ETV Bharat / state

ଚାଷୀଙ୍କ କାମରେ ଆସୁନି ରାଜ୍ୟର ପ୍ରଥମ ମେଗା ଜଳସେଚନ ପ୍ରକଳ୍ପ !

author img

By

Published : Aug 9, 2022, 8:54 PM IST

କାମରେ ଆସୁନି ରାଜ୍ୟର ପ୍ରଥମ ଉଠା ଜଳସେଚନ ପ୍ରକଳ୍ପ । କଳାହାଣ୍ଡିର ଲଇତରା ଚାଷୀଙ୍କୁ ଦୁଇ ଫସଲର ସ୍ବପ୍ନ ଦେଖାଇ ଭଣ୍ଡାଇ ଦେଲେ ସରକାର । କୋଟି କୋଟି ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଲଇତରା ମେଗା ଉଠା ଜଳସେଚନ ପ୍ରକଳ୍ପ ଆଜି ଫେଲ ମାରିଛି । ଅଧିକ ପଢ଼ନ୍ତୁ

first mega irrigation project of odisha is not working
ରାଜ୍ୟର ପ୍ରଥମ ମେଗା ଜଳସେଚନ ପ୍ରକଳ୍ପ ଫେଲ !

ଭବାନୀପାଟଣା: କୃଷକଙ୍କ ବିକାଶ ପାଇଁ ସରକାରଙ୍କ ଅନେକ ଯୋଜନା । ପ୍ରକଳ୍ପ ନିର୍ମାଣ ହୋଇଛି କିନ୍ତୁ ପୂରଣ ହୋଇପାରୁନି ଆବଶ୍ୟକତା । ରାଜ୍ୟର ଅଣଜଳସେଚିତ ଅଞ୍ଚଳରେ ଚାଷୀଙ୍କୁ ଜଳ ଯୋଗାଣ ପାଇଁ ସରକାରଙ୍କ ରହିଛି ଉଠା ଜଳସେଚନ ବିଭାଗ । ହେଲେ କାର୍ଯ୍ୟକାରିତା ଫଳ ଶୂନ । କାର୍ଯ୍ୟକାରୀ ହେଉନି ରାଜ୍ୟର ପ୍ରଥମ ମେଗା ଜଳସେଚନ ପ୍ରକଳ୍ପ । ବିଲକୁ ପାଣି ନମିଳିବାରୁ ହତାଶରେ ଚାଷୀକୂଳ । କଳାହାଣ୍ଡି ଜିଲ୍ଲା ଲଇତରା ଗ୍ରାମରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି ।

ରାଜ୍ୟର ପ୍ରଥମ ମେଗା ଜଳସେଚନ ପ୍ରକଳ୍ପ ଫେଲ !

ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୫ ମସିହାରେ କଳାହାଣ୍ଡିର ଲଇତରାରେ ରାଜ୍ୟର ପ୍ରଥମ ମେଗା ଉଠାଜଳ ସେଚନ ପ୍ରକଳ୍ପ ନିର୍ମାଣ ହୋଇଥିଲା । ଏଥିନିମନ୍ତେ ପ୍ରାୟ ୯ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା । ଏହି ପ୍ରକଳ୍ପର ଉଦଘାଟନ କରିଥିଲେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫୦୦ ହେକ୍ଟର ଚାଷ ଜମିରେ ଜଳ ଯୋଗାଣର ଲକ୍ଷ୍ୟ ନେଇ ନିର୍ମିତ ହୋଇଥିଲା ଏହି ଜଳସେଚନ ପ୍ରକଳ୍ପ । କିନ୍ତୁ ଆଜି ଯାଏଁ ଚାଷୀଙ୍କ କାମରେ ଆସୁନି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆବଶ୍ୟକ ସମୟରେ ପମ୍ପରୁ ପାଣି ଉଠୁନି । ଧାନ ବୁଣିଲା ଦିନ ଠାରୁ ବର୍ଷା ନାହିଁ । ଏହି ସମୟରେ ଧାନ ଗଜା ହୋଇଥାଏ, ମାତ୍ର ଜମିରେ ମାଟି ଫାଟି ଆଁ କରି ରହିଛି ।ହେଲେ ନଦୀ ଗର୍ଭରେ ପାଣି ନଥିବାରୁ କାମ କରୁନି ମେଗା ଉଠା ଜଳସେଚନ ପ୍ରକଳ୍ପ । ଫଳରେ ପାଣି ଅଭାବରୁ ଚାଷୀ ସମସ୍ୟାରେ ରହିଛନ୍ତି । ମେଗା ପ୍ରକଳ୍ପକୁ ୭ ବର୍ଷ ପୂରିବାକୁ ଯାଉଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଚାଷୀ ଲାଭବାନ ହୋଇପାରିନାହାନ୍ତି । ଚାଷୀମାନେ କହିଛନ୍ତି "ମେଗା ଜଳସେଚନ ପ୍ରକଳ୍ପ ଯୋଗାଇ ସରକାର ଗୋଟିଏ ବଦଳରେ ଦୁଇ ଦୁଇଟି ଚାଷ କରିବାକୁ କହିଥିଲେ । ହେଲେ ଗୋଟିଏ ଚାଷ ପାଇଁ ପାଣି ନିଅଣ୍ଟ ପଡୁଛି ।" ସରକାରଙ୍କ ଏହି ଯୋଜନାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏହି ପ୍ରକଳ୍ପର ପୁନଃ ମରାମତି ପାଇଁ ଚାଷୀ ଅନେକ ସମୟରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । କିନ୍ତୁ ଆଜିଯାଏ କୌଣସି ସୁଫଳ ମିଳିନାହିଁ । ସତେ ଯେମିତି ପ୍ରକଳ୍ପ ନିର୍ମାଣ କରି ସରକାର ନିଜ ଦାୟିତ୍ବ ସାରିଦେଇଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି କାହା ପାଇଁ ସରକାରଙ୍କ ମାଳମାଳ ଯୋଜନା ? ରାଜ୍ୟର ଭାତହାଣ୍ଡି ବୋଲାଉଥିବା କଳାହାଣ୍ଡି ଜିଲ୍ଲା ଆଉ କେତେ ଦିନ କୋଣଠେସା ହୋଇ ରହିବ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.