋଇଥିଲା ଉତ୍କେଲା ବିମାନ ବନ୍ଦର । ସେ ସମୟରେ ଏହା ୧୨ ରୁ ୫୦ ସିଟ ବିଶିଷ୍ଟ ଏୟାରକ୍ରାଫ୍‍ଟ ପାଇଁ ପ୍ରଯୁଜ୍ୟ ଥିଲା । ତେବେ ୨୦୧୬-୧୭ ମସିହାରେ ଉଡାନ ଯୋଜନାରେ ୩ କୋଟି ଟଙ୍କା ଅନୁଦାନ ମିଳିବା ପରେ ଆରମ୍ଭ ହୋଇଥିଲା ବିମାନ ବନ୍ଦରର ସମ୍ପ୍ରସାରଣ, ରନୱେ ନିର୍ମାଣ, ପାଚେରୀ, ଡ୍ରେନ, ଦୁଇ ପାର୍ଶ୍ବରେ ରାସ୍ତା, ସିଗନାଲ ରୁମ, କଣ୍ଟ୍ରୋଲ ରୁମ, ରେଷ୍ଟ ହାଉସ, ଗେଷ୍ଟ ହାଉସର ନିର୍ମାଣ କରାଯାଇଥିଲା । ପରେ ଆହୁରି ଅନୁଦାନ ରାଶି ବଢିବା ପରେ ଟର୍ମିନାଲ ବିଲ୍‍ଡିଂ, ଟେକ୍ସିଇନ, ପ୍ୟୁଏଲ ଷ୍ଟେସନ ଆଦି ନିର୍ମାଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- ଖୁବଶୀଘ୍ର ଉତ୍‌କେଲା ଏୟାରଷ୍ଟ୍ରିପରେ ଆରମ୍ଭ ହେବ ବିମାନ ସେବା, DGCAର ସମୀକ୍ଷା

ସେହିପରି ଉତ୍କେଲା ଏୟାରଷ୍ଟ୍ରିପକୁ ଉଡାଣ ଯୋଜନାର ଚତୁର୍ଥ ପର୍ଯ୍ୟାୟରେ ସାମିଲ କରାଯାଇଥିଲା । ଆବଶ୍ୟକ ଭିତ୍ତିଭୂମି ପାଇଁ ଅନୁମତି ମିଳିବାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସହ ବେସରକାରୀ ବିମାନ ଚଳାଚଳ ସଂପୃକ୍ତ କର୍ତ୍ତୃପକ୍ଷ ପର୍ଯ୍ୟାୟକ୍ରମେ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଉଡାଣ ଯୋଜନାରେ ୧୬ କୋଟି ବ୍ୟୟରେ ଭିତ୍ତିଭୂମି ପ୍ରସ୍ତୁତ ସରିଥିବା ବେଳେ ୨-ବି ଲାଇନସେନ୍ସ ପାଇଁ ପଦକ୍ଷେପ ନିଆଯାଇଛି । ଏହାସହ ବଡ଼ ଏୟାରପୋର୍ଟ ପାଇଁ ୫୫ କୋଟି ବ୍ୟୟର ଟେଣ୍ଡର ପରେ ସଂପ୍ରସାରଣ କାର୍ଯ୍ୟ ମଧ୍ୟ ସରି ସାରିଛି । ଏହା ଦ୍ବାରା ଉତ୍କେଲାରୁ ଭୁବନେଶ୍ବର, ରାୟପୁର, ବିଶାଖାପାଟଣା, ଚେନ୍ନାଇ, ନୂଆଦିଲ୍ଲୀ, ମୁମ୍ବାଇ ଓ କୋଲକାତାକୁ ନିୟମିତ ବିମାନ ଚଳାଚଳ ପାଇଁ ଲକ୍ଷ୍ୟ ରଖାଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.