କଳାହାଣ୍ଡି: ଜିଲ୍ଲାରେ ମାର୍ଚ୍ଚ ମାସରୁ ହିଁ କଲବଳ କଲାଣି ତାତି । ପ୍ରବଳ ଗ୍ରୀଷ୍ମପ୍ରବାହ ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନ ଜୀବନ । ମାର୍ଚ୍ଚ ମାସରୁ ହିଁ ପାରଦ ୪୦ ଡିଗ୍ରୀ ଛୁଇଁଥିବା ବେଳେ ଏବେ ପୁଣି ଥରେ ସକାଳ ୧୧ ଠାରୁ ଦିନ ୫ ଟା ଯାଏଁ ଅନୁଭୂତ ହେଉଛି ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ । ସହରର ତାପମାତ୍ରା ଏବେ ୪୪ ଡିଗ୍ରୀରୁ ଅଧିକ।ଫଳରେ ରାସ୍ତା ଘାଟ ଶୁନଶାନ ହୋଇ ଯାଉଛି ।
ଘରୁ ବାହାରିବା ଏକରକମ ମୁସକିଲ ହୋଇପଡୁଛି । ଜରୁରୀ କାମ ଥିଲେ ହେଁ ଲୋକେ ମୁଣ୍ଡରେ ଟୋପି କିମ୍ବା ଗାମୁଛା ସାଙ୍ଗକୁ ମୁହଁରେ କଳା ଚଷମା ଓ ସାଙ୍ଗରେ ପାଣି ବୋତଲ ନେଇ ବାହାରକୁ ବାହାରୁଥିବା ଦେଖିବାକୁ ମିଳୁଛି । ଗ୍ରୀଷ୍ମପ୍ରବାହ ସାଙ୍ଗକୁ ପାନୀୟଜଳ ସମସ୍ୟା ଓ ଆଘୋଷିତ ବିଦ୍ୟୁତ କାଟ ଏବେ ସହରବାସୀଙ୍କ କଷ୍ଟକୁ ଦ୍ବିଗୁଣିତ କରିଦେଉଛି । ଏସବୁ ଭିତରେ ସମସ୍ତ ପ୍ରକାର ଜରୁରୀ କାଳୀନ ପରିସ୍ଥିତିର ସମ୍ମୁଖିନ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା କହିଛନ୍ତି ସିଡିଏମଓ ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