ETV Bharat / state

ମାଟି ଅତଡା ଧସି ମହିଳା ଶ୍ରମିକଙ୍କ ମୃତ୍ୟୁ

author img

By

Published : Dec 10, 2020, 6:22 PM IST

କଳାହାଣ୍ଡି କଲମପୁର ବ୍ଲକ ଅନ୍ତର୍ଗତ ବନ୍ଦକନା ଗାଁରେ ଅଘଟଣ । ମାଟି ଅତଡା ଧସି ମହିଳା ଶ୍ରମିକଙ୍କ ମୃତ୍ୟୁ । ପଢନ୍ତୁ ଅଧିକ.....

ମାଟି ଅତଡା ଧସି ମହିଳା ଶ୍ରମିକଙ୍କ ମୃତ୍ୟୁ
ମାଟି ଅତଡା ଧସି ମହିଳା ଶ୍ରମିକଙ୍କ ମୃତ୍ୟୁ

ଭବାନୀପାଟଣା: ମାଟି ଅତଡା ଧସି ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ବନ୍ଦକନା ଗାଁରେ । ମୃତ ମହିଳା ଶ୍ରମିକ ଜଣଙ୍କ ନୟା ମାଝୀ ଓ ସେ ଟ୍ରାକ୍ଟରରେ ଶ୍ରମିକ ଭାବରେ କାମ କରୁଥିଲେ ବୋଲି ଜଣାପଡିଛି ।

ମାଟି ଅତଡା ଧସି ମହିଳା ଶ୍ରମିକଙ୍କ ମୃତ୍ୟୁ

ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ ଟ୍ରାକ୍ଟରେ ମାଟି ଆଣିବାକୁ ଯାଇଥିଲେ । ମାଟି ଖୋଳୁଥିବା ସମୟରେ ଉପର ପଟରୁ ମାଟି ଅତଡା ଧସି ଯିବାରୁ ସେ ମାଟି ଅତଡା ଭିତରେ ପୋତି ହୋଇଯାଇଥିଲେ । ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ସେପଟେ ପରିବାର ଲୋକେ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.