ଭବାନୀପାଟଣା: ଇନ୍ଦ୍ରାବତୀ ଅଧିନରେ ଥିବା କୁସୁମଖୁଣ୍ଟି ଉପ ଇଦ୍ରାବତୀ ବାମ କେନାଲ ଡିଭିଜନ ୧ ର ମାନପୁରେନ ଅଧିନ ସବ ମାଇନର କେନାଲ ଦୀର୍ଘ ଦିନ ହେବ ପୋତି ହୋଇରହିଛି । ଏହାସହ ଚାଷୀଙ୍କ ଚାଷଜମିକୁ ପାଣି ମଧ୍ୟ ମାଡୁନାହିଁ। ହେଲେ ଏଥିପ୍ରତି କୌଣସୀ ବିଭାଗୀୟ ଅଧିକାରୀ ଧ୍ୟାନ ଦେଉନଥିବା ବେଳେ ଚାଷ ସମୟରେ ଚାଷୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏନେଇ ବାରମ୍ବାର ଚାଷୀମାନେ ପାଣି ପଞ୍ଚାୟତ ତଥା ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ । ଶେଷରେ କିଛି ଉପାୟ ନପାଇ ଚାଷୀମାନେ ନିଜେ ଅଣ୍ଟାଭିଡି ୧୨ ଶହ ବାଲି ବସ୍ତା ଦେଇ କେନାଲକୁ ମରାମତି କରିଛନ୍ତି।
କେନାଲ ମରାମତି ପାଇଁ ବିଭାଗ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଠି କେଉଁ କାରଣରୁ କାମକୁ ତ୍ବରାନ୍ବିତ କରାଯାଇନାହିଁ ତାହା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