ETV Bharat / state

କଳାହାଣ୍ଡିରେ ଧାନ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ - ଧାନ ବିକ୍ରି ଚିନ୍ତାରେ ଚାଷୀ କଳାହାଣ୍ଡି

କଳାହାଣ୍ଡିରେ ହନ୍ତସନ୍ତ ହେଉଛି ଚାଷୀ । ଖରା, ବର୍ଷା ରୋଗ ପୋକ ସହ ଲଢି ଧାନ ଅମଳ କିରବା ପରେ ଏବେ ଧାନକୁ ବିକ୍ରି କରିବାକୁ ନେଇ ଚିନ୍ତାରେ ଚାଷୀ । ଅଧିକ ପଢନ୍ତୁ...

କଳାହାଣ୍ଡିରେ ଧାନ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ

author img

By

Published : Jan 24, 2021, 4:19 PM IST

Updated : Jan 24, 2021, 5:01 PM IST

ଭବାନୀପାଟଣା: ଖରା ବର୍ଷା ରୋଗ ପୋକ ସହ ଲଢି ଫସଲ ଅମଳ କରିଥିବା ଚାଷୀ ମୁଣ୍ଡରେ ଏବେ ପୁଣି ଚଡକ । କାରଣ କେଉଁଠି ଶୀତ କାକରରେ ମଣ୍ଡିରେ ଧାନ ପଡିରହିଉଛି ତ ଆଉ କେଉଁଠି ଚାଷୀଙ୍କୁ ଟୋକନ ଦେଇ ମିଲର୍ସଙ୍କ ଦେଖାନାହିଁ । ତା ସାଙ୍ଗକୁ ମିଲର୍ସ ଧାନ କୁଇଣ୍ଟାଲ ପିଛା 8ରୁ 9 କିଲୋଗ୍ରାମ କଟନୀ ଛଟନୀ କରୁଥିବା ଅଭିଯୋଗ ଆସିଛି । ଫଳରେ ଚିନ୍ତାରେ ବସିରହିଛି ଚାଷୀ ।

କଳାହାଣ୍ଡିରେ ଧାନ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ
କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ମାଟିଗାଁ ଧାନମଣ୍ଡିରେ କିଟିକିଟି ଅନ୍ଧାରକୁ ହାଡଭଙ୍ଗା ଶୀତରେ ପଡିରହିଛି ଚାଷୀ । ଆଖିକୁ ନିଦ ନାହିଁ କି ପେଟକୁ ଭୋକ ନାହିଁ । ଏହାରି ମଧ୍ୟରେ ଅନାଇ ରହିବାକୁ ପଡୁଛି ଧାନ ସଂଗ୍ରହ ପାଇଁ ଆସୁଥିବା ମିଲର୍ସମାନଙ୍କୁ । ସେପଟେ ମିଲର୍ସଙ୍କ କଟନୀ ଛଟନୀ କାରଣରୁ ଧାନ ବିକ୍ରି ପାଇଁ ମଙ୍ଗୁ ନାହାନ୍ତି ଚାଷୀ । ହାତରେ ଟୋକନ ଥିଲେ ମଧ୍ୟ ଧାନ ବିକ୍ରି କରିପାରୁନି ଚାଷୀ । ମଣ୍ଡିରେ ପଡିରହିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ ଆଉ ସେପଟେ ଯୋଗାଣ ବିଭାଗ ପାଖରେ ନାହିଁ ଟାର୍ଗେଟ ।

ସଦର ବ୍ଲକ ମେଦିନିପୁରରେ ମଧ୍ୟ ଅବସ୍ଥା ସମାନ । ଚାଷୀଙ୍କୁ ଟୋକନ ମିଳିଛି ହେଲେ ଧାନର ମାନକୁ ନେଇ ଅସନ୍ତୋଷ ଚାଷୀ । ଫଳରେ ମଣ୍ଡିରୁ ଧାନ ଉଠି ପାରୁନି କି ଅନ୍ୟ ଚାଷୀଙ୍କୁ ଟୋକନ ମିଳିପାରୁନି । ଏସବୁ ଭିତରେ ଚାଷୀ ଅମଳ ଧାନକୁ ନେଇ ମଣ୍ଡି ଓ ଖଳାରେ ଜଗି ରହିଛି । କିଛି ଚାଷୀ ଏସବୁ ଦେଖି ଦଲାଲକୁ କମ ଦରରେ ମଧ୍ୟ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଯାହାକି ଯୋଗାଣ ବିଭାଗର ପାରିବା ପଣିଆ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Jan 24, 2021, 5:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.