ETV Bharat / state

Panchayat Election: ବାଲାଟ ବକ୍ସରେ ସିଲ ହେଲା କଳାହାଣ୍ଡି ପ୍ରାର୍ଥୀଙ୍କ ଭାଗ୍ୟ - କଳାହାଣ୍ଡି ଭୋଟିଂ ନ୍ୟୁଜ

ସରିଲା କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ମତଦାନ । ବାଲାଟ ବକ୍ସରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ । ଅଧିକ ପଢନ୍ତୁ

ବାଲାଟ ବକ୍ସରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ
ବାଲାଟ ବକ୍ସରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ
author img

By

Published : Feb 16, 2022, 7:44 PM IST

ଭବାନୀପାଟଣା: ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହୋଇଯାଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏନେଇ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇ ଥିବାବେଳେ ଶାନ୍ତି ଶୃଙ୍ଖଳାର ସହ ମତଦାନ ସରିଛି । ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ୭ଟି ଜୋନରେ ସକାଳ ୭ ଟାରୁ ଆରମ୍ଭ ହୋଇଥିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ।

ବାଲାଟ ବକ୍ସରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ଆଜି ଜୁନାଗଡ଼ ବ୍ଲକର ୩୯୦ ଟି ବୁଥରେ ୧ ଲକ୍ଷ ୭୩ ହଜାର ୬୬୦ ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଥିବା ବେଳେ ଗୋଲାମୁଣ୍ଡା ବ୍ଲକର ୩୨୭ ଟି ବୁଥରେ ୧ ଲକ୍ଷ ୨୯ ହଜାର ୪୯୯ ଜଣ ଭୋଟର ଦେଇଛନ୍ତି ଭୋଟ । ଏହି ନିର୍ବାଚନ ମଣ୍ଡଳୀରେ ୫୫ ଟି ସମ୍ବେଦନଶୀଳ ବୁଥ ଥିବାବେଳେ ଏନେଇ ୨୧ ଟି ମୋବାଇଲ ପେଟ୍ରୋଲିଂ ଟିମ ଓ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ଅନ୍ୟପକ୍ଷରେ ଜୁନାଗଡ଼ ବ୍ଲକର ୩୯୦ଟି ବୁଥରେ ୧ ହଜାର ୫୬୦ ଜଣ ନିର୍ବାଚନୀ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ଗୋଲାମୁଣ୍ଡା ବ୍ଲକର ୩୨୭ ଟି ବୁଥ ରେ ୧ ହଜାର ୩୦୮ ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ । ସକାଳ ୭ ଟା ରୁ ଆରମ୍ଭ ହୋଇଥିବା ନିର୍ବାଚନ ପ୍ରକ୍ରିୟା ଦିନ ୧ ଟାରେ ସମାପନ ହୋଇ ଥିବାବେଳେ ସମସ୍ତ ପୋଲିଂ ଅଧିକାରୀ ଓ ଏଜେଣ୍ଟଙ୍କ ଉପସ୍ଥିତିରେ ସିଲ ହୋଇଛି ବାଲାଟ ବକ୍ସ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.