ETV Bharat / state

ଖୋଲା ଆକାଶ ତଳେ ମଣ୍ଡିରେ ପଡିଛି ଧାନ, ଚିନ୍ତାରେ ଚାଷୀ - ଚିନ୍ତାରେ ଚାଷୀ

ମଣ୍ଡିରେ ମିଲର୍ସମାନେ ଧାନ କୁଇଣ୍ଟାଲ ପିଛା 8 ରୁ 9 କେଜି କଟନି କରି ଧାନ କିଣୁଥିବା ଅଭିଯୋଗ ହୋଇଛି । ଦେଖିନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ ।

ଖୋଲା ଆକାଶ ତଳେ ମଣ୍ଡିରେ ପଡିଛି ଧାନ, ଚିନ୍ତାରେ ଚାଷୀ

author img

By

Published : Jan 8, 2020, 3:09 AM IST

କଳାହାଣ୍ଡି: ଖୋଲା ଆକାଶ ତଳେ ମଣ୍ଡିରେ ପଡିଛି ଧାନ । ଖରା, ବର୍ଷା ରୋଗ ପୋକ ସହ ଲଢି ଫସଲ ଅମଳ କରିଥିବା ଚାଷୀ ମୁଣ୍ଡରେ ଏବେ ପୁଣି ଚଡକ । କେଉଁଠି ଶୀତ କାକରରେ ମଣ୍ଡିରେ ଧାନ ପଡିରହିଛି ତ ଆଉ କେଉଁଠି ଚାଷୀଙ୍କୁ ଟୋକନ ଦେଇ ମିଲର୍ସରଙ୍କ ଦେଖାନାହିଁ । କେବଳ ସେତିକି ନୁହେଁ କିଛି ମଣ୍ଡିରେ ମିଲର୍ସମାନେ ଧାନ କୁଇଣ୍ଟାଲ ପିଛା 8 ରୁ 9 କେଜି କଟନି କରି ଧାନ କିଣୁଥିବା ଅଭିଯୋଗ ହୋଇଛି । ଦେଖିନ୍ତୁ କଳାହାଣ୍ଡି ଜିଲ୍ଲାରୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ ।

ଖୋଲା ଆକାଶ ତଳେ ମଣ୍ଡିରେ ପଡିଛି ଧାନ, ଚିନ୍ତାରେ ଚାଷୀ

ଏ ହେଉଛି ଜୁନାଗଡ ବ୍ଲକ ଦାସିଗାଁ ଧାନମଣ୍ଡିର ଦୃଶ୍ୟ । କିଟିକିଟି ଅନ୍ଧାରକୁ ହାଡଭଙ୍ଗ। ଶୀତ । ଆଖିକୁ ନିଦ ନାହିଁ କି ପେଟକୁ ଭୋକ ନାହିଁ । ତାରି ଭିତରେ ଅନାଇ ରହିବାକୁ ପଡୁଛି ଧାନ ସଂଗ୍ରହ ପାଇଁ ଆସୁଥିବା ମିଲର୍ସମାନଙ୍କୁ । ହେଲେ ଧାନର ମାନକୁ ନେଇ 8 ରୁ 9 କେଜି କଟନିରେ ମିଲର୍ସ ଧାନ ଉଠାଣ ପାଇଁ କହୁଥିବା ବେଳେ ଚାଷୀ ମଙ୍ଗୁ ନାହାନ୍ତି । ଟୋକନ ଖଣ୍ଡେ ଖଣ୍ଡେ ଚାଷୀଙ୍କ ହାତରେ ଥିବାବେଳେ ବିକ୍ରିକୁ ନେଇ ସମସ୍ୟାର ସମ୍ମୁଖୀନ ହେଉଛି ଚାଷୀ । ଏପଟେ ମଣ୍ଡିରେ ଜାଡ ମାଡରେ ଘାଇଲା ହେଉଛି କଳାହାଣ୍ଡି ଚାଷୀ । ମଣ୍ଡିରେ ପଡିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ ।

