ETV Bharat / state

ନାବାଳିକାର ଅଶ୍ଳୀଳ ଭିଡିଓ ଭାଇରାଲ ମାମଲା, ୫ ଗିରଫ

author img

By

Published : Jun 9, 2022, 8:05 PM IST

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅଞ୍ଚଳ ନାବାଳିକାର ଅଶାଳୀନ ଭିଡିଓ ରେକର୍ଡ ମାମଲା । ଘଟଣାରେ ସମ୍ପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଅଧିକ ପଢନ୍ତୁ

ନାବାଳିକାର ଅଶ୍ଳିଳ ଭିଡିଓ ରେକର୍ଡ ଭାରାଲ: ୫ ଅଭିଯୁକ୍ତ ଗିରଫ

ଭବାନୀପାଟଣା: ନାବାଳିକାର ଅଶାଳୀନ ଭିଡିଓ ରେକର୍ଡ କରି ଭାଇରାଲ କରିବା ଅଭିଯୋଗରେ ୫ ଅଭିଯୁକ୍ତ ଗିରଫ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକା ଗାଧୋଇବା ସମୟରେ ଭିଡିଓ ରେକର୍ଡ କରି ପ୍ରଥମେ ବ୍ଲାକମେଲିଂ ଓ ପରେ ଭିଡିଓ ଭାଇରାଲ କରିବା ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା ଲାଞ୍ଜିଗଡ଼ ପୋଲିସ ।

ଆଜି(ଗୁରୁବାର) ଘଟଣାରେ ସମ୍ପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ଜିଲ୍ଲାର ରଞ୍ଜିତ ଯାନୀ, ରାୟଗଡା ଜିଲ୍ଲାର କୈଳାଶ କୌଶଳ, ନିରାକାର ନିରାଜନ ଗଉଡ଼ ଓ ଲାଞ୍ଜିଗଡ଼ର ମଧୁସୂଦନ ଗଉଡ଼ ବୋଲି ଜଣାପଡିଛି ।

ଗିରଫ ଅଭିଯୁକ୍ତଙ୍କ ଠାରୁ ୫ଟି ମୋବାଇଲ ଫୋନ ଜବତ କରିବା ସହ ଅଧିକ ପଚାରାଉଚୁରା ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.