ETV Bharat / state

କଳାହାଣ୍ଡିରେ ମନଇଚ୍ଛା ଧାନ କିଣୁଛନ୍ତି ମିଲର୍ସ, ମଣ୍ଡିରେ ଜଗି ବସିଛି ଚାଷୀ - କଳାହାଣ୍ଡି ଚାଷୀଙ୍କ ଅଭିଯୋଗ

କଳାହାଣ୍ଡି ଜିଲ୍ଲା ଧାନମଣ୍ଡିରେ ଅବହେଳା ହେଉଥିବା ଅଭିଯୋଗ । ମିଲର୍ସ ନିଜ ମନଇଚ୍ଛା ଧାନ କିଣୁଥିବା ଅଭିଯୋଗ ଆଣିଛନ୍ତି ଚାଷୀ । ଅଧିକ ପଢନ୍ତୁ

କଳାହାଣ୍ଡିରେ ଖରିଫ ଋତୁ ଧାନ ସଂଗ୍ରହରେ ଅବହେଳା ଅଭିଯୋଗ

author img

By

Published : Feb 25, 2022, 6:28 PM IST

ଭବାନୀପାଟଣା: ଧିମେଇ ଯାଇଛି ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା । ଜିଲ୍ଲାର ମଣ୍ଡି ମାନଙ୍କରେ ମିଲର୍ସଙ୍କ ଇଚ୍ଛାରେ ଧାନ ଉଠାଣ ହେଉଥିବା ବେଳେ ଅନେକ ମଣ୍ଡିରେ ମିଲର୍ସ ଧାନ ଉଠାଉ ନଥିବା ଅଭିଯୋଗ କରିଛନ୍ତି ଚାଷୀ । ମଣ୍ଡି ସମସ୍ୟା ଚାଷୀଙ୍କ ସମସ୍ୟାର ମୁଖ୍ୟ କାରଣ ପାଲଟିଛି ବୋଲି କହିଛନ୍ତି ଜିଲ୍ଲାର ଅନେକ ଚାଷୀ ।

କଳାହାଣ୍ଡିରେ ଖରିଫ ଋତୁ ଧାନ ସଂଗ୍ରହରେ ଅବହେଳା ଅଭିଯୋଗ

ଚାଷୀ ଟୋକନ ପାଇବା ପରେ ମଧ୍ୟ ଦିନ ଦିନ ଧରି ମଣ୍ଡିରେ ଧାନ ବିକ୍ରି କରିପାରୁ ନଥିବାରୁ ବାଧ୍ୟ ହୋଇ ଦଲାଲ ହାବୁଡ଼ରେ ପଡି ନୟାନ୍ତ ହେଉଛନ୍ତି ଚାଷୀ । ମଣ୍ଡିରେ ଶହ ଶହ ବସ୍ତା ଧାନ ଗଚ୍ଛିତ ହୋଇ ରହିଛି । ଆଉ ସେପଟେ ମଣ୍ଡିରେ ଉପାର୍ଜିତ ଧାନକୁ ଜଗି ବସିଛି ଚାଷୀ । ଏଭଳି ଘଟଣା ଜିଲ୍ଲାର ଗୋକୁଳେଶ୍ବର ଧାନ ମଣ୍ଡିରେ ଦେଖିବାକୁ ମିଳିଛି । ଟୋକନ ପାଇ ମଣ୍ଡିକୁ ଧାନ ନେଇ ଆସିଥିଲା ଚାଷୀ ହେଲେ ଗତ ୧୫ ଦିନ ହେବ ମଣ୍ଡିରୁ ଉଠି ପାରୁନି ଧାନ। ମିଲର୍ସ ଆସୁନଥିବା ଜଣାପଡ଼ିଛି ।

ଅରୁଆ ଉସୁନା ଧାନକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛି । ଅଞ୍ଚଳରେ ଉସୁନା ବଏଲ ପ୍ଲାଣ୍ଟ ନଥିବାରୁ ମିଲର୍ସ ଧାନ ଉଠାଇବାକୁ ମଙ୍ଗୁ ନଥିବା ବେଳେ ମଣ୍ଡିରେ ପଡି ରହିଛି ଧାନ। ସେପଟେ ମଣ୍ଡି ସମସ୍ୟାକୁ ସ୍ବୀକାର କରିଛନ୍ତି ପେକ୍ସ ଅଧିକାରୀ । ସ୍ଥାନୀୟ ମିଲ ମାନଙ୍କରେ ଉସୁନା ବଏଲ ପ୍ଲାଣ୍ଟ ନଥିବା କାରଣରୁ ମଣ୍ଡିରୁ ଧାନ ଉଠାଣରେ ବିଳମ୍ବ ହେଉଥିବା ସେ ପ୍ରକାଶ କରିଛନ୍ତି । କେବଳ ଏ ସମସ୍ୟା ଗୋଟିଏ ମଣ୍ଡିର ନୁହେଁ ବରଂ ଜିଲ୍ଲାର ଅନେକ ମଣ୍ଡିରେ ସମାନ ସମସ୍ୟା ଦେଖିବାକୁ ମିଳିଛି । ଯଥାଶୀଘ୍ର ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଚାଷୀଙ୍କ ମହଲରେ ଦାବି ହେଉଛି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.