ETV Bharat / state

ସ୍ୱପ୍ନର ଉଡାଣ ଯୋଜନା, ଉତକେଲା ଏୟାରପୋର୍ଟରୁ ଆରମ୍ଭ ହେବ ବିମାନ ଚଳାଚଳ

author img

By

Published : Jan 30, 2023, 11:06 AM IST

କଳାହାଣ୍ଡି ଜିଲ୍ଲାର ବହୁ ପ୍ରତିକ୍ଷିତ ଉତକେଲା ଏୟାରପୋର୍ଟରୁ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି। ଅଧିକ ପଢନ୍ତୁ

flight service
flight service
flight service

ଭବାନୀପାଟଣା: ବାସ୍ତବ ରୂପ ନେବ ସ୍ୱପ୍ନର ଉଡାଣ । କଳାହାଣ୍ଡି ଜିଲ୍ଲାର ବହୁ ପ୍ରତୀକ୍ଷିତ ଉତକେଲା ଏୟାରପୋର୍ଟରୁ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି । ସରକାରଙ୍କ ଉଡ଼ାଣ ଯୋଜନାରେ ଏହାର ଭିଭିଭୂମି ପ୍ରସ୍ତୁତି ଶେଷ ହୋଇଛି । ବର୍ତ୍ତମାନ ଡିଜିସିଏ ପ୍ରତିନିଧି ଟିମ୍‌ର ଅନୁଧ୍ୟାନକୁ କେବଳ ଅପେକ୍ଷା ରହିଛି । ଆସନ୍ତା ଫେବୃଆରୀ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହୋଇଯିବ । ଡିଜିସିଏ ଅନୁଧ୍ୟାନ କରିବାର ମାସେରୁ ଦେଢମାସ ଅର୍ଥାତ ଏପ୍ରିଲ ସୁଦ୍ଧା ବିମାନ ଉଡ଼ାଣ ପାଇଁ ଲାଇସେନ୍ସ ମିଳିଯିବ ବୋଲି ଆଶା କରାଯାଉଛି ।

ତେବେ ଉଡ଼ାଣ ଯୋଜନାରେ ୧୬ କୋଟି ବ୍ୟୟରେ ଭିତ୍ତିଭୂମି ପ୍ରସ୍ତୁତ ସରିଥିବା ବେଳେ ୨-ବି ଲାଇନସେନ୍ସ ପାଇଁ ପଦକ୍ଷେପ ନିଆଯାଇଛି । ଏହାସହ ବଡ଼ ଏୟାରପୋର୍ଟ ପାଇଁ ୫୫ କୋଟି ବ୍ୟୟର ଟେଣ୍ଡର ପରେ ସଂପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହାର ଭିତ୍ତିଭୂମିରେ ରନୱେ ସମ୍ପ୍ରସାରଣ,ଟର୍ମିନାଲ୍ ବିଲଡିଂ, ଷ୍ଟାଫ୍ କ୍ବାଟର୍ସ, ବାରାକ, ଅଗ୍ନିଶମ କାର୍ଯ୍ୟାଳୟ ଭଳି ଅନ୍ୟାନ୍ୟ ଆନୁସଙ୍ଗିକ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

ସେହିପରି ବର୍ତ୍ତମାନ ଡିଜିସିଏ ଟିମ୍ ତାଙ୍କ ଶେଷ ପର୍ଯ୍ୟାୟ ଅନୁଧ୍ୟାନ କରିବେ ବୋଲି ଜଣା ପଡ଼ିଛି । ଏୟାରଷ୍ଟ୍ରିପ୍‌ର ସୁରକ୍ଷା, ପାଣିପାଗ, ପାରିପାର୍ଶ୍ବକ ସ୍ଥିତି, ଆପାତକାଳୀନ ସ୍ଥିତିର ମୁକାବିଲା ଭଳି ବିଭିନ୍ନ ଦିଗରେ ଅନୁଧ୍ୟାନ ଓ ଭିତ୍ତିଭୂମିର ଯାଞ୍ଚ କରିବ । ଏହାସହ ବିସିଏଏସ୍ ଟିମ୍ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବ । ବିମାନ ଚଳାଚଳ ପାଇଁ ଭିଭିଭୂମି ପ୍ରସ୍ତୁତ ହୋଇ ସାରିଥିବା ନେଇ ସବୁଜ ସଙ୍କେତ ଦେଲେ ପରୀକ୍ଷାମୂଳକ ଭାବେ ଅଣନିର୍ଦ୍ଧାରିତ ବିମାନ ଚଳାଚଳ କରିବ । ଏୟାରପୋର୍ଟ ମାନ୍ୟତା ଦିଆଯିବା ପରେ କଳାହାଣ୍ଡିରୁ ବିମାନ ନିୟମିତ ଚଳାଚଳ କରିପାରିବ । ଏଥିସହ ଡିଜିସିଏ ସର୍ବସାଧାରଣଙ୍କ ପାଇଁ ବିମାନବନ୍ଦର ଭାବେ ଲାଇସେନ୍ସ ପ୍ରଦାନ କରିବ ।

ଏହା ମଧ୍ୟ ପଢନ୍ତୁ-Health Minister Naba Das passes away: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ

ଏନେଇ କଳାହାଣ୍ଡି ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଅଜିତ ବାବୁଙ୍କ କହିଛନ୍ତି,"ବହୁ ଦିନର କାର୍ଯ୍ୟ ଓ ପରିଶ୍ରମ ଶେଷ ହୋଇଛି । ଏୟାରଷ୍ଟ୍ରିପ୍‌ର ସମସ୍ତ କାର୍ଯ୍ୟର ଦସ୍ତାବିଜ ଡିଜିଏସିଏଙ୍କୁ ପଠାଯାଇଥିଲା। ଭୁବନେଶ୍ଵରରୁ ଏୟାରପୋର୍ଟ କର୍ତ୍ତୃପକ୍ଷ ଆସି ତାହାର ସମୀକ୍ଷା କରି ଫେରିଛନ୍ତି । ଆସନ୍ତା ମାସରେ ଡିଜିସିଏ ଚୂଡାନ୍ତ ଅନୁଧ୍ୟାନ କରିବେ ଏଥିସହ ଲାଇସେନ୍ସ ମିଳିଯିବ ବୋଲି ଆଶା ରଖିଛୁ । ଉଡାଣ ଯୋଜନାରେ 16କୋଟି ଅଟକଳ ଥିଲା, ତାର ସମସ୍ତ କାର୍ଯ୍ୟକ୍ରମ ସିରିଛି । ଏଥିସହ ଭବିଷ୍ୟତରେ ବଡ ଏୟାରପୋର୍ଟ ପାଇଁ ଅଟକଳ ରହିଛି 55କୋଟି । ଏନେଇ ବର୍ତ୍ତମାନ ରନୱେ ସମ୍ପ୍ରସାରଣ, ଟର୍ମିନାଲ୍ ବିଲଡିଂ, ଷ୍ଟାଫ୍ କ୍ବାଟର୍ସ, ବାରାକ, ଅଗ୍ନିଶମ କାର୍ଯ୍ୟାଳୟ ଭଳି ଅନ୍ୟାନ୍ୟ ଆନୁସଙ୍ଗିକ ନିର୍ମାଣ କାର୍ଯ୍ୟର ଆରମ୍ଭ ହୋଇଛି ।

ଇଟିଭି ଭାରତ , କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.