ଏନ୍ୟପଟେ ସଦର ବ୍ଲକ ଅଟାଙ୍ଗଗୁଡା ମଣ୍ଡିରେ ମଧ୍ୟ ସମାନ ଅବସ୍ଥା । ଚାଷୀଙ୍କୁ ଟୋକନ ମିଳିଛି ହେଲେ ଧାନର ମାନକୁ ନେଇ ମିଲର୍ସ ଧାନ କୁଇଣ୍ଟାଲ ପିଛା 7ରୁ 8 କେଜି କଟନି ପାଇଁ କହୁଥିବା ବେଳେ ଚାଷୀ ମଙ୍ଗୁ ନାହାନ୍ତି । ଫଳରେ ମଣ୍ଡିରୁ ଧାନ ଉଠି ପାରୁନି କି ଅନ୍ୟ ଚାଷୀଙ୍କୁ ଟୋକନ ମିଳିପାରୁନି । ଏସବୁ ଭିତରେ ଚାଷୀ ଅମଳ ଧାନକୁ ନେଇ ମଣ୍ଡି ଓ ଖଳାରେ ଜଗି ରହିଛି । କିଛି ଚାଷୀ ଏସବୁ ଦେଖି ଦଲାଲକୁ କମ ଦରରେ ମଧ୍ୟ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଯାହାକି ଯୋଗାଣ ବିଭାଗର ପାରିବା ପଣିଆ ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Intro:ଖୋଲା ଆକାଶ ତଳେ ମଠି ରେ ପଡିଛି ଧାନ ଈ ଟିଭି ର ଗ୍ରାଉଠ ରିପୋର୍ଟ ।
ଡେµ ସ୍ମୁତିରେଖା ତରାନିଆ
ଖରା ବର୍ଷା ରୋଗ ପୋକ ସହ ଲଢି ଫସଲ ଅମଳ କରିଥିବା ଚାଷୀ ମୁଠ ରେ ଏବେ ପୁଣି ଚଡକ । କାରଣ କେଉଁଠି ଶୀତ କାକର ରେ ମଠି ରେ ଧାନ ପଡିରହିଉଛି ତ ଆଉ କେଉଁଠି ଚାଷୀ ଙ୍କୁ ଟୋକନ ଦେଇ ମିଲର୍ସ ର ଦେଖାନାହିଁ ।କେବଳ ସେତିକି ନୁହେଁ କିଛି ମଠି ରେ ମିଲର୍ସ ମାନେ ଧାନ କୁଇଣ୍ଟାଲ ପିଛା ୮ ରୁ ୯ କେଜି କଟନି କରି ଧାନ କିଣୁଥିବା ଅଭିଯୋଗ ହୋଇଛି ।ଦେଖିବା କଳାହାଠି ଜିଲ୍ଲା ରୁ ଗ୍ରାଉଠ ରିପୋର୍ଟ ।
ଭିଓ-୧-ଦେଖନ୍ତୁ ଏ ହେଉଛି ଜୁନାଗଡ ବ୍ଲକ ଦାସିଗାଁ ଧାନ ମଠି ର ଦ୍ରୁଶ୍ୟ ।କିଟି କିଟି ଅନ୍ଧାର କୁ ହାଡଭଙ୍ଗ । ଶୀତ ।ଆଖି କୁ ନିଦ ନାହିଁ କି ପେଟ କୁ ଭୋକ ନାହିଁ । ତାରି ଭିତରେ ଅନାଇ ରହିବାକୁ ପଡୁଛି ଧାନ ସଂଗ୍ରହ ପାଇଁ ଆସୁଥିବା ମିଲର୍ସ ମାନଙ୍କୁ ।ହେଲେ ଧାନ ର ମାନ କୁ ନେଇ ୮ ରୁ ୯ କେଜି କଟନି ରେ ମିଲର୍ସ ଧାନ ଉଠାଣ ପାଇଁ କହୁଥିବା ବେଳେ ଚାଷୀ ମଙ୍ଗୁ ନାହାନ୍ତି ।ଟୋକନ ଖଠେ ଖଠେ ଚାଷୀ ଙ୍କ ହାତ ରେ ଥିବା ବେଳେ ବିକ୍ରି କୁ ନେଇ ସମସ୍ୟା ର ସମ୍ମୁଖୀନ ହେଉଛି ଚାଷୀ ।ଏପଟେ ମଠିରେ ଜାଡ ମାଡ ରେ ଘାଇଲା ହେଉଛି କଳାହାଠିଆ ଚାଷୀ ।ମଠି ରେ ପଡିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ ।Body:ଭିଓ-୨-ସେପଟେ ସଦର ବ୍ଲକ ଅଟାଙ୍ଗଗୁଡା ମଠି ରେ ମଧ୍ୟ ଅବସ୍ଥା ସମାନ ।ଚାଷୀ ଙ୍କୁ ଟୋକନ ମିଳିଛି ହେଲେ ଧାନ ର ମାନ କୁ ନେଇ ମିଲର୍ସ ଧାନ କୁଇଣ୍ଟାଲ ପିଛା ୭ ରୁ ୮ କେଜି କଟନି ପାଇଁ କହୁଥିବା ବେଳେ ଚାଷୀ ମଙ୍ଗୁ ନାହାନ୍ତି ।ଫଳ ରେ ମଠି ରୁ ଧାନ ଉଠି ପାରୁନି କି ଅନ୍ୟ ଚାଷୀ ଙ୍କୁ ଟୋକନ ମିଳିପାରୁନି । ଏସବୁ ଭିତରେ ଚାଷୀ ଅମଳ ଧାନ କୁ ନେଇ ମଠି ଓ ଖଳା ରେ ଜଗି ରହିଛି ।କିଛି ଚାଷୀ ଏସବୁ ଦେଖି ଦଲାଲ କୁ କମ ଦର ରେ ମଧ୍ୟ ବିକ୍ରି କରୁଥିବା ଅଭିଯୋଗ ହୋଇଛି ।ଯାହାକି ଯୋଗାଣ ବିଭାଗ ର ପାରିବା ପଣିଆ ଉପରେ ସ୍ରୁଷ୍ଟି କରିଛି ଅନେକ ପ୍ରଶ୍ନବାଚୀ । Conclusion:ବାଇଟ-ଚନ୍ଦ୍ରହାଶ୍ୟ ବଗର୍ତ୍ତି (ଦାସିଗାଁ-ଚାଷୀ)
ବାଇଟ-ଗୋବିନ୍ଦ କୁମ୍ଭାର (ଦାସିଗାଁ-ଚାଷୀ)
ବାଇଟ-ବଡ ବାଗ (ଦାସିଗାଁ-ଚାଷୀ)
ପିଟୁସି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.