ETV Bharat / state

ଚଢା ଦରରେ ବିକ୍ରି ହେଉଛି ସାର, ଭିଟାମିନ ନାଁରେ ଚାଷୀଙ୍କୁ ଠକୁଛି ସାର ଦୋକାନୀ ! - କଳାହାଣ୍ଡି ବଜାରରେ ସାର କଳାବଜାରୀ

ଚଢା ଦରରେ ବିକ୍ରି ହେଉଛି ସାର । ଭିଟାମିନ ନାଁରେ ଚାଷୀଙ୍କୁ ଠକୁଛି ସାର ଦୋକାନୀ । କଳାହାଣ୍ଡିରେ ସାର କଳାବଜାରୀ ହେଉଥିବା ଅଭିଯୋଗ ହୋଇଛି । ସରକାରୀ ଦର ଧାର୍ଯ୍ୟ ଅନୁଯାୟୀ ସାର ମିଳୁନଥିବାବେଳେ ବଜାରରୁ ଚଢା ଦରରେ ସାର କିଣୁଛନ୍ତି ଚାଷୀ । ଅଧିକ ପଢ଼ନ୍ତୁ

ଚଢା ଦରରେ ବିକ୍ରି ହେଉଛି ସାର, ଭିଟାମିନ ନାଁରେ ଚାଷୀଙ୍କୁ ଠକୁଛି ସାର ଦୋକାନୀ

author img

By

Published : Sep 10, 2022, 10:57 PM IST

ଭବାନୀପାଟଣା : ଚଢା ଦରରେ ବିକ୍ରି ହେଉଛି ସାର । ଭିଟାମିନ ନାଁରେ ଚାଷୀଙ୍କୁ ଠକୁଛି ସାର ଦୋକାନୀ । କଳାହାଣ୍ଡି ଜିଲ୍ଲାରେ ଚଳିତ ଖରିଫ ଋତୁରେ ଚାଷ କାର୍ଯ୍ୟ ଆରମ୍ଭରୁ ବିହନ ପାଇଁ ସମସ୍ୟା ଦେଖାଦେଇଥିବା ବେଳେ ବର୍ତ୍ତମାନ ବିହନ ପରେ ସାର ସମସ୍ୟା ଚାଷୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଦେଇଛି । ଚଳିତ ବର୍ଷ ଜିଲ୍ଲାରେ ବନ୍ୟା ପରିସ୍ଥିତି ଯୋଗୁଁ ଚାଷୀମାନେ ତଳିତଳାନ୍ତ ହୋଇ ପଡିଥିବା ବେଳେ ସାରର କଳାବଜାରୀ ପୁଣି ଚାଷୀଙ୍କ ମୁଣ୍ଡରେ ଚଡକ ପକାଇଦେଇଛି ।

ଚଢା ଦରରେ ବିକ୍ରି ହେଉଛି ସାର, ଭିଟାମିନ ନାଁରେ ଚାଷୀଙ୍କୁ ଠକୁଛି ସାର ଦୋକାନୀ

ତେବେ ବିଭିନ୍ନ ସ୍ଥାନରେ ଏହି ସାରର କଳାବଜାରୀ ରୋକିବାକୁ ସ୍ୱତନ୍ତ୍ର ସ୍କାର୍ଡ ଗଠନ ହୋଇ ବିଭିନ୍ନ ସ୍ଥାନରେ ଚଢ଼ଉ ପାଇଁ ପ୍ରକ୍ରିୟା ଚାଲିଥିବା ପ୍ରକାଶ କରିଛନ୍ତି ଧର୍ମଗଡ଼ କୃଷି ଜିଲ୍ଲା ଅଧିକାରୀ । ଜିଲ୍ଲାର ଗୋଲାମୁଣ୍ଡା, ଜୁନାଗଡ଼, ଧର୍ମଗଡ଼, କୋକସରା ସମେତ ଜିଲ୍ଲାର ବିଭିନ୍ନ ବ୍ଲକରେ ସାର କଳାବଜାରୀ ହେଉଥିବା ବେଳେ ସାର କିଣିବାକୁ ଗଲେ ଚାଷୀମାନେ ସାର ଦୋକାନୀ ଠାରୁ ଶୋଷଣର ଶିକାର ହେଉଥିବା ଅଭିଯୋଗ ଆଣିଛନ୍ତି ।

ସରକାରୀ ଧାର୍ଯ୍ୟ ମୂଲ୍ୟ ଅନୁଯାୟୀ ଡିଏପି -୧୮୪୬ ର ମୁଲ୍ୟ ୧୩୭୦ ଟଙ୍କା, ସେହିପରି ଡିଏପି-୨୦୨୦ ୦୧୩ ର ମୁଲ୍ୟ ୧୪୭୦ ଟଙ୍କା ଏବଂ ୟୁରିଆ ସାରର ମୁଲ୍ୟ ୨୬୬ ଟଙ୍କା ୫୦ ପଇସା ଥବା ବେଳେ ଏହି ସରକାରୀ ଦର ଠାରୁ ୫୦ ରୁ ୧୦୦ ଟଙ୍କା ମଧ୍ୟରେ ଚଢା ଦରରେ ସାର ବିକ୍ରି ହେଉଥିବା ଅଭିଯୋଗ ଆଣିଛନ୍ତି ଚାଷୀ । ଖାଲି ସେତିକି ନୁହେଁ ଚାଷୀ ସାର କିଣିବାକୁ ଗଲେ ତା ସାଙ୍ଗକୁ ଏକ ଭିଟାମିନ ନେବାକୁ ମଧ୍ୟ ଚାଷୀଙ୍କୁ ବାଧ୍ୟ କରୁଛି ସାର ଦୋକାନୀ ।

