ETV Bharat / state

ଜମିକୁ ମିଳୁନି ଜଳ, ହାତରେ କୀଟନାଶକ ଧରି ଧାରଣାରେ ଚାଷୀ

author img

By

Published : Sep 12, 2022, 5:29 PM IST

କଳାହାଣ୍ଡି ଜିଲ୍ଲା ମଙ୍ଗଳପୁର ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପରୁ ବଞ୍ଚିତ ହୋଇ ରହିଛି ହେକ୍ଟର ହେକ୍ଟର ଚାଷଜମି । ସେପଟେ ଜମିକୁ ଜଳ ଯୋଗଣ ହେଉନଥିବାରୁ ହାତରେ କୀଟନାଶକ ଧରି ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଛନ୍ତି ଚାଷୀ । ଅଧିକ ପଢ଼ନ୍ତୁ

ଜମିକୁ ମିଳୁନି ଜଳ, ହାତରେ କୀଟନାଶକ ଧରି ଧାରଣାରେ ଚାଷୀ
ଜମିକୁ ମିଳୁନି ଜଳ, ହାତରେ କୀଟନାଶକ ଧରି ଧାରଣାରେ ଚାଷୀ

ଭବାନୀପାଟଣା: ଜମିକୁ ଜଳ ଯୋଗାଣ ହୋଇନପାରିବାରୁ ହାତରେ ବିଷ ଧରି ଧାରଣାରେ ବସିଛନ୍ତି ଚାଷୀ । କଳାହାଣ୍ଡି ଜିଲ୍ଲା କୋକସରା ଓ ଧର୍ମଗଡ଼ ବ୍ଲକର ହେକ୍ଟର ହେକ୍ଟର ଚାଷଜମି ମେଗା ଲିଫ୍ଟ କେନାଲ ଜଳସେଚନରୁ ବଞ୍ଚିତ ହୋଇ ରହିଛି । ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ନିଆନଯିବାରୁ ହାତରେ କୀଟନାଶକ ଧରି ଧାରଣାରେ ବସିଛନ୍ତି ଚାଷୀ । ୩ ଦିନ ମଧ୍ୟରେ ଦାବି ପୂରଣ ନହେଲେ ସେହି କୀଟନାଶକ ପିଇ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି ।

ସୂଚନା ଅନୁସାରେ ୨୦୨୧ ମସିହାରେ କୋଟି କୋଟି ଟଙ୍କା ବ୍ୟୟରେ କଳାହାଣ୍ଡି ଜିଲ୍ଲା ମଙ୍ଗଳପୁର ଠାରେ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ଚାଷୀଙ୍କ ପାଇଁ ଏକ ବରଦାନ ହେବ ବୋଲି ଚାଷୀଙ୍କ ମନରେ ଆଶା ସଞ୍ଚାର ହୋଇଥିଲା । ତେବେ ସେହି ଆଶା ଏବେ ମଉଳି ଗଲା ପରି ମନେ ହେଉଛି । କାରଣ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପ କେନାଲରୁ ଜଳ ଯୋଗାଣ ନହେବା କାରଣରୁ ଏବେ ଚାଷ ଜମି ଫାଟି ଆଁ କରିଛି । ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କେହି କର୍ଣ୍ଣପାତ ନକରିବାରୁ ଶେଷରେ ହାତରେ ବିଷ ଧରି ଧାରଣାରେ ବସିଛନ୍ତି ଚାଷୀ । ଆନ୍ଦୋଳନକାରୀ କହିଛନ୍ତି, " ଚାଷ କରି ଆମେ ବଞ୍ଚୁଛୁ । ପାଣି ବିନା ଚାଷ କ୍ଷତି ଗ୍ରସ୍ତ ହେଲାଣି । ଚାଷ ନହେଲେ ଆମେ ଧାର ଉଧାର କିପରି ଶୁଝିବୁ । ଆମେ କେମିତି ଚଳିବୁ । ବିଷ ଖାଇ ମରିଯିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ଚଢା ଦରରେ ବିକ୍ରି ହେଉଛି ସାର, ଭିଟାମିନ ନାଁରେ ଚାଷୀଙ୍କୁ ଠକୁଛି ସାର ଦୋକାନୀ !

ଅଭିଯୋଗ ଅନୁଯାୟୀ କଳାହାଣ୍ଡି ଜିଲ୍ଲା କୋକସରା ଓ ଧର୍ମଗଡ଼ ବ୍ଲକର ହେକ୍ଟର ହେକ୍ଟର ଚାଷଜମି ମେଗାଲିଫ୍ଟ କେନାଲ ଜଳସେଚନରୁ ବଞ୍ଚିତ ହୋଇ ରହିଛି । ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଉଠା ଜଳସେଚନ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଫଳରେ ନିରୁପାୟ ହୋଇ ଆଜି ଉଭୟ ବ୍ଲକର ଚାଷୀମାନେ ହାତରେ କୀଟନାଶକ ଧରି କୁସୁମଖୁଣ୍ଟି ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ସହ ପ୍ରତିବାଦ ଓ ଧାରଣା ଦେଇଛନ୍ତି । ତେବେ ଆସନ୍ତା ୩ ଦିନ ମଧ୍ୟରେ ଚାଷଜମିକୁ ଜଳଯୋଗାଣ ନ ହେଲେ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବିଷ ପିଇ ଜୀବନ ହାରିବାକୁ ଚେତାବନୀ ଦେଇଛନ୍ତି ଚାଷୀ । ତେବେ ଏନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.