ଯେଉଁ ଭିଟାମିନର ମୂଲ୍ୟ କି ୧୮୦ ଟଙ୍କାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ଯଦି ଜଣେ ଚାଷୀ ୩୦୦ ଟଙ୍କାରେ ୟୁରିଆ କିଣିବ ଏବଂ ତାହା ସହ ପୁଣି ଭିଟାମିନ ପାଇଁ ୫୦୦ ଟଙ୍କା ଦେବ ତାହେଲେ ଚାଷୀଙ୍କୁ କେତେ କଷ୍ଟ ହେଉଥିବ ତାହା ସହଜେ ଅନୁମେୟ । କୌଣସି ଚାଷୀ ଏହି ଭିଟାମିନ ନେବାକୁ ଅନିଚ୍ଛା ପ୍ରକାଶ କରିବ ତାହେଲେ ସେହି ଚାଷୀକୁ ଆଦୌ ସାର ହିଁ ମିଳୁ ନାହିଁ ।

ଫଳରେ ନୀରିହ ଚାଷୀ ଜଣକ ବାଧ୍ୟ ହୋଇ ଅଜଥା ଖର୍ଚ୍ଚାନ୍ତରେ ପଡି ସେହି ସାର ସାଙ୍ଗରେ ଭିଟାମିନ ଟିଏ ନେଇ ଘରକୁ ଆସୁଛି । ଚଳିତ ଖରିଫ ପାଇଁ ୧ ଲକ୍ଷ ୮୬ ହଜାର ୯୬୧ ହେକ୍ଟର ଚାଷ ଜମିରେ ଧାନ ଚାଷ ଧାର୍ଯ୍ୟ ଲକ୍ଷ ରଖାଯାଇଛି । ସେହିପରି ୧୪ ହଜାର ୩୦୫ ହେକ୍ଟରରେ ମକା,୬୫ ହଜାର ୭୪୨ ହେକ୍ଟରରେ ଡାଲି ଜାତୀୟ ଫସଲ,୧୨ ହଜାର ୬୨୦ ହେକ୍ଟରରେ ତୈଳ ବିଜ ଜାତୀୟ ,୭୩ ହଜାର ୭୭୮ ହେକ୍ଟରେ କପା ଏବଂ ୭୩୫ ହେକ୍ଟର ଚାଷ ଜମିରେ ଆଖୁ ଚାଷ ପାଇଁ ଲକ୍ଷ ରଖାଯାଇଛି ।

ହେଲେ ଖରିଫ ଚାଷ ଆରମ୍ଭ ହେବାକ୍ଷଣି ବର୍ଷାର ତାଣ୍ଡବଲୀଳା ଯୋଗୁଁ ଚାଷୀ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ କଲେ । ଏବେ ବନ୍ୟା ପରିସ୍ଥିତିରେ ସୁଧାର ଆସିବା ପରେ ଚାଷୀମାନେ ରୁଆ କାମ ସାରି ଆରମ୍ଭ କରିଦେଇଛନ୍ତି ବେଉଷଣ କାର୍ଯ୍ୟ । ଆଉ ଏହି ସମୟରେ ସାରର ଆବଶ୍ୟକତା ରହିଛି । ଆଉ ଏହି ବିଷମ ସମୟରେ ଏହି ସାର ସମସ୍ୟା ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି ।

କଳାହାଣ୍ଡି ଜିଲ୍ଲାରେ ସାରର କଳାବଜାରୀ ରୋକିବାରେ କୃଷି ବିଭାଗ ଫେଲ ମାରିଥିବାରୁ ଚାଷୀ ସାର ପାଇଁ ଦୋକାନ ବଜାର ବୁଲି ହଟ ହଟା ହେବାକୁ ପଡୁଛି । ବର୍ତ୍ତମାନ ଧାନ ବିଲରେ ସାର ପକାଇବା ସମୟ ଏହି ସମୟରେ ଚାଷୀ ଧାନ,ମକା କିମ୍ବା କପା ଫସଲରେ ସାର ନପକାଇଲେ ଦିନ ଗଡି ଗଲେ ଫସଲ ଠିକ ଭାବେ ଅମଳ ହୋଇପାରିବ ନାହିଁ । ଏପରିସ୍ଥଳେ ଚାଷୀମାନେ ସାର ପାଇଁ ହନ୍ତସନ୍ତ ହେଉଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଚାଷୀ ।

ଇଟିଭି ଭାରତ, ଭବାନୀପାଟଣା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.